Indus Valley Times

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା : ଧର୍ମଗଡ଼ରୁ ୮ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ ସହ ନଗଦ ସାଢ଼େ ୩ କୋଟି ଟଙ୍କା ଜବତ

 Breaking News

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା : ଧର୍ମଗଡ଼ରୁ ୮ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ ସହ ନଗଦ ସାଢ଼େ ୩ କୋଟି ଟଙ୍କା ଜବତ

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା : ଧର୍ମଗଡ଼ରୁ ୮ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ ସହ ନଗଦ ସାଢ଼େ ୩ କୋଟି ଟଙ୍କା ଜବତ
February 01
12:37 2025

ଭବାନୀପାଟଣା,୧/୨: କଳାହାଣ୍ଡି ଜିଲା ପୋଲିସ ଏକ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। କଳାହାଣ୍ଡି ଏସ୍‌ପି ଅଭିଳାଶ ଜୀଙ୍କ ନେତୃତ୍ୱରେ ଧର୍ମଗଡ଼ ଥାନା ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ୮ ଅଭିଯୁକ୍ତଙ୍କୁ ଗିରଫ କରିଛି।
ସେମାନଙ୍କ ନିକଟରୁ ନଗଦ ୩ କୋଟି ୫୧ ଲକ୍ଷ ଟଙ୍କା, ବନ୍ଧୁକ, ଗୁଳି, ଅପରାଧରେ ବ୍ୟବହୃତ ଗାଡ଼ି ଏବଂ ମାରଣାସ୍ତ୍ର ଆଦି ଜବତ କରିଛି। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଝାଡ଼ଖଣ୍ଡ ରାଜ୍ୟର ବୋଲି ସୂଚନା ମିଳିଛି।
ଗିରଫ ଅଭିଯୁକ୍ତମାନେ ହେଲେ, ଝାଡ଼ଖଣ୍ଡ ରାଜ୍ୟ ରାଞ୍ଚି ଜିଲାର ତାହିର ଅନସାରୀ, ହୁସେନ ଖାନ, ଜୈସମ ଖାନ, ସାମିମ ଅନସାରୀ,ବାସୁଦେବ ଗୋପେ, ପିଣ୍ଟୁ ଆଲିମ,ଅନୁଜ କୁମାର।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031