Indus Valley Times

କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଶାଳ ଶୋଭାଯାତ୍ରା : ନୟାଗଡ଼ରେ ମେଡିକାଲ କଲେଜ ସ୍ଥାପନ ଦାବି ତୁରନ୍ତ ଘୋଷଣା କରନ୍ତୁ

 Breaking News

କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଶାଳ ଶୋଭାଯାତ୍ରା : ନୟାଗଡ଼ରେ ମେଡିକାଲ କଲେଜ ସ୍ଥାପନ ଦାବି ତୁରନ୍ତ ଘୋଷଣା କରନ୍ତୁ

କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଶାଳ ଶୋଭାଯାତ୍ରା : ନୟାଗଡ଼ରେ ମେଡିକାଲ କଲେଜ ସ୍ଥାପନ ଦାବି ତୁରନ୍ତ ଘୋଷଣା କରନ୍ତୁ
January 02
19:29 2026

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨/୧ : ନୟାଗଡ଼ ଜିଲ୍ଲା ସଦରମହକୁମାରେ ମେଡିକାଲ କଲେଜ ସ୍ଥାପନ ପାଇଁ ଆଜି ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।
ନୟାଗଡ଼ ଜିଲ୍ଲା ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ଆବାହକ ଗୋଦାବରିଶ୍ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ବିଶାଳ ଶୋଭାଯାତ୍ରାରେ ଦଳ ମତ ନିର୍ବିଶେଷରେ ଶହ ଶହ ଲୋକ ଯୋଗ ଦେଇଥିଲେ ।
ନୟାଗଡ଼ ଜିଲ୍ଲାର ସମସ୍ତ ବ୍ଲକରୁ କ୍ରିୟାନୁଷ୍ଠାନ କମିଟି ପ୍ରତିନିଧିମାନେ ଯୋଗ ଦେଇ ଆନ୍ଦୋଳନକୁ ସମର୍ଥନ ଦେଇଥିଲେ ।
ନୂଆଗାଁ, ଦଶପଲ୍ଲା, ଗଣିଆ, ଖଣ୍ଡପଡ଼ା, ଭାପୁର, ଓଡ଼ଗାଁ ବ୍ଲକ ସମେତ ବାହାଡ଼ଝୋଲା ଓ ରଣପୁର ବ୍ଲକ ଶରଣକୁଳ ଅଞ୍ଚଳରୁ ଲୋକମାନେ ସାମିଲ ହୋଇଥିଲେ ।
ରାଜ୍ୟ ସରକାର ଘୋଷଣା ମୁତାବକ ତୁରନ୍ତ ନୟାଗଡ଼ ଜିଲ୍ଲା ସଦର ମହକୁମାରେ ମେଡିକାଲ କଲେଜ ସ୍ଥାପନ ପାଇଁ ପଦକ୍ଷେପ ନେବା ସହ ଘୋଷଣା କରିବାକୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବି କରାଯାଇଛି ।
ଏହି ଅବସରରେ ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ପହଞ୍ଚିଛି ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ନାରାବାଜି କରାଯିବା ସହ ସରକାର ତୁରନ୍ତ ଘୋଷଣା ନକଲେ ଆଗାମୀ ଦିନରେ ଜିଲ୍ଲା ବନ୍ଦ ଡାକରା ଦିଆଯିବ ବୋଲି କର୍ମକର୍ତ୍ତମାନେ କହିଛନ୍ତି ।
ନୟାଗଡ଼ ଜିଲ୍ଲାର ବିପର‌୍ୟ୍ୟସ୍ତ ସ୍ୱାସ୍ଥ୍ୟ ଅବସ୍ଥା ଏବଂ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକ ରୋଗୀ ପ୍ରେରଣ କେନ୍ଦ୍ର ଭାବେ କାର୍ଯ୍ୟ କରିବା ଜନସାଧାରଣଙ୍କୁ ଅତିଷ୍ଠ କରି ସାରିଛି । ଜିଲ୍ଲାରେ ରହିଥିବା ଅନେକ ଡାକ୍ତରଖାନାରେ ଆବଶ୍ୟକ ଡାକ୍ତର ଓ କର୍ମଚାରୀ ଅଭାବ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ଦଶପଲ୍ଲା ବ୍ଲକ ବାଣିଗୋଚ୍ଛା, ଗଣିଆ ବ୍ଲକ ବଡ଼ଶିଲିଙ୍ଗାଠାରୁ ଓଡ଼ଗାଁ ବ୍ଲକ ରୋହିବାଙ୍କ ପର‌୍ୟ୍ୟନ୍ତ ଲୋକ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରୁଛନ୍ତି ।
ଏହା ସହିତ ବୈାଦ୍ଧ ଜିଲ୍ଲା, ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ, ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼, କଟକ ଜିଲ୍ଲା ନରସିଂହପୁର ଓ ବଡ଼ମ୍ବା ବାସୀ ମଧ୍ୟ ନୟାଗଡ଼ ଉପରେ ନିର୍ଭର କରୁଛନ୍ତି ।
ଆଖପାଖ ଜିଲ୍ଲାର ସ୍ୱାସ୍ଥ୍ୟ ସମସ୍ୟା ଓ ନୟାଗଡ଼ ଜିଲ୍ଲାର ହିତ ଦୃଷ୍ଟିରୁ ସରକାର ତୁରନ୍ତ ମେଡିକାଲ କଲେଜ ସ୍ଥାପନ ପାଇଁ ଘୋଷଣା କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି ।
କ୍ରିୟାନୁଷ୍ଠାନ କମିଟି ସଦସ୍ୟ ଶ୍ରୀକାନ୍ତ ଖଟେଇ, ସନ୍ତୋଷ କୁମାର ପ୍ରଧାନ, ରାମକୃଷ୍ଣ ରଥ, ଗୁରପ୍ରସାଦ ଜେନା, ଜାନକୀ ବଲ୍ଲଭ ଜେନା ପ୍ରମୂଖ ସରକାରଙ୍କୁ ଶାଣିତ ସ୍ୱରରେ ନିନ୍ଦା କରିବା ସହ ମେଡିକାଲ କଲେଜ ସ୍ଥାପନ ପାଇଁ ନାରବାଜି କରିଥିଲେ ।
ଆଜିର ଶୋଭାଯାତ୍ରାରେ ବିଭିନ୍ନ ବ୍ଲକରୁ ଆସିଥିବା ପ୍ରତିନିଧିଙ୍କ ସହ ରୋଟାରୀ କ୍ଲବ, ସିଭିଲ୍ ସୋସାଇଟ, ବରିଷ୍ଠ ନାଗରିକ ମଞ୍ଚ, ବସ ମାଲିକ ସଂଘ, ଡ୍ରାଇଭର ସଂଘ, ଟ୍ୟାକ୍ସି ଚାଳକ ସଂଘ, ବାରିକ ସଂଘ, ବ୍ୟବସାୟୀ ସଂଘ, ଭାରତ ବିକାଶ ପରିଷଦ, ଇନର ହ୍ୱିଲ୍ କ୍ଲବ, ସାମ୍ବାଦିକ ଭବନ ସଦସ୍ୟମାନେ ସାମିଲ ହୋଇଥିଲେ ।
ଯୁବନେତା ଦୁର‌୍ୟ୍ୟୋଧନ ବେହେରାଙ୍କ ନେତୃତ୍ୱରେ ଅନେକ ଯୁବକ ସାମିଲ ହୋଇଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପଦର୍ଶନ କରାଯାଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଗ୍ରହଣ କରିଥିଲେ ।
ଏହା ପରେ ନୀଳମାଧବ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ସଭାରେ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରାଯିବା ସହ ସ୍ୱରକୁ ଶାଣିତ କରିବା ପାଇଁ ବିଭିନ୍ନ ବ୍ଲକରୁ ଆସିଥିବା ପ୍ରତିନିଧିମାନେ ମତ ରଖିଥିଲେ ।
କାର୍ଯ୍ୟକ୍ରମକୁ ବୈଦ୍ୟଭୂଷଣ ମହାପାତ୍ର, ଅନୀଲ କୁମାର ପଣ୍ଡା, ଧିରେନ୍ଦ୍ର ପଟ୍ଟନାୟକ, ଅବିନାଶ ସାହୁ, ପ୍ରସନ୍ନ ବସନ୍ତିଆ ପ୍ରମୂଖ ପରିଚାଳନା କରିଥିଲେ ।
ଶୋଭାଯାତ୍ରାରେ ୪ ଶହରୁ ଉର୍ଦ୍ଧ୍ୱ ଲୋକ ସାମିଲ ହୋଇ ନୟାଗଡ଼ ସ୍ୱାର୍ଥ ପାଇଁ ଆଗାମୀ ଦିନରେ ଜୋରଦାର ଲଢ଼େଇ ହେବ ବୋଲି ମତ ରଖିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031