Indus Valley Times

କ୍ୟାବିନେଟ ନିଷ୍ପତ୍ତି : ତେଲ କମ୍ପାନିଙ୍କ କ୍ଷତି ଭରଣା ପାଇଁ ଦିଆଯିବ ୨୨ ହଜାର କୋଟି,ରେଳ କର୍ମଚାରୀଙ୍କ ୭୮ ଦିନର ବୋନସ୍

 Breaking News

କ୍ୟାବିନେଟ ନିଷ୍ପତ୍ତି : ତେଲ କମ୍ପାନିଙ୍କ କ୍ଷତି ଭରଣା ପାଇଁ ଦିଆଯିବ ୨୨ ହଜାର କୋଟି,ରେଳ କର୍ମଚାରୀଙ୍କ ୭୮ ଦିନର ବୋନସ୍

କ୍ୟାବିନେଟ ନିଷ୍ପତ୍ତି : ତେଲ କମ୍ପାନିଙ୍କ କ୍ଷତି ଭରଣା ପାଇଁ ଦିଆଯିବ ୨୨ ହଜାର କୋଟି,ରେଳ କର୍ମଚାରୀଙ୍କ ୭୮ ଦିନର ବୋନସ୍
October 12
18:05 2022

ନୂଆଦିଲ୍ଲୀ, ୧୨/୧୦: ନିଜେ କ୍ଷତିରେ ରହି ଦେଶର ୩ ତୈଳ କମ୍ପାନୀ ଦୁଇ ବର୍ଷ ଧରି ଲୋକଙ୍କୁ ଶସ୍ତାରେ ରନ୍ଧନ ଗ୍ୟାସ୍ ଯୋଗାଇ ଚାଲିଥିଲେ। ବିଶ୍ୱରେ ଦାମ ବଢ଼ୁଥିବା ବେଳେ ଦେଶବାସୀଙ୍କୁ କମ୍ପାନୀ ଗୁଡ଼ିକ ଶସ୍ତାରେ ଏଲପିଜି ଯୋଗାଇବା ବନ୍ଦ କରି ନଥିଲେ।
ଏଥିପାଇଁ କେନ୍ଦ୍ର ସରକାର ୩ ତୈଳ କମ୍ପାନୀ ପାଇଁ ଦୀପାବଳି ଭେଟି ଘୋଷଣା କରିଛନ୍ତି। ସେମାନଙ୍କ କ୍ଷତିକୁ ଲାଘବ କରିବା ପାଇଁ ସରକାର ଏବେ ୨୨ ହଜାର କୋଟି ଟଙ୍କାର ପ୍ୟାକେଜ ଦେବେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ୩ ସରକାରୀ ତୈଳ କମ୍ପାନୀ-ଇଣ୍ଡିଆନ ଅଏଲ କର୍ପୋରେସନ(ଆଇଓସି), ଭାରତ ପେଟ୍ରୋଲିୟମ ଲିଃ(ବିପିସିଏଲ) ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିଃ(ଏଚପିସିଏଲ) ଦୁଇ ବର୍ଷ ହେଲା ଲୋକଙ୍କୁ ଶସ୍ତାରେ ଏଲପିଜି ଯୋଗାଇ ଚାଲିଥିଲେ।
ସେମାନେ ୨୦୨୦ ଜୁନରୁ ୨୦୨୨ ଜୁନ ଯାଏ ଶସ୍ତାରେ ଗ୍ୟାସ ଯୋଗାଇ ଦେଇଛନ୍ତି। ଏଥିପାଇଁ ସେମାନଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଛି। ତେଣୁ କେନ୍ଦ୍ର କ୍ୟାବିନେଟ ସେମାନଙ୍କ କ୍ଷତିଭରଣ ପାଇଁ ୱାନ ଟାଇମ ଗ୍ରାଣ୍ଟ ଭାବେ ୨୨ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି।
ଏହି ୩ କମ୍ପାନୀ ସରକାରଙ୍କ ଦ୍ୱାରା ଧାର‌୍ୟ୍ୟ ଦରରେ ଗ୍ରାହକଙ୍କୁ ଏଲପିଜି ଯୋଗାଇ ଦେଇଥିଲେ। ଜୁନ ୨୦୨୦ରୁ ୨୦୨୨ ଜୁନ ମଧ୍ୟରେ ଏଲପିଜି ଦର ସାରା ବିଶ୍ୱରେ ପ୍ରାୟ ୩୦୦ ଗୁଣା ବଢ଼ିଛି। ତେବେ ଭାରତରେ ଏହା ବହୁତ କମ ବୃଦ୍ଧି ପାଇଛି। ଏହି ସମୟ ଭିତରେ ଭାରତରେ ଏଲପିଜି ଦାମ ୭୨% ବଢ଼ିଥିଲା।

ଅନ୍ତର୍ଜାତୀୟ ବଜାରରେ ୩୦୦ ଗୁଣ ବଢ଼ିଥିବା ବେଳେ ଭାରତରେ ୩ ତୈଳ କମ୍ପାନୀ କ୍ଷତି ସହି ଲୋକଙ୍କୁ ସେବା ଯୋଗାଇ ଚାଲିଥିଲେ। କ୍ଷତି ସତ୍ତ୍ୱେ କମ୍ପାନୀଗୁଡ଼ିକ ଏଲପିଜି ଯୋଗାଣ ବନ୍ଦ କରି ନଥିଲେ। ଲୋକଙ୍କମାନଙ୍କ ପାଖରେ ଆବଶ୍ୟକ ଗ୍ୟାସ ପହଞ୍ଚି ପାରିଥିଲା। ତେଣୁ ସରକାର ଏବେ କମ୍ପାନୀଗୁଡ଼ିକୁ ସହାୟତା ରାଶି ଘୋଷଣା କରିଥିବା ଶ୍ରୀ ଠାକୁର କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031