Indus Valley Times

କେଦାରନାଥରେ ଫସିଥିବା କେନ୍ଦୁଝରର ୪ କାଉଡିଆ ସୁରକ୍ଷିତ ଉଦ୍ଧାର

 Breaking News

କେଦାରନାଥରେ ଫସିଥିବା କେନ୍ଦୁଝରର ୪ କାଉଡିଆ ସୁରକ୍ଷିତ ଉଦ୍ଧାର

August 04
17:52 2024

କେନ୍ଦୁଝର, ୪/୮: ପ୍ରସିଦ୍ଧ ଶୈବପୀଠ କେଦାରନାଥରେ ୪ଦିନ ଧରି ଫସିଥିବା ୪ ଜଣ ଓଡ଼ିଆ ଶ୍ରଦ୍ଧାଳୁ ରବିବାର ସୁରକ୍ଷିତ ଉଦ୍ଧାର ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳର ଏହି ୪ ଜଣ ଶିବଭକ୍ତଙ୍କୁ ଭୀମତାଲରୁ ହେଲିକପ୍ଟର ଯୋଗେ ସେନାର ଯବାନମାନେ ଉଦ୍ଧାର କରିଛନ୍ତି। ଉଦ୍ଧାର ବ୍ୟକ୍ତିମାନେ ହେଲେ କାର୍ତ୍ତିକେଶ୍ବର ଖିଲାର, ସଦାନନ୍ଦ ସାହୁ, ମହେଶ୍ୱର ପ୍ରଧାନ ଓ ଋଷିନାଥ ମହାନ୍ତ।
ସୂଚନା ଅନୁସାରେ ଉତ୍ତରାଖଣ୍ଡର ପ୍ରସିଦ୍ଧ ଶୈବପୀଠ କେଦାରନାଥରେ ଜଳାଭିଷେକ ପାଇଁ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଜଗମୋହନପୁର ପଞ୍ଚାୟତ ସରୁଆଳୀ ଗ୍ରାମର କାର୍ତ୍ତିକେଶ୍ବର ଖିଲାର, ଜଗମୋହନପୁର ଗ୍ରାମର ସଦାନନ୍ଦ ସାହୁ, ଦୋବଲାପାଳ ପଞ୍ଚାୟତ ଚନ୍ଦ୍ରଶେଖରପୁର ଗ୍ରାମର ମହେଶ୍ୱର ପ୍ରଧାନ ଓ ସଦର ଥାନା କେମ୍ପସଡା ଗ୍ରାମର ଋଷିନାଥ ମହାନ୍ତ ଗତ ୨୭ ତାରିଖ ଦିନ ଘରୁ ବାହାରି ଥିଲେ।
୩୧ ତାରିଖ ଜଳଲାଗି କରିବା ପରେ ୧ ତାରିଖ ଫେରିବା ଯୋଜନା ରହିଥିଲା। ୩୧ ତାରିଖ ରାତିରେ ବାଦଲଫଟା ବର୍ଷା ଓ ଭୂସ୍ଖଳନ ଯୋଗୁଁ ଅଟକି ରହିଥିଲେ। ସୋନପ୍ରୟାଗ ଓ ଗୌରୀକୁଣ୍ଡ ମଧ୍ୟରେ ଅବସ୍ଥିତ ରାଜପଥ ଧୋଇ ନେବା ସହିତ ଭୀମତାଲ ଟ୍ରେକ ଲାଇନରେ ଭୂସ୍ଖଳନ ଯୋଗୁଁ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଥିଲା।
ଫଳରେ ହଜାର ହଜାର ଶ୍ରଦ୍ଧାଳୁ କେଦାରନାଥରେ ଫସିଯାଇଥିଲେ, ଯେଉଁଥିରେ ତେଲକୋଇର ୪ ଜଣ ଥିଲେ। ତେବେ କେଦାରନାଥରେ ୪ ଦିନ ଅଟକିବା ପରେ ଖାଇବା ପିଇବା ରହିବା ଓ ଶ୍ବାସ କ୍ରିୟାରେ ସମସ୍ୟାରେ ପଡ଼ିଥିଲେ। ଗଣମାଧ୍ୟମରେ ଖବର ପ୍ରକାଶ ପରେ ରାଜ୍ୟ ସରକାରଙ୍କ ଓ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର ପାଇଁ ଉଦ୍ୟମ ହୋଇଥିଲା।
କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍ତରାଖଣ୍ଡ ସରକାରଙ୍କୁ ତେଲକୋଇର ଯୁବକଙ୍କ ବାବଦରେ ସୂଚନା ଦିଆଯାଇଥିଲା। ଭୀମତାଲରୁ ହେଲିକପ୍ଟର ଯୋଗେ ସେନାର ଯବାନମାନେ ଉଦ୍ଧାର କରିଛନ୍ତି। ଚାରି ଜଣ ବ୍ୟକ୍ତି ଆଜି ସକାଳ ୭ଟାରୁ ପାଦରେ ଚାଲି ଚାଲି ଅପରାହ୍ନ ୩ଟାରେ ସୋନପ୍ରୟାଗ ଠାରେ ପହଞ୍ଚିଛନ୍ତି। କାର୍ତ୍ତିକେଶ୍ବର ଖିଲାର, ସଦାନନ୍ଦ ସାହୁ, ମହେଶ୍ୱର ପ୍ରଧାନ ଓ ଋଷିନାଥ ମହାନ୍ତ ଦୁଇରୁ ତିନି ଦିନ ଭିତରେ ଘରକୁ ଫେରିବେ ବୋଲି ଜଣାପଡ଼ିଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031