Indus Valley Times

ପଡୋଶୀଙ୍କ ଟାଙ୍ଗିଆ ଚୋଟରେ ବୃଦ୍ଧାଙ୍କ ମୃତ୍ୟୁ, ଆକ୍ରମଣର କାରଣ ଅସ୍ପଷ୍ଟ

 Breaking News

ପଡୋଶୀଙ୍କ ଟାଙ୍ଗିଆ ଚୋଟରେ ବୃଦ୍ଧାଙ୍କ ମୃତ୍ୟୁ, ଆକ୍ରମଣର କାରଣ ଅସ୍ପଷ୍ଟ

July 31
11:34 2024

କଳାହାଣ୍ଡି, ୩୧/୭: କଳାହାଣ୍ଡି ଜିଲ୍ଲା କୋକସରା ଥାନା ମାଝୀଗୁଡ଼ା ଗାଁରେ ଏକ ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି। ପଡ଼ୋଶୀଙ୍କ ଟାଙ୍ଗିଆ ଚୋଟରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ମାଝୀଗୁଡ଼ା ଗାଁର ୬୦ ବର୍ଷୀୟା କାଳନ୍ଦୀ ତାଣ୍ଡି।
ସୂଚନା ଅନୁସାରେ, ଭୋର ସମୟରେ ଗାଧୋଇ ସାରି ଘରକୁ ଫେରିବା ବେଳେ ଅଭିଯୁକ୍ତ ଶ୍ରୀକର ପୁଞ୍ଜି ଟାଙ୍ଗିଆରେ କାଳନ୍ଦୀଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ତେବେ କେଉଁ କାରଣରୁ ମହିଳାଙ୍କୁ ହତ୍ୟା କରିଛନ୍ତି ପଡ଼ୋଶୀ, ତାହା ଜଣାପଡ଼ି ନାହିଁ। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଶ୍ରୀକର ପୁଞ୍ଜି ଫେରାର ହୋଇଯାଇଛି। ପୁଲିସ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031