Indus Valley Times

କୋଟିପତି ପୋଲିସ ବାବୁ: ଚଢୁଥିଲେ କୋଟିଏ ଟଙ୍କାର ବିଏମଡବ୍ୟୁ ଓ ୨୦ ଲକ୍ଷ ଟଙ୍କାର ବାଇକ୍

 Breaking News

କୋଟିପତି ପୋଲିସ ବାବୁ: ଚଢୁଥିଲେ କୋଟିଏ ଟଙ୍କାର ବିଏମଡବ୍ୟୁ ଓ ୨୦ ଲକ୍ଷ ଟଙ୍କାର ବାଇକ୍

କୋଟିପତି ପୋଲିସ ବାବୁ: ଚଢୁଥିଲେ କୋଟିଏ ଟଙ୍କାର ବିଏମଡବ୍ୟୁ ଓ ୨୦ ଲକ୍ଷ ଟଙ୍କାର ବାଇକ୍
February 15
15:45 2022

କଟକ, ୧୫/୨: ପୋଲିସ କମ୍ୟୁନିକେସ ବିଭାଗର ଅତିରିକ୍ତ ଏସ୍ପିଙ୍କ ଘରେ ଭିଜିଲାନ୍ସ ରେଡ୍। ପୋଲିସ କମ୍ୟୁନିକେସନ ବିଭାଗର ଅତିରିକ୍ତ ଏସ୍ପି ତ୍ରିନାଥ ମିଶ୍ରଙ୍କ ଘରେ ଏହି ରେଡ ହୋଇଛି ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ୍ ଜାରି ରହିଛି । କଟକ, ଭୁବନେଶ୍ୱର, ଯାଜପୁର ଓ କୋରାପୁଟର ମୋଟ୍ ୧୫ଟି ଜାଗାରେ ରେଡ୍ ହୋଇଛି ।
ଭୁବନେଶ୍ୱର ରସୁଲଗଡ ସ୍ଥିତ ମନୋରମା ଇଷ୍ଟେଟ୍ ଫ୍ଲାଟ ନଂ-୨/୨୫, ନବରଙ୍ଗପୁର ଡାବୁଗାଁସ୍ଥିତ ପୈତୃକ ଘର, ଯାଜପୁର ବଡଚଣାସ୍ଥିତ ଶ୍ବଶୁର ଘର, ଯାଜପୁର ବଡଚଣାସ୍ଥିତ ଶାନ୍ତିଲତା ଫାର୍ମ ହାଉସ, ଚଣ୍ଡିଖୋଲ ବଜାର ଧାନମଣ୍ଡଳସ୍ଥିତ ଶାନ୍ତିଲତା କେୟାର୍ ଆଣ୍ଡ ନର୍ସିଂ ହୋମ୍ ସହ ମେଡିସିନ୍ ଦୋକାନ, ଚଣ୍ଡିଖୋଲସ୍ଥିତ ଶାନ୍ତିଲତା ଟ୍ରାନ୍ସପୋର୍ଟ, ଚଣ୍ଡିଖୋଲ ଧାନମଣ୍ଡଳରେ ଶାନ୍ତିଲତା ଟ୍ରାନ୍ସପୋର୍ଟ ନାମକ ଅନ୍ୟ ଏକ ଟ୍ରାନ୍ସପୋର୍ଟ ସଂସ୍ଥା, ଜଗତସିଂହପୁର ବିରିଡିରେ ଥିବା ଡ୍ରାଇଭରଙ୍କ ଘର, କଟକ ମହାନଦୀ ବିହାରରେ ଦୁଇ ପୁଅ ତୁଷାର ମିଶ୍ର ଏବଂ ତରୁଣ ମିଶ୍ରଙ୍କ ନାଁରେ ମେଡିସିନ୍ କମ୍ପାନୀ, କଟକ ତୁଳସୀପୁରସ୍ଥିତ ଅଫିସ, କଟକ ମଧୁପାଟଣା ପୋଲିସ କ୍ୟାମ୍ପସରେ ଥିବା ସରକାରୀ କ୍ବାର୍ଟରରେ ଚଢାଉ ହୋଇଛି ।
ଚଢାଉରେ ୩ ଜଣ ଅତିରିକ୍ତ ଏସ୍ପି, ୧୦ ଡିଏସ୍ପି, ୧୩ ଇନସ୍ପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି । କଟକ ଭିଜିଲାନ୍ସ ସ୍ପେଶାଲ ଜଜଙ୍କ ୱାରେଣ୍ଟ ବଳରେ ଏହି ଚଢାଉ ହୋଇଛି ।
ତ୍ରିନାଥ ମିଶ୍ର କଟକ ଜିଲ୍ଲାରେ ସବ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରିବା ପରେ ପଦୋନ୍ନତି ପାଇ ପୁଣି କଟକ ଜିଲ୍ଲାରେ ଇନ୍ସପେକ୍ଟର ଭାବେ କଟକ ଜିଲ୍ଲାରେ କାର୍ଯ୍ୟ କରିଥିଲେ ।
ପରବର୍ତ୍ତୀ ସମୟରେ ପୁଣି ପଦୋନ୍ନତି ପାଇ ଏସିପି ଭାବେ କଟକ କମିଶନରେଟ ପୋଲିସ ରେ କାର୍ଯ୍ୟ କରୁଥିବା ବେଳେ ପୁଣି ପଦୋନ୍ନତି ପାଇ ଅତିରିକ୍ତ ଡିସିପି ଭାବେ ଦିର୍ଘ ଦିନ କାର୍ଯ୍ୟ କରିବା ପରେ ନିକଟରେ ତାଙ୍କର ଅତିରିକ୍ତ ଏସ୍ପି କମୁନିକେସନ ଭାବେ ବଦଳି ହୋଇଥିଲା । ତ୍ରିନାଥ ମିଶ୍ର ଦୀର୍ଘ ବର୍ଷ କଟକ ଜିଲ୍ଲା ଓ କମିଶନରେଟ ପୋଲିସ ରେ କାର୍ଯ୍ୟ କରିଥିଲେ ।
ତେବେ ଆଜି ଭିଜିଲାନ୍ସ ପକ୍ଷରୁ ହୋଇଥିବା ରେଡରେ ତ୍ରିନାଥଙ୍କ ପତ୍ନୀଙ୍କ ନାଁରେ ଯାଜପୁର ଚଣ୍ଡିଖୋଲରେ ହସପିଟାଲ ଏବଂ ମେଡିକାଲ କେୟାର ବ୍ୟବସାୟ ରହିଥିବାବେଳେ ଏକ ଡ୍ରଗ ହାଉସ ରହିଛି ।
ଏହାସହ ପତ୍ନୀ ଶାନ୍ତିଲତାଙ୍କ ନାଁରେ ଯାଜପୁରର ଚଣ୍ଡିଖୋଲ ଏବଂ ଧାନମଣ୍ଡଳରେ ଦୁଇଟି ଟ୍ରାନ୍ସପୋର୍ଟର ସଂସ୍ଥା, କଟକ ମହାନଦୀ ବିହାରରେ ଦୁଇ ପୁଅଙ୍କ ନାଁରେ ଔଷଧ ବ୍ୟବସାୟ କମ୍ପାନୀ ରହିଛି ।
ଭିଜିଲାନ୍ସର ଫାଇନାନ୍ସ ଏବଂ ଟେକନିକାଲ ୱିଙ୍ଗ, ଡ୍ରଗ କଣ୍ଟ୍ରୋଲର ଏବଂ ବିଶେଷଜ୍ଞଙ୍କ ଦ୍ବାରା ସମସ୍ତ ବ୍ୟବସ୍ୟାର ଆକଳନ କରାଯାଉଛି । ଭୁବନେଶ୍ବର ରସୁଲଗଡସ୍ଥିତ ମନୋରମା ଇଷ୍ଟେଟରେ ଗୋଟିଏ ଫ୍ଲାଟ୍, ଯାଜପୁର ବଡଚଣାରେ ଫାର୍ମ ହାଉସ୍, ଭୁବନେଶ୍ବର ଏବଂ ଯାଜପୁରରେ ୩ଟି ପ୍ଲଟ, ନଗଦ ୩.୫ ଲକ୍ଷ ଟଙ୍କା, ୭ଟି ଦାମିକା ଗାଡି ଜବତ ହୋଇଛି ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30