Indus Valley Times

ରାଜ୍ୟରେ ସବୁଠି ବିକ୍ରି ହେଉଛି ଅପମିଶ୍ରିତ ଖାଦ୍ୟ; ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ରଖିଲେ ଚାଞ୍ଚଲ୍ୟକର ତଥ୍ୟ

 Breaking News

ରାଜ୍ୟରେ ସବୁଠି ବିକ୍ରି ହେଉଛି ଅପମିଶ୍ରିତ ଖାଦ୍ୟ; ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ରଖିଲେ ଚାଞ୍ଚଲ୍ୟକର ତଥ୍ୟ

February 23
19:31 2026

ଭୁବନେଶ୍ୱର,୨୩/୨: ସୋମବାର ଗୃହରେ ଜୟପୁରର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପ୍ରତି ଖାଦ୍ୟର ମାନକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ତାରା କହିଛନ୍ତି, ରାଜ୍ୟରେ ସବୁଠି ଅପମିଶ୍ରିତ ଖାଦ୍ୟ ବିକ୍ରି ହେଉଛି। ଅପମିଶ୍ରିତ ଖାଦ୍ୟ ତାଲିକାରେ ହର୍ଲିକ୍ସ, ଦହି, କ୍ଷୀର, ଛେନା, ପାଣି, ବ୍ରେଡ, ମସଲା, ସୋରିଷ ତେଲ, ସୂର‌୍ୟ୍ୟମୁଖୀ ତେଲ ଅପମିଶ୍ରିତ ହୋଇଥିବାବେଳେ ବିସ୍କୁଟ, ମଇଦା, ସ୍ନାକ୍ସ, ଛତୁଆ, ସସ୍‌, ସୋୟାବିନ, ଘିଅ, ଲହୁଣୀ ବି ଅପମିଶ୍ରିତ ହେଉଛି।
ସେହିପରି ଚିନି, ପାମ୍ପଡ଼, ଚକୋଲେଟ, ନୁଡୁଲ୍ସ ଆଦି ଅପମିଶ୍ରିତ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଉତ୍ତର ରଖିଛନ୍ତି। ସେ କହିଛନ୍ତି, ସମସ୍ତେ ଖାଉଥିବା ଲୁଣ ବି କିଛି ସ୍ଥାନରେ ଭେଜାଲ। ତାରା ବାହିନୀପତିଙ୍କ ପ୍ରଶ୍ନରେ ସ୍ବାସ୍ଥ୍ୟମନ୍ତ୍ରୀ ଏପରି ଉତ୍ତର ରଖିଛନ୍ତି। ଏପରିକି ୩୦ ଜିଲାରେ କେଉଁଠି କ’ଣ ଭେଜାଲ ବିକ୍ରି ହେଉଛି ତା’ର ମଧ୍ୟ ତଥ୍ୟ ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ।
ସେ କହିଛନ୍ତି, ରାଜ୍ୟ ସରକାର ଅପମିଶ୍ରିତ ଖାଦ୍ୟ ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ଅଛନ୍ତି। ଖାଦ୍ୟ ନିରାପତ୍ତା ଆୟୋଗଙ୍କ ଦ୍ୱାରା ଏହା ଉପରେ କାର‌୍ୟ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି। ଖାଦ୍ୟ ଅପମିଶ୍ରଣ ରୋକିବା ଦିଗରେ ସମସ୍ତ ଜିଲା ଏବଂ ପୌର ପରିଷଦ ଅଞ୍ଚଳରେ ୬୩ ଜଣ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି। ନିୟମିତ ଭାବରେ ଚଢ଼ାଉ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031