Indus Valley Times

କନ୍ଧମାଳ ଜିଲ୍ଲାର କଳା ଓ କ୍ରୀଡ଼ା ପ୍ରଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ଜିଲ୍ଲା ପ୍ରଶାସନକୁ ଦାବୀ ପତ୍ର ପ୍ରଦାନ

 Breaking News

କନ୍ଧମାଳ ଜିଲ୍ଲାର କଳା ଓ କ୍ରୀଡ଼ା ପ୍ରଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ଜିଲ୍ଲା ପ୍ରଶାସନକୁ ଦାବୀ ପତ୍ର ପ୍ରଦାନ

November 19
22:05 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ, ୧୯/୧୧ : ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କ୍ରୀଡ଼ା ଓ କଳା ଶିକ୍ଷାକୁ ବାଧ୍ୟତାମୂଳକ ଶିକ୍ଷା ବ୍ୟବସ୍ଥାରେ ପ୍ରଚଳନ କରିବା ନିମନ୍ତେ ଗତ ୨୦୧୩ ମସିହାରେ ସମସ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ସମସ୍ତ ଅସ୍ଥାୟୀ କଳା ଓ କ୍ରୀଡ଼ା ପ୍ରଶିକ୍ଷକ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ଦାବି ହୋଇଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥାୟୀ ନିଯୁକ୍ତି ଦାବିକରି ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘ କନ୍ଧମାଳ ଜିଲା ଶାଖା ପକ୍ଷରୁ କନ୍ଧମାଳ ଜିଲା ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ରାଜ୍ୟ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଅଧୀନସ୍ଥ ସମଗ୍ର ଶିକ୍ଷା ଅଭିଯାନ ଯୋଜନାରେ ଏହି ସବୁ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା।
ତେଣୁ ସେମାନଙ୍କ ଦାବି ତୁରନ୍ତ ପୂରଣ କରିବା ପାଇଁ ଜିଲା ପ୍ରଶାସନକୁ ଅନୁରୋଧ କରାଯାଇଛି। ଦାବିପତ୍ର ପ୍ରଦାନ ବେଳେ କନ୍ଧମାଳ ଜିଲା ଶାଖାର ସମସ୍ତ କର୍ମକର୍ତ୍ତା ମାନେ ସାମିଲ ହୋଇଥିଲେ।
ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ : ହଜାର ହଜାର ଶ୍ରଦ୍ଧାଳୁ ସାମିଲ : ସାଧୁ ସନ୍ଥ ଙ୍କ ଦିବ୍ୟ ଜ୍ଞାନ ରେ ପ୍ରକମ୍ପିତ ହେଲା ପରିବେଶ
ବାଲିଗୁଡା ,୧୯/୧୧: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପାର୍ଶ୍ଵ ଦେବାଦେବୀଙ୍କ ନୂତନ ମନ୍ଦିର ନିର୍ମାଣ ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବର ଚତୁର୍ଥ ଦିନରେ ସୂର୍ଯ୍ୟ ପୂଜା ,ଦେବତାଙ୍କ ମହାସ୍ନାନ,ସଲାପୂଜା ହୋମ ନାମ ଯଜ୍ଞ ,ଅନ୍ନଯଜ୍ଞ ହୋଇଥିବା ବେଳେ ମଧ୍ୟ ରାତ୍ର ରେ ଦେବତାଙ୍କ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଓଡିଶା ର ପ୍ରତିଷ୍ଠିତ ସାଧୁ ସନ୍ଥ ସ୍ଵାମୀ ଜୀବନ ମୁକ୍ତା ନନ୍ଦା ପୁରୀ ,ସ୍ଵାମୀ ସତ୍ୟାନନ୍ଦ ଗିରି ,ସ୍ଵାମୀ ସୃତି ସାଗର ,ସାଧୁ ପ୍ରଭାକର ଦାସ ,ସାଧୁ ବିପିନ ଦାସ ,ସନ୍ଥ ଯୋଗୀରାଜ,ଅଯୋଧ୍ୟା ମହାରାଜ ,ସୁରେନ୍ଦ୍ର ଦାସ ,ପ୍ରଭୁ ସେବକ ଦାସ ,ଶତୃଘନ ଦାସ ,ଆନନ୍ଦ ଦାସ ,ହନୁମାନ ଦାସ ,ଶିବାନନ୍ଦ ବ୍ରହ୍ମଚାରି ,ମୁନସି ରାମ ଦାସ ,ସାଧୁ ନନ୍ଦ ବ୍ରହ୍ମଚାରି, ପରମାନନ୍ଦ ବ୍ରହ୍ମଚାରି ପ୍ରମୁଖ ସାମିଲ ହୋଇ ଶ୍ରଦ୍ଧାଳୁ ଙ୍କୁ ଦିବ୍ୟ ଜ୍ଞାନ ପ୍ରବଚନ ମାଧ୍ୟମରେ ପ୍ରଦାନ କରିଛନ୍ତି । କର୍ତ୍ତା ଭାବେ ସନ୍ତୋଷ ପଣ୍ଡା, ମଧୁସୂଦନ ଦାସ, ଡଃ.ଗୋପାଳ କୃଷ୍ଣ ପଣ୍ଡା, ସୀମାଞ୍ଚଳ ପଣ୍ଡା, ସୁରେନ ଦାସ ଓ ବନମାଳୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ମନ୍ଦିର ପ୍ରତିଷ୍ଠା କରିଥିଲେ ।
ପୁରୋହିତ ଭାବେ ପଣ୍ଡିତ ପୀତାମ୍ବର ରଥଶର୍ମା , ପୂର୍ଣ୍ଣଚନ୍ଦ୍ର ଶତପଥୀ, ଦେବାଶିଷ ରଥ ,ଦେବୀ ପ୍ରସାଦ ରଥ ,ରାମ କୃଷ୍ଣ ଆଚାର୍ଯ୍ୟ, ମନ୍ତ୍ର ପାଠ କରିଥିଲେ । ଗାୟତ୍ରୀ ପରିବାର ପକ୍ଷରୁ ଖାଦ୍ୟ ପରିବେଷଣ କରାଯାଉଥିବା ବେଳେ ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ର ଓମ ଶାନ୍ତି ପକ୍ଷରୁ ଦିବ୍ୟ ଜ୍ଞାନ ପ୍ରଦାନ କରଯାଇଥିଲା ।
ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ଵରୀ ସିଂଙ୍କୁ ମଧ୍ୟ ସ୍ଵାଗତ କରିବା ପରେ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ରେ ସାମିଲ ହୋଇଥିଲେ । ଜଗନ୍ନାଥ ଙ୍କୁ ଦର୍ଶନ କରିବା ସହ ଉପସ୍ଥିତ ସାଧୁ ସନ୍ଥ ଓ ଭକ୍ତଙ୍କ ସହ ମିଶି ଆଶ୍ରିବାଦ ଲାଭ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31