Indus Valley Times

ଖୋର୍ଦ୍ଧା : ଏଚ ଆଇ ଭି ସଚେତନ ଉଦ୍ୟସରେ ଗଣ ଦୌଡ

 Breaking News

ଖୋର୍ଦ୍ଧା : ଏଚ ଆଇ ଭି ସଚେତନ ଉଦ୍ୟସରେ ଗଣ ଦୌଡ

ଖୋର୍ଦ୍ଧା : ଏଚ ଆଇ ଭି ସଚେତନ ଉଦ୍ୟସରେ ଗଣ ଦୌଡ
August 08
22:17 2023

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା,୮/୮ : ମଙ୍ଗଳବାର ଯୁବ ମହୋତ୍ସବ ପାଳନ ଅବସରରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ CDM & PHO ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଗଣ ଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ଉକ୍ତ ଗଣ ଦୌଡ଼ ଟିକୁ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳ ଶ୍ରୀଯୁକ୍ତ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓଇଝ ସକାଳ ସମୟ ୭.୩୦ ମିନିଟି ରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲ ।
ଏଥିରେ ରେଡ ରିବନ କ୍ଲବ (RRC), ୟୁଥ ରେଡ କ୍ରସ (YRC), ନେହେରୁ ଯୁବ କେନ୍ଦ୍ର (NYK), ରିଲିଆନ୍ସ ଫାଉଣ୍ଡେସନ ଓ ଭୁବନେଶ୍ୱର ଏବଂ ଖୋର୍ଦ୍ଧା କଲେଜ ର ପ୍ରାୟ ୧୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ ।
ଏଚ ଆଇ ଭି ର ବହୁଳ ପ୍ରସାର ଓ ପ୍ରଚାର ଉଦେଶ୍ୟ ରେ ଯୁବ ଗୋଷ୍ଠୀ ମନେ ଉକ୍ତ ଗଣ ଦୌଡ ରେ ସାମିଲ ହୋଇଥିଲେ । ମହର୍ଷି କଲେଜ, ରାଜଧାନୀ କଲେଜ, ଚନ୍ଦକା ଡିଗ୍ରୀ କଲେଜ, କୀଟ ବିଶ୍ୱବିଦ୍ୟାଳୟ, ଗୋଦାବରୀଶ ମହାବିଦ୍ୟାଳୟ, ବାଲୁଗାଁ ଡିଗ୍ରୀ କଲେଜ, ରମାଦେବି ବିଶ୍ୱବିଦ୍ୟାଳୟ, କେରଙ୍ଗ କଲେଜ, ପି. ଏନ ସ୍ୱୟଂ ଶାସିତ ମହାବିଦ୍ୟାଳୟ, କବି ପ୍ରସନ ପାଟଶାଣି କଲେଜ, ନେହେରୁ ଯୁବ କେନ୍ଦ୍ର (NYK), ରିଲିଆନ୍ସ ଫାଉଣ୍ଡେସନ ର ଛାତ୍ର ଛାତ୍ରୀ ମାନେ ତଥା ସମ୍ପୃକ୍ତ ମହାବିଦ୍ୟାଳୟ YRC ସଂଯୋଜକ ତଥା ଅଧ୍ୟାପକ ମାନେ ଯୋଗ ଦେଇ ଆଜିର ଉଦ୍ୟସ କୁ ସାଫଲ୍ୟ ମଣ୍ଡିତ କରିଥିଲେ ।
ଏହି ଅବସରରେ CDM & PHO ଙ୍କ ସଭା କାର୍ଯ୍ୟଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଊଜ. ଆର୍ତବନ୍ଧୁ ନାୟକ ଙ୍କ ଅଧ୍ୟକ୍ଷତା ରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା. ଉକ୍ତ ସଭାରେ CDM & PHO, YRC ସଂଯୋଜକ, ତଥା ଛାତ୍ର ଛାତ୍ରୀ ମାନେ ଏଚ ଆଇ ଭି /ଏ ଡ଼ ସ ର ସଚେତନତା ବାର୍ତା ସହିତ NACO ଦ୍ୱାରା ଜାରିକରାଯାଇଥିବା ନିଃଶୁଳ୍କ ନମ୍ବର ୧୦୯୭ ଅଧିକା ମାତ୍ରରେ ଡାଏଲ କରିବାକୁ ଆଲୋଚନା କରିଥିଲେ ।
ଏହି ଗଣ ଦୌଡ଼ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ପ୍ରଥମ, ଦ୍ୱିତୀୟ, ତୃତୀୟ ତଥା ଆଉ ୭ଜଣଙ୍କୁ ସାନ୍ତ୍ୱନା ମୂଳକ ଆର୍ଥିକ ପୁରସ୍କାର CDM & PHO ଙ୍କ ହସ୍ତରୁ ପ୍ରଦାନ କରାଯାଇଥିଲା. ସମସ୍ତ ୧୦ଜଣ କୃତି ପ୍ରତିଯୋଗୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ।
ଏହି ଗଣ ଦୌଡ଼ କୁ YRC ସଂଯୋଜକ ଶ୍ରୀଯୁକ୍ତ ସୁରେଶ ମହାନ୍ତି ଚନ୍ଦକା ଡିଗ୍ରୀ କଲେଜ ଓ ଡ଼. ରେବତୀକାନ୍ତ ମହାରଣା ପରିଚାଳନା କରିଥିଲେ । ତଥା DAPCUର ସମସ୍ତ ଷ୍ଟାଫସ, TI, CSC ଓ ଖଡଝ କଘଚ+ ର ସମସ୍ତ କର୍ମୀ ସହଯୋଗ କରିଥଲେ । ଶେଷରେ LWS KNP+ ଶ୍ରୀଯୁକ୍ତ ବିଧାନ ଚନ୍ଦ୍ର ନାୟକ ଧନ୍ୟବାଦ ଦେଇ ସଭା ସମାପ୍ତ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930