Indus Valley Times

କେନ୍ଦ୍ରୀୟ ଡେପୁଟେସନରେ ଗଲେ ପାଣ୍ଡିଆନଙ୍କ ସହଯୋଗୀ ଆଇପିଏସ୍‌ଡି.ଏସ୍ କୁଟ୍ଟେ

 Breaking News

କେନ୍ଦ୍ରୀୟ ଡେପୁଟେସନରେ ଗଲେ ପାଣ୍ଡିଆନଙ୍କ ସହଯୋଗୀ ଆଇପିଏସ୍‌ଡି.ଏସ୍ କୁଟ୍ଟେ

December 08
20:10 2024

ଭୁବନେଶ୍ବର,୮/୧୨ : ଓଡ଼ିଶା ପୋଲିସର ଅନ୍ୟତମ ଚର୍ଚ୍ଚିତ ଅଧିକାରୀ ଧୀରେନ୍ଦ୍ର ସମ୍ଭାଜୀ କୁଟ୍ଟେ(ଡିଏସ କୁଟ୍ଟେ) କେନ୍ଦ୍ରୀୟ ଡେପୁଟେସନ୍‌ରେ ଯିବେ। ତାଙ୍କୁ କେନ୍ଦ୍ର ସରକାର ବିଏସଏଫ ଆଇଜି ଭାବେ ନିଯୁକ୍ତ କରିଛନ୍ତି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖା ହୋଇଛି। ୧୯୯୭ ବ୍ୟାଚ୍‌ର ଆଇପିଏସ୍ ଅଧିକାରୀ ଡିଏସ୍ କୁଟ୍ଟେ ‌ଏବେ ରାଜ୍ୟ ସରକାରଙ୍କ ଗୃହ ବିଭାଗରେ ଓଏସ୍‌ଡି ପଦବିରେ ଅଛନ୍ତି। କୁଟ୍ଟେ ୨୦୨୮ ମସିହାରେ ଅବସର ଅଥବା ପରବର୍ତ୍ତୀ ନିର୍ଦ୍ଦେଶ ପର‌୍ୟ୍ୟନ୍ତ ବିଏସଏଫ ଆଇଜି ପଦରେ ରେ ରହିବେ ବୋଲି କୁହାଯାଇଛି।
ଏହା ପୂର୍ବରୁ ୨୦୦୪ ବ୍ୟାଚ୍‌ର ଆଇପିଏସ୍ ଆଶିଷ କୁମାର ସିଂହ ମଧ୍ୟ କେନ୍ଦ୍ରୀୟ ଡେପୁଟେସନରେ ଯିବେ। ଆଶିଷ ସିଂହଙ୍କୁ ଇଣ୍ଡୋ ତିବ୍ବତିଆନ ବର୍ଡର ପୋସଲିସ(ଆଇଟିବିପି)ର ଆଇଜି ଭାବେ ନିଯୁକ୍ତ କରାଯାଇଛ। ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ରବିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶିଷ ସିଂହଙ୍କର ରାଜ୍ୟର ବିଭିନ୍ନ କ୍ଷେତ୍ରରେ କାମ କରିବାର ଅଭିଜ୍ଞତା ରହିଛି।
ସୂଚନାଯୋଗ୍ୟ, ଡିସେ କୁଟ୍ଟେଙ୍କୁ ନବୀନ ପଟ୍ଟନାୟକଙ୍କ ସରକାର ଅମଳରେ ବିଜେଡି ଦଳୀୟ କାମ କରୁଥିବା ଅଭିଯୋଗ ହୋଇଥିଲା। ଏପରିକି ବିଜେଡି ସରକାର ଅମଳରେ ଡିଜିପିଙ୍କୁ ଅଣଦେଖା କରାଯାଇ କୁଟ୍ଟେ ଯାହା କହୁଥିଲେ ସେହି ଅନୁସାରେ ରାଜ୍ୟ ପୋଲିସ ଅଫିସରଙ୍କୁ ନିଯୁକ୍ତ କରାଯାଉଥିବା ଅଭିଯୋଗ ହୋଇଥିଲା।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031