Indus Valley Times

କାନ୍ଦିଲେ ଆର୍‌ୟନ୍ ଖାନ୍‌, ଏନସିବି ଆଗରେ ମାନିଲେ ସତ

 Breaking News

କାନ୍ଦିଲେ ଆର୍‌ୟନ୍ ଖାନ୍‌, ଏନସିବି ଆଗରେ ମାନିଲେ ସତ

କାନ୍ଦିଲେ ଆର୍‌ୟନ୍ ଖାନ୍‌, ଏନସିବି ଆଗରେ ମାନିଲେ ସତ
October 04
12:41 2021

ମୁମ୍ବାଇ, ୪/୧୦ : ‘ନାକ୍ରୋଟିକ୍ସ୍ କଣ୍ଟ୍ରୋଲ୍ ବ୍ୟୁରୋ’ (ଏନ୍ସିବି) ଦ୍ୱାରା ଗିରଫ ହୋଇଥିବା ଆର୍ଯ୍ୟନ୍ ଖାନ୍ ପଚରାଉଚରା ବେଳେ ବିକଳ ହୋଇ କାନ୍ଦି ପକାଇଥିବା କଥା ଜଣାପଡ଼ିଛି। ରବିବାର ଦିନ ‘ମୁମ୍ବାଇ କ୍ରୁଜ୍ ଡ୍ରଗ୍ କେସ୍’ରେ ଶାହାରୁଖ ଖାନ୍ଙ୍କ ପୁଅ ଆର୍ଯ୍ୟନ୍ ଖାନ୍ଙ୍କୁ ଗିରଫ କରାଯାଇଥିଲା।
‘ଏନ୍ସିବି’ ଅଧିକାରୀମାନଙ୍କ ସୂତ୍ରରୁ ପ୍ରକାଶ, ପଚରାଉଚରା ସମୟରେ ଖୁବ୍ ଅଧୀର ହୋଇ କାନ୍ଦି ଚାଲିଥିଲେ। ପ୍ରାୟ ୪ ବର୍ଷ ହେଲା ସେ ମାଦକ ଦ୍ରବ୍ୟ ସେବନ କରୁଛନ୍ତି ବୋଲି ମଧ୍ୟ ସ୍ୱୀକାର କରିଛନ୍ତି।
ଗିରଫ ଆର୍ଯ୍ୟନଙ୍କୁ ‘ଏନ୍ସିବି’ ଅଧିକାରୀମାନେ ଶାହାରୁଖ ଖାନ୍ଙ୍କ ସହ ପ୍ରାୟ ଦୁଇ ମିନିଟ୍ କଥାବାର୍ତ୍ତା କରିବାକୁ ସୁଯୋଗ ଦେଇଥିଲେ।
‘ଏନ୍ସିବି’ ସୂତ୍ରରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ, ଇଂଲଣ୍ଡ୍, ଦୁବାଇ ଏବଂ ଅନ୍ୟ ଦେଶମାନଙ୍କରେ ଥିବା ବେଳେ ମଧ୍ୟ ଆର୍ଯ୍ୟନ୍ ଖାନ୍ ମାଦକ ଦ୍ରବ୍ୟ ସେବନ କରୁଥିଲେ।
ରବିବାର ଦିନ ଉକ୍ତ ‘ରେଭ୍ ପାର୍ଟି’ରୁ ଅଟକ ଥିବା ସମୁଦାୟ ୮ଜଣଙ୍କୁ ‘ଏନ୍ସିବି’ ଗିରଫ କରିଥିଲା। ଆର୍ଯ୍ୟନ୍ ଖାନ୍ଙ୍କ ବ୍ୟତୀତ ଏଥିରେ ଗିରଫ ହୋଇଥିବା ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ମୁନ୍ମୁନ୍ ଧାମେଚା, ଅର୍ବାଜ୍ ମର୍ଚାଣ୍ଟ୍, ଇଶ୍ମିତ୍ ସିଂହ, ମୋହକ ଜସ୍ଓ୍ଵାଲ୍, ଗୋମିତ ଚୋପ୍ରା, ନୂପୁର ସାରିକା ଏବଂ ବିକ୍ରାନ୍ତ ଛୋକର୍। ଆର୍ଯ୍ୟନ୍ ଖାନ୍ ଏବଂ ଅର୍ବାଜ୍ଙ୍କ ବନ୍ଧୁତ୍ୱ ପ୍ରାୟ ୧୫ ବର୍ଷ ପୁରୁଣା।
ଆର୍ଯ୍ୟନ୍ ଖାନ୍, ମୁନମୁନ୍ ଧାମେଚା ଏବଂ ଅର୍ବାଜ୍ ମର୍ଚାଣ୍ଟ୍ଙ୍କୁ ରବିବାର ଦିନ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ଙ୍କ ଅଦାଲତରେ ହାଜର କରାଯାଇଥିଲା। ଅଦାଲତ ସେମାନଙ୍କୁ ଅକ୍ଟୋବର ୪ ତାରିଖ ପ ର୍ଯ୍ୟ ନ୍ତ ‘ଏନ୍ସିବି’ ହାଜତକୁ ରିମାଣ୍ଡ୍ରେ ପଠାଇ ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031