Indus Valley Times

କ୍ଷୀରୋଦ ମଲ୍ଲିକଙ୍କ ଘରେ ଆଜି ବି ଇଡିର ରେଡ୍, ୨୩୧ କୋଟି ଠକେଇର ଚାଲିଛି ଛାନ୍‌ଭିନ୍‌

 Breaking News

କ୍ଷୀରୋଦ ମଲ୍ଲିକଙ୍କ ଘରେ ଆଜି ବି ଇଡିର ରେଡ୍, ୨୩୧ କୋଟି ଠକେଇର ଚାଲିଛି ଛାନ୍‌ଭିନ୍‌

December 19
12:01 2024

ସମ୍ବଲପୁର, ୧୯/୧୨ : ଆକ୍ସନ ମୁଡରେ ଇଡି। ଆଜି ବି ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଭାଇ ସ୍ୱର୍ଗତ କ୍ଷୀରୋଦ ମଲ୍ଲିକଙ୍କ ଘରେ ଚଢ଼ାଉ କରିଛି ଇଡି। ଦ୍ୱିତୀୟ ଦିନରେ ପ୍ରମିଳାଙ୍କ ଭାଇଙ୍କ ଘରେ ଏହି ଚଢ଼ାଉ ଚାଲିଛି। ସମ୍ବଲପୁରର ବାଣିପାଲିରେ ଥିବା ଘରେ ରେଡ୍ ଚାଲିଥିବା ଜଣାଯାଇଛି। ବିଶ୍ୱ ଏନଜିଓର ଫାଉଣ୍ଡର ଥିଲେ ପ୍ରମିଳା ମଲ୍ଲିକ ଭାଇ ସ୍ୱର୍ଗତ କ୍ଷୀରୋଦ ମଲ୍ଲିକ ।
ଗତକାଲି ସମ୍ବଲପୁରରେ ଥିବା ବିଶ୍ୱ ଏନଜିଓର ମୁଖ୍ୟ କାର୍ଯ୍ୟାଳୟ ସମେତ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଦିଲ୍ଲୀରେ ମଧ୍ୟ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା। ଗତକାଲି ଇଡିର ଅଧିକାରୀ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚଢ଼ାଉ ଜାରି ରଖିଥିଲେ ବୋଲି ସୂଚନା ରହିଛି। ପୁଣି ଆଜି ସକାଳୁ ସକାଳୁ ଚଢ଼ାଉ ଜାରି ରହିଛି। ଗତକାଲି ଚଢ଼ାଉ ବେଳେ ଇଡି ହାତରେ କେଉଁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ଲାଗିଛି ତାହା ସ୍ପଷ୍ଟ ହୋଇନାହିଁ।
ଉଲ୍ଲେଖଯୋଗ୍ୟ, କ୍ଷୀରୋଦ ମଲ୍ଲିକ ଏକାଧିକ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କରୁ ଲୋନ ନେଇଥିଲେ। ହେଲେ ତାର ପରିଷଦ କରିନଥିଲେ। ଏଥିସହ କ୍ଷୀରୋଦ ଚଲାଇଥିବା ବିଶ୍ୱ ଏନଜିଓ (Bharat integrated social welfare agency)୨୩୧ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଏହି ଠକେଇ ଟଙ୍କା ଚଳିତ ନିର୍ବାଚନ କାର୍ଯ୍ୟରେ ବ୍ୟବହାର କରାଯାଇଥିବା ସୂଚନା ମିଳଥିଲା। ଏହି ତଥ୍ୟ ମିଳିବା ପରେ ଇଡି ଖୋଳତାଡ଼ ଆରମ୍ଭ କରିଛି।
ସୂଚନା ଥାଉକି, କିଛି ବର୍ଷ ବିଶ୍ୱ ଏନଜିଓ ସଂସ୍ଥା ବନ୍ଦ ରହିଛି। ତେବେ ଇଡି ଚଢ଼ାଉ ନେଇ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031