କଟକରେ କରୋନାର ପ୍ରଥମ କେସ୍, ଥଣ୍ଡାଜ୍ୱରରେ ଥିଲେ ପୀଡିତ
May 30
16:20
2025
କଟକ, ୩୦/୫ : ରାଜ୍ୟରେ ପୁଣି ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରାଜଧାନୀ ଭୁବନେଶ୍ୱର, ଖୋର୍ଦ୍ଧା ପରେ ଏବେ କଟକକୁ ବ୍ୟାପିଲାଣି। କଟକରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
୪୫ ବର୍ଷୀୟ ଜଣେ ବ୍ୟକ୍ତି ଟେଷ୍ଟ ରିପୋର୍ଟ ଆସିବା ପରେ ପଜିଟିଭ୍ ଥିବା ଜଣାପଡ଼ିଛି। ବ୍ୟକ୍ତି ଜଣଙ୍କ ଗତ କିଛି ଦିନ ଧରି ଆକ୍ରାନ୍ତଜଣକ ଜ୍ଵର ଓ ଥଣ୍ଡାରେ ପିଡିତ ଥିଲେ ।
ସେ କୋଭିଡ ଟେଷ୍ଟ କରିବା ପରେ ପଜିଟିଭ ଆସିଥିବା ଜଣାପଡ଼ିଛି । ଏବେ ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତେବେ ସଂକ୍ରମିତ ରୋଗୀଙ୍କ ସ୍ଵାସ୍ଥ୍ୟବସ୍ଥା ଭଲ ରହିଥିବା କହିଛନ୍ତି କଟକ ସିଡିଏମଓ ।
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧ ପାଉଥିବା ବେଳେ ଓଡ଼ିଶାକୁ ଫେରିଛି କରୋନା । ଏଯାବତ ୫ଜଣ ଚିହ୍ନଟ ହୋଇଥିବା ବେଳେ କଟକ ଆକ୍ରାନ୍ତଙ୍କୁ ମିଶାଇ ୬ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।






