Indus Valley Times

କରୋନା କଟକଣା ମଧ୍ୟରେ ରାଜ୍ୟରେ ବଢ଼ିଲା ବସ୍ ଭଡ଼ା: ରାଜ୍ୟ ପରିବହନ ବିଭାଗ

 Breaking News

କରୋନା କଟକଣା ମଧ୍ୟରେ ରାଜ୍ୟରେ ବଢ଼ିଲା ବସ୍ ଭଡ଼ା: ରାଜ୍ୟ ପରିବହନ ବିଭାଗ

କରୋନା କଟକଣା ମଧ୍ୟରେ ରାଜ୍ୟରେ ବଢ଼ିଲା ବସ୍ ଭଡ଼ା: ରାଜ୍ୟ ପରିବହନ ବିଭାଗ
July 02
18:02 2021

ଭୁବନେଶ୍ୱର, ୨/୭ : ରାଜ୍ୟ ପରିବହନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବ୍ୟଜ୍ଞପ୍ତି ଅନୁଯାଇ ରାଜ୍ୟରେ ବୃଦ୍ଧି ପାଇଛି ବସ୍ ଭଡା । ରାଜ୍ୟରେ କରୋନା କଟକଣା ମଧ୍ୟରେ ପ୍ରମୁଖ ସ୍ଥାନ ମାନଙ୍କରେ ବସ୍ ଚଳାଚଳ ବନ୍ଦ ଥିବା ବେଳେ ରାଜ୍ୟ ସରକାରଙ୍କ ଚଳିତ ଅଂଶିକ ଲକ୍ଡାଉନ୍ ନିୟମ ଅନୁଯାୟୀ ଏ କାଟାଗୋରୀ ମଧ୍ୟରେ ଥିବା ୨୦ ଜିଲ୍ଲାରେ ବସ୍ ଚଳାଇବାକୁ ଅନୁମତି ପ୍ରଦାନ କରିଥିବା ବେଳେ ବସ୍ରେ ଥିବା ସିଟ୍ ସଂଖ୍ୟା ଅନୁପାତରେ ଯାତ୍ରୀ ନେବାକୁ ଅନୁମତି ଥିବା ବେଳେ ଏବେ ରାଜ୍ୟ ସରକାର ବସ୍ ଭଡା ବୃଦ୍ଧି କରିଛନ୍ତି ।
କରୋନା ମହାମାରୀ ସମୟରେ ସିଟ୍ ଅନୁପାତରେ ଯାତ୍ରୀଙ୍କୁ ନେଇ ଯିବାର ଅନୁମତି ଥିବାବେଳେ ପେଟ୍ରୋଲ୍ ଏବଂ ଡିଜେଲ୍ ମୁଲ୍ୟରେ ଅହେତୁକ ବୃଦ୍ଧି ହେତୁ ବସ୍ ଭଢା ବୃଦ୍ଧି କରିଥିବା ସୂଚନା ଦେଇଛନ୍ତି । ତେବେ ଏହି ବର୍ଦ୍ଦିତ ଭଡା ଜୁଲାଇ ୧ରୁ ଲାଗୁ ହେବ ।
ତେବେ ମିଳିଥିବା ସୂଚନା ଅନୁଯାୟୀ କିଲୋମିଟର ପିଛା ସାଧାରଣ ବସ୍ ଭଡା ୮୫ ପଇସା ଥିବା ବେଳେ ଏହା ୪ ପଇସା ବୃଦ୍ଧି ପାଇ ୮୯ ପଇସା ହୋଇଛି ।ସେହିପରି ଏକ୍ସପ୍ରେସ୍ ଭଡା ୮୯ ରୁ ବୃଦ୍ଧି ପାଇ ୯୩ ପଇସା ଡିଲକ୍ସ ଭଡା ବୃଦ୍ଧି ପାଇ ୧ଟଙ୍କା ୨୧ ପଇସାରୁ ୧ ଟଙ୍କା ୨୯ ରେ ପହଞ୍ଚିଛି, ଏସି ଡିଲକ୍ସ ଭଡା ପୁର୍ବରୁ ୧ ଟଙ୍କା ୪୯ ପଇସା ଥିବାବେଳେ ବୃଦ୍ଧୀ ପାଇ ୧ ଟଙ୍କା ୫୭ ରେ ପହଞ୍ଚଛି ଏବଂ ସୁପର ପ୍ରିମିଅମ୍ ବସରେ ଭଡା ବୃଦ୍ଧି ପାଇ ୨ ଟଙ୍କା ୩୨ପଇସାରୁ ବୃଦ୍ଧୀ ପାଇ ୨ ଟଙ୍କା ୪୪ରେ ପହଞ୍ଚିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031