Indus Valley Times

ଖମନଖୋଲ ପଞ୍ଚାୟତର ବହୁବିଧି ସମସ୍ୟା ନେଇ ମନ୍ତ୍ରୀଙ୍କୁ ଜଣାଇଲେ ଅଞ୍ଚଳ ବାସୀ

 Breaking News

ଖମନଖୋଲ ପଞ୍ଚାୟତର ବହୁବିଧି ସମସ୍ୟା ନେଇ ମନ୍ତ୍ରୀଙ୍କୁ ଜଣାଇଲେ ଅଞ୍ଚଳ ବାସୀ

ଖମନଖୋଲ ପଞ୍ଚାୟତର ବହୁବିଧି ସମସ୍ୟା ନେଇ ମନ୍ତ୍ରୀଙ୍କୁ ଜଣାଇଲେ ଅଞ୍ଚଳ ବାସୀ
June 23
11:08 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୩/୬ : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଖମନଖୋଲ ପଞ୍ଚାୟତ ରେ ଆଜକୁ ଦୀର୍ଘ ଦିନ ହେଲା ବହୁବିଧି ସମସ୍ୟା ମଧ୍ୟରେ ରହିଛି, ଯାହାକି, ଉକ୍ତ ପଞ୍ଚାୟତ ଅଞ୍ଚଳରେ ଶିକ୍ଷା ସ୍ୱାସ୍ଥ୍ୟ, ରାସ୍ତା ଘାଟ, ପାନୀୟ ଜଳ, ଭଳି ବିଭିନ୍ନ ପ୍ରକାର ସମସ୍ୟା ଦେଇ ଗତି କରୁଛି ।
ଏ ସବୁକୁ ଦୃଷ୍ଟି ରେ ରଖି ଅଞ୍ଚଳ ର ବିଜେପି ଯୁବ ନେତା ଆଶିଷ କୁମାର ମହାପାତ୍ରଙ୍କ ସହ ଅଞ୍ଚଳ ବାସୀ ଏକ ଲିଖିତ ଅଭିଯୋଗ ପତ୍ର କୁ କନ୍ଧମାଳ ଜିଲ୍ଲା କୁ ଦିନିକିଆ ଗସ୍ତ ରେ ଆସିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ଅନୁସୂଚିତ ଜନାଜାତି, ଅନୁସୂଚିତ ଜାତି ଉନୟନ୍ନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କୁ ପ୍ରଦାନ କରିଥିଲେ ।
ମନ୍ତ୍ରୀ ଶ୍ରୀ ଗଣ୍ଡ ଉକ୍ତ ଅଭିଯୋଗ ପତ୍ର କୁ ତନଖି ସଙ୍ଗେ ସଙ୍ଗେ ସ୍ଥାନୀୟ ଆଇଟିଡିଏ ବିଭାଗ ଅଧିକାରୀ ଙ୍କୁ ଡକାଇ ତୁରନ୍ତ ସମାଧାନ କରିବା ପାଇଁ ଅବଗତ କରାଇଥିଲେ ।
ମନ୍ତ୍ରୀ ଶ୍ରୀ ଗଣ୍ଡଙ୍କ ତ୍ଵରିତ ପଦକ୍ଷେପ ଅଞ୍ଚଳ ବାସୀଙ୍କ ଅଭାବ ଅସୁବିଧା ଭଳି ବିଭିନ୍ନ ସମସ୍ୟା ତୁରନ୍ତ ସମାଧାନ ହେବ ବୋଲି ଅଞ୍ଚଳ ବାସୀ ଆଶା ସଂଚାର କରିଛନ୍ତି ।
କଂଗ୍ରେସ ଫ୍ୟାକ୍ଟ ଫାଇଣ୍ଡିଂ ଟିମର ଟିକାବାଲି ଗସ୍ତ :ରିନୁ ମହାପାତ୍ରଙ୍କ ପରିବାର ବର୍ଗ ଙ୍କୁ ଭେଟିଲେ
ବାଲିଗୁଡା, ୨୩/୬: ରାଜ୍ୟରେ ମହିଳା ଓ ନାବାଳିକା ବଳାତ୍କାର କୁ ପ୍ରସଙ୍ଗ କରିଛି କଂଗ୍ରେସ । ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଖରାପ ହୋଇ ପଡ଼ିଥ‌ବା ଅଭିଯୋଗ କରି ବିଜେପି ସରକାର ବିରୋଧରେ ଅଭିଯାନ ଆରମ୍ଭ କରିଛି ।
ମହିଳା ନିର୍ଯ୍ୟାତନା ବିରୋଧରେ ଆନ୍ଦୋଳନ କ୍ରମରେ ମହିଳା କଂଗ୍ରେସକୁ ମାଧ୍ୟମ କରିଛି ।
ଆଉ ତୃଣମୂଳ ସ୍ତରରେ ଜନମତକୁ ଜାଗୃତ କରିବାକୁ ଉଦ୍ୟମ ଚଳାଇଛି । ଏ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲିରେ ରବିବାର କଂଗ୍ରେସର ଫ୍ୟାକ୍ଟ ଫାଇ ଫାଇଣ୍ଡିଂ ଟିମ ପହଞ୍ଚିଛନ୍ତି । କଂଗ୍ରେସର ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମରେ ୫ ଜଣ ଜଣ ସଦସ୍ୟ ରହିଛନ୍ତି ।
କିଛି ଦିନ ତଳେ ଟିକାବାଲି ଅଞ୍ଚଳରେ ରିନୁ ମହାପାତ୍ରଙ୍କୁ ବଳାତ୍କାର କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ପୀଡିତାର ପରିବାର ବର୍ଗ ଙ୍କୁ ଭେଟି ଘଟଣା ସମ୍ପର୍କ ରେ ଟିକିନିଖି ପଚାରି ବୁଝିଥିଲେ ।
ନ୍ୟାୟ ପ୍ରଦାନ କରିବା ଦିଗରେ କଂଗ୍ରେସ ଦଳ ସାଥିରେ ରହିବ ବୋଲି ପୀଡିତା ପରିବାରକୁ ଆଶ୍ବାସନା ଦେଇ ଥିଲେ କଂଗ୍ରେସ ପ୍ରତିନିଧୂ ଦଳ ।
ଟିକାବାଲି ଆସିବା ପୂର୍ବରୁ ଗୋପାଳପୁର ଗସ୍ତ କରି ଗଣଦୁଷ୍କର୍ମ ଘଟଣା ସୁଳ ପରିଦର୍ଶନ କରି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ ।
ରାଜ୍ୟରେ ମହିଳା ଓ ନାବାଳିକା ଙ୍କ ଉପରେ ଦୁଷ୍କର୍ମ ଓ ନିର‌୍ୟାତନା ବଢ଼ିଛି। ତାସହ ଆକସ୍ମିକ ଭାବରେ ଶତାଧିକ ମହିଳା, ଶିଶୁ ନିଖୋଜ ହୋଇଛନ୍ତି ବୋଲି କଂଗ୍ରେସ ପ୍ରତିନିଧି ଦଳ ଅଭିଯୋଗ କରିଛନ୍ତି ।
ମହିଳାଙ୍କ ପ୍ରତି ବଢୁଥିବା ଅତ୍ୟାଚାର କୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । ଅନୁଧ୍ୟାନ କରିବା ସକାଶେ ଏଆଇସିସି ଅଧ୍ୟକ୍ଷ ଶ୍ରୀ ମଲ୍ଲିକାର୍ଜୁନ ଖଡଗେ ଙ୍କ ନିର୍ଦ୍ଦେଶ କ୍ରମେ ୫ଜଣିଆ ତଥ୍ୟ ଅନୁସନ୍ଧାନ କାରୀ କମିଟି ଗଠନ ହୋଇଛି । ଏହି କମିଟି ଅନୁଧ୍ୟାନ କରିଥିବା ତଥ୍ୟ ଏ ଆଇ ସି ସି ସଭାପତିଙ୍କୁ ରିପୋର୍ଟ ପ୍ରଦାନ କରିବ ବୋଲି ପ୍ରତିନିଧି ଦଳ କହିଛନ୍ତି ।
ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ମହିଳା କଂଗ୍ରେସ ଅଧ୍ୟକ୍ଷା ଦିପା ଦାସ ମୁନସୀଙ୍କ ଆବାହକତ୍ୱରେ ୫ ଜଣିଆ ତଥ୍ୟ ଅନୁଧ୍ୟାନ କାରୀ ଦଳ ୪ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ।
ଦଳରେ ସାଂସଦ ରଞ୍ଜିତ ରଞ୍ଜନ, ସାଂସଦ ପ୍ରଣତି ସିନ୍ଧେ,ଏସ.ଯୋଥୁମଣି, ପୂର୍ବତନ ଏଆଇସିସି ମହିଳା କଂଗ୍ରେସ ଅଧ୍ୟକ୍ଷା ଶୋଭା ଓଝା ପ୍ରମୁଖ ରହିଛନ୍ତି ।
ଉକ୍ତ ଦଳ ସହ ରାଜ୍ୟ ମହିଳା କଂଗ୍ରେସ ଅଧ୍ୟକ୍ଷା ମିନାକ୍ଷୀ ବାହିନୀପତି, ସସ୍ମିତା ବେହେରା, ବନ୍ଦିତା ପରିଡ଼ା,ସୋନାଲି ସାହୁ,ମନିଷା ଦାଶ ପଟ୍ଟନାୟକ, ଜୟଶ୍ରୀ ପାତ୍ର ଓ଼ ଟିକାବାଲି ରେ ସାକ୍ଷାତକାର ସମୟରେ ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବିଧାୟକ ରମେଶ ଜେନା, କଂଗ୍ରେସ ଜିଲ୍ଲା ସଭାପତି ଚନ୍ଦ୍ର ଶେଖର ପରିଡା, ଜି.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ପୂର୍ବତନ ଜିଲ୍ଲା ସଭାପତି ଅନାମ ନାୟକ, ରାଜ୍ୟ ରାଜିବ ଗାନ୍ଧି ସଂଯୋଜକ ପ୍ରତାପ ପ୍ରଧାନ, ପୂର୍ବତନ ଯୁବ କଂଗ୍ରେସର ସଭାପତି ପ୍ରଭାତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଫୁଲବାଣୀ ଯାଇ କନ୍ଧମାଳ ଜିଲ୍ଲାପାଳ ଓ଼ ଏସପି ଙ୍କୁ ଭେଟି ଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031