Indus Valley Times

ଗଣତନ୍ତ୍ର ଦିବସ ପ୍ୟାରେଡ଼ ରେ ଅଂଶ ଗ୍ରହଣ କରିଥିବା ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ କ୍ୟାଡେଟ ମାନଙ୍କୁ ସମ୍ବର୍ଦ୍ଧିତ କଲେ ମହାବିଦ୍ୟାଳୟ ଅଧ୍ୟକ୍ଷା

 Breaking News

ଗଣତନ୍ତ୍ର ଦିବସ ପ୍ୟାରେଡ଼ ରେ ଅଂଶ ଗ୍ରହଣ କରିଥିବା ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ କ୍ୟାଡେଟ ମାନଙ୍କୁ ସମ୍ବର୍ଦ୍ଧିତ କଲେ ମହାବିଦ୍ୟାଳୟ ଅଧ୍ୟକ୍ଷା

February 12
11:25 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା,୧୨/୨ : ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡ. ବିନ୍ଦୁଶ୍ରୀ ମିଶ୍ର ନୁଆଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଥିବା ଗଣତନ୍ତ୍ର ଦିବସ ପ୍ୟାରେଡରେ ମହାବିଦ୍ୟାଳୟର ଏନସିସି କ୍ୟାଡେଟ ସିନିୟର ଅଣ୍ଡର ଅଫିସର (ଏସ.ୟୁ.ଓ) ଗଙ୍ଗାଧର ପ୍ରଧାନ, ଜୁନିଅର ଅଣ୍ଡର ଅଫିସର (ଜେ.ୟୁ.ଓ) ପ୍ରଦ୍ୟୁମ୍ନ ପ୍ରଧାନ, କ୍ୟାଡେଟ ଅର୍ଚ୍ଚିତା ସୁନ୍ଦରା ଅଂଶଗ୍ରହଣ କରିଥିବା ବେଳେ ଏବଂ ନୂଆଦିଲ୍ଲୀର ସୈନିକ କ୍ୟାମ୍ପରେ ମ୍ୟାପ ରିଡିଂ କୋର୍ସରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଜୁନିଅର ଅଣ୍ଡର ଅଫିସର (ଜେ.ୟୁ.ଓ.) ଇତିଶ୍ରୀ ପାଟ୍ଟଶାଣୀ ଙ୍କୁ ମାନପତ୍ର ଓ ମେମଣ୍ଟୋ ଦେଇ ସମ୍ବର୍ଦ୍ଧିତ କରିଥିଲେ।
ଅଧ୍ୟକ୍ଷା ଡ.ମିଶ୍ର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଏନ.ସି.ସି ଏକ ମହାନ ପ୍ଲାଟଫର୍ମ ଯାହା ସଂଗଠିତ, ପ୍ରଶିକ୍ଷିତ ଏବଂ ପ୍ରେରଣାଦାୟକ ଯୁବପିଢ଼ି ସୃଷ୍ଟି କରିବା ସହିତ ଚରିତ୍ରକୁ ପୁନଃନିର୍ମାଣ କରିବାରେ ସାହାର୍ଯ୍ୟ କରେ ଯେଉଁମାନେ ସର୍ବଦା ଜାତିର ଅଭିବୃଦ୍ଧି ପାଇଁ କାର‌୍ୟ୍ୟ କରିଥାନ୍ତି।
ଏହି ଅବସରରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ଅସୀମା ସତପଥୀ, ସ୍ୱାତୀ ସ୍ୱାଗତିକା ମୁର୍ମୁ, ଉପାଧ୍ୟକ୍ଷା ପ୍ରତାପ ପଟ୍ଟନାୟକ, +୨ ଅଧ୍ୟକ୍ଷା ପୂର୍ଣ୍ଣିମା ନାୟକ ଏବଂ ପ୍ରାକ୍ତନ ଛାତ୍ରମାନେ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମଟିକୁ ଆଲୁମିନି ଏନ.ସି.ସି. ଛାତ୍ର ସଂସଦ ସଭାପତି ଦେବ ପ୍ରସାଦ ମଜୁମଦାର ପରିଚାଳନା କରିଥଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031