Indus Valley Times

କୋହଳ ହେଲା କରୋନା କଟକଣା : ଓଡ଼ିଶାକୁ ଆସିବା ପାଇଁ ଦରକାର ନାହିଁ RTPCRନେଗେଟିଭ ରିପୋର୍ଟ

 Breaking News

କୋହଳ ହେଲା କରୋନା କଟକଣା : ଓଡ଼ିଶାକୁ ଆସିବା ପାଇଁ ଦରକାର ନାହିଁ RTPCRନେଗେଟିଭ ରିପୋର୍ଟ

August 04
15:34 2021

ଭୁବନେଶ୍ୱର, ୪/୮: ବାହାର ରାଜ୍ୟରୁ ଓଡ଼ିଶା ଆସୁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର। ଏଣିକି ଓଡ଼ିଶା ମାଟିରେ ପାଦ ଦେବା ପୂର୍ବରୁ ଆଉ କୌଣସି କଟକଣାର ସମ୍ମୁଖିନ ହେବାକୁ ପଡ଼ିବନି। କରୋନା କୋପ କମିଥିବାରୁ ସମସ୍ତ କଟକଣାକୁ ପ୍ରତ୍ୟାହାର କରି ନେଇଛନ୍ତି ରାଜ୍ୟ ସରକାର।
ଏଣିକି ବାହାର ରାଜ୍ୟରୁ ଓଡ଼ିଶା ଆସୁଥିବା ବ୍ୟକ୍ତିଙ୍କୁ କରୋନା ଟେଷ୍ଟ ରିପୋର୍ଟ(ଆଣ୍ଟିଜେନ୍/ RTPCR ନେଗେଟିଭ ରିପୋର୍ଟ) କିମ୍ବା କରୋନା ଟିକାର ଦ୍ୱିତୀୟ ଡୋଜ୍ ପ୍ରମାଣପତ୍ର ଦେବା ଆବଶ୍ୟକ ନାହିଁ। ଏନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।
ସୂଚନାଥାଉ କି, ପୂର୍ବରୁ ଉପରମୁହାଁ କରୋନା ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବାକୁ ବିଭିନ୍ନ ନିୟମ ଲାଗୁ କରିଥିଲେ ସରକାର। ବିଶେଷ କରି ବାହାର ରାଜ୍ୟରୁ ଓଡ଼ିଶା ଆସୁଥିବା ଲୋକେ କଡ଼ା ଯାଞ୍ଚର ସମ୍ମୁଖିନ ହେଉଥିଲେ।
ସେମାନଙ୍କୁ ଆଣ୍ଟିଜେନ୍ ଟେଷ୍ଟ କିମ୍ବା RTPCR ଟେଷ୍ଟ ରିପୋର୍ଟ ନେଗେଟିଭ୍ ଦେଖାଇବା ବାଧ୍ୟତାମୂଳକ କରାଯାଇଥିଲା।
ଏହା ଦେଖାଇ ନ ପାରିଲେ କରୋନା ଟିକାର ଦ୍ୱିତୀୟ ଡୋଜ୍ ପ୍ରମାଣପତ୍ର ଦେଖାଇବାକୁ ପଡ଼ୁଥିଲା। ହେଲେ ଆଉ ଏସବୁ ପ୍ରମାଣପତ୍ରର କୌଣସି ଆବଶ୍ୟକତା ପଡ଼ିବ ନାହିଁ।
ସୂଚନାଯୋଗ୍ୟ, ରାଜ୍ୟରେ ଏବେ କରୋନାର ଦ୍ୱିତୀୟ ସଂକ୍ରମଣ ନିୟନ୍ତ୍ରଣରେ ଥିବା ବେଳେ ସେପ୍ଟେମ୍ବର, ଅକ୍ଟୋବରରେ ତୃତୀୟ ଲହର ପିକ୍ରେ ରହିପାରେ ବୋଲି ଭବିଷ୍ୟବାଣୀ କରି ସାରିଲେଣି ଡିଏମ୍ଇଟି ସିବିକେ ମହାନ୍ତି।
ତେବେ ଏହା ଦ୍ୱିତୀୟ ଲହର ଭଳି ସେତେଟା ମାରାତ୍ମକ ହେବନି। କାରଣ ରାଜ୍ୟରେ ଟିକାକରଣ ଜୋରଦାର ଚାଲିଛି। ଏହାଦ୍ୱାରା ଅଧିକାଂଶ ଲୋକଙ୍କ ଦେହରେ ଆଣ୍ଟିବଡି ବୃଦ୍ଧି ହୋଇଛି ବୋଲି କହିଛନ୍ତି ଡିଏମ୍ଇଟି।
ଅପରପକ୍ଷେ ରାଜ୍ୟରେ ତୃତୀୟ ଲହର ରୋକିବାକୁ ସରକାର ପର୍ଯ୍ୟାପ୍ତ ବ୍ୟବସ୍ଥା କରିଛନ୍ତି। କୌଣସି ଲହର ରୋକିବାକୁ ଦୁଇଟି ଜିନିଷ ଆବଶ୍ୟକ । ପ୍ରଥମତଃ ରୋଗୀ ଚିହ୍ନଟ, ସର୍ଭେଲାନ୍ସ ଜାରି ରଖିବା ଏବଂ ଦ୍ୱିତୀୟରେ ଗୁରୁତରଙ୍କୁ ସଠିକ୍ ଟ୍ରିଟମେଣ୍ଟ କରିବା। ରାଜ୍ୟ ସରକାର ଏହି ଦୁଇଟି ଦିଗ ସହ ଟିକାକରଣ ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହା

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031