Indus Valley Times

ବିଜେଡିର ମିଶ୍ରଣ ପର୍ବ : ଦୈତାରୀ ପଣ୍ଡା ଓ ବାପି ପଣ୍ଡାଙ୍କ ସହ ୩୦୦ ଯାତ୍ରା କଳାକାର ଯୋଗଦେଲେ

 Breaking News

ବିଜେଡିର ମିଶ୍ରଣ ପର୍ବ : ଦୈତାରୀ ପଣ୍ଡା ଓ ବାପି ପଣ୍ଡାଙ୍କ ସହ ୩୦୦ ଯାତ୍ରା କଳାକାର ଯୋଗଦେଲେ

ବିଜେଡିର ମିଶ୍ରଣ ପର୍ବ : ଦୈତାରୀ ପଣ୍ଡା ଓ ବାପି ପଣ୍ଡାଙ୍କ ସହ ୩୦୦ ଯାତ୍ରା କଳାକାର ଯୋଗଦେଲେ
January 29
16:00 2024

ଭୁବନେଶ୍ବର ,୨୯/୧: ସୋମବାର ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏହି ଅବସରରେ ବିଜେଡିରେ ସାମିଲ ହୋଇଛନ୍ତି ୩୦ ଜିଲ୍ଲାରୁ ୨୯ ବିଶିଷ୍ଟ ଯାତ୍ରା କଳାକାର ।
ଓଡ଼ିଶା କଳାକାର ମହାସଂଘର କଳାକାର ମାନେ ବହୁ ସଂଖ୍ୟାରେ ଆସି ଅନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଛନ୍ତି ।
ଏଥିରେ ଜଣାଶୁଣା ଅଭିନେତା ଦୈତାରୀ ପଣ୍ଡା, ବାପି ପଣ୍ଡା, ଚୈତନ୍ୟ ପାଇକ, ରମେଶ ନାୟକ, ସୁବାସ ବେହେରା, ଶିବରାମ ପ୍ରଧାନଙ୍କ ପରି ବିଶିଷ୍ଟ କଳାକାର ରହିଛନ୍ତି। ଏମାନଙ୍କ ସହ ୩ଶହରୁ ଅଧିକ କଳାକାର ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି ।
ବିଜେଡିରେ ଯୋଗ ଦେବାକୁ ଏମାନେ କିଛି ଦିନ ତଳେ ଆବେଦନ କରିଥିଲେ । ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ଏହାକୁ ଅନୁମୋଦନ କରିବା ପରେ ଦଳରେ ବିଧିବଦ୍ଧ ଯୋଗ ଦେଇଛନ୍ତି ।
ଦଳର ବରିଷ୍ଠ ନେତା ବିଧାୟକ ଦେବୀ ମିଶ୍ର, ସାଂସଦ ମାନସ ମଙ୍ଗରାଜ ଓ ଅମର ପଟ୍ଟନାୟକ ଏମାନଙ୍କୁ ଦଳରେ ସାମିଲ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

April 2024
M T W T F S S
1234567
891011121314
15161718192021
22232425262728
2930