Indus Valley Times

ଲୋକସେବା ଭବନରେ ରିଲ୍ସ ନେଇ ଆସିବ ଗାଇଡ୍‌ଲାଇନ୍‌

 Breaking News

ଲୋକସେବା ଭବନରେ ରିଲ୍ସ ନେଇ ଆସିବ ଗାଇଡ୍‌ଲାଇନ୍‌

January 02
17:48 2026

ଭୁବନେଶ୍ୱର, ୨/୧ : ଲୋକସେବା ଭବନରେ ରିଲ୍ସ କରିବାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଲୋକସେବା ଭବନରେ ରିଲ୍ସ ପାଇଁ ଗୃହ ବିଭାଗ ଗାଇଡ୍‌ଲାଇନ୍ ଆଣିବ। ଲୋକସେବା ଭବନରେ ରିଲ୍ସ କରିବା ଠିକ୍ କଥା ନୁହେଁ, ସେଥି କାର୍ଯ୍ୟ କରୁଥିବା ବ୍ୟକ୍ତି ହୁଅନ୍ତୁ କି ବାହାର ଲୋକ, ରିଲ୍ସ ମନା। ଲୋକସେବା ଭବନରେ ରିଲ୍ସର କୌଣସି ଅବକାଶ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।
ଆଗକୁ ଗୃହ ବିଭାଗ ଲୋକସେବା ଭବନ ସୁରକ୍ଷାକର୍ମୀଙ୍କୁ ଏ ବାବଦରେ କଡ଼ା ତାଗିଦ କରିବ। ରିଲ୍ସ ହେଉଥିଲେ ଲୋକସେବା ଭବନ ସୁରକ୍ଷାକର୍ମୀ ଓ ପୋଲିସ ତୁରନ୍ତ ପଦକ୍ଷେପ ନେବେ। ଲୋକସେବା ଭବନରେ ରିଲ୍ସ ମୋ’ ନଜରକୁ ଆସି ନ ଥିବା ପ୍ରତିକ୍ରିୟାରେ କହିଛନ୍ତି ମନ୍ତ୍ରୀ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031