Indus Valley Times

କେନ୍ଦୁଝରବାସୀ ଲଢୁଆ ମନୋଭାବ ପାଇଁ ମଧ୍ୟ ଜଣାଶୁଣା: ମୁଖ୍ୟମନ୍ତ୍ରୀ

 Breaking News

କେନ୍ଦୁଝରବାସୀ ଲଢୁଆ ମନୋଭାବ ପାଇଁ ମଧ୍ୟ ଜଣାଶୁଣା: ମୁଖ୍ୟମନ୍ତ୍ରୀ

December 27
12:41 2025

କେନ୍ଦୁଝର, ୨୭/୧୨ : କେନ୍ଦୁଝର ମାଟି ହେଉଛି ବିପ୍ଲବୀ ମାଟି। ଏଠି ଅନେକ ବିପ୍ଲବୀ ଜନ୍ମ ଗ୍ରହଣ କରିଛନ୍ତି। କିନ୍ତୁ, ଯେତେବେଳେ ବି ବିପ୍ଳବୀଙ୍କ କଥା ଆଲୋଚନା ହେବ, ଆମ ଜିଲ୍ଲାରେ ଧରଣୀଧର ନାଏକଙ୍କ ନାମ ସର୍ବାଗ୍ରେ ଆସିବ। ବିପ୍ଳବୀ ଧରଣୀ ଧର ଆମ ପାଇଁ ପ୍ରେରଣାର ଉତ୍ସ ବୋଲି ବିପ୍ଳବୀ ଧରଣୀ ଧରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି।
ଆଜି କେନ୍ଦୁଝର ସହରରର ପ୍ରବେଶ ଦ୍ବାର ନେକେଡା ଘରଠାରେ ବିପ୍ଳବୀ ଧରଣୀଧର ଭୂୟାଁଙ୍କ ପୂର୍ଣ୍ଣବୟାବ ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ଏକ ସ୍ବତନ୍ତ୍ର ଉତ୍ସବ ଆୟୋଜିତ ହୋଇଥି‌ଲା।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାନବ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇ କହିଥିଲେ, ଆଜି ଆମ ପାଇଁ ଗର୍ବର ଦିନ କାରଣ, ଆଜି କେନ୍ଦୁଝରକୁ ଦେଇଥିବା ଆଉ ଏକ ପ୍ରତିଶ୍ରୁତି ପୂରଣ ହେଲା।
ଏଇ କେନ୍ଦୁଝର ମାଟିର ବରପୁତ୍ର ଧରଣୀଧର ନାଏକଙ୍କ ପ୍ରତିମୂର୍ତ୍ତି ଆଜି କେନ୍ଦୁଝର ସହରର ମୁଖ୍ୟ ପ୍ରବେଶ ପଥ ନେକେଡ଼ା ଘର ଛକ, ଜାମୁନାଳିଆ ଠାରେ ଉନ୍ମୋଚନ ହେଲା।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031