Indus Valley Times

ଜିଲ୍ଲା ସ୍ତରୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା କାର୍ଯ୍ୟକ୍ରମ

 Breaking News

ଜିଲ୍ଲା ସ୍ତରୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା କାର୍ଯ୍ୟକ୍ରମ

ଜିଲ୍ଲା ସ୍ତରୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା କାର୍ଯ୍ୟକ୍ରମ
January 28
19:29 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୮/୧ : ବୌଦ୍ଧ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ଵାରା ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ସଦଭାବନା ସଭାଗୃହ ଠାରେ ଲିଙ୍ଗଗତ ବୈଷମ୍ୟ , ପୋଷ୍ୟ ସନ୍ତାନ ଗ୍ରହଣ ଅଧିନିୟମ-୨୦୨୨ ଓ PC&PNDT Act. ଉପରେ ଏକ ଦିବସୀୟ କାର୍ମଶାଳା ଅନୁଷ୍ଟିତ ହୋଇଯାଇଛି ।
ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହ ଆଇନ ଅନୁଯାୟୀ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ନିବେଦନ କରିବା ସହ ବେଆଇନ ଭାବରେ ପୋଷ୍ୟ ସନ୍ତାନ ଗ୍ରହଣ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବରେ ଡ ମଦନ ମୋହନ ପ୍ରଧାନ , ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ତଥା ଜନସ୍ୱାସ୍ଥ୍ୟ ଅଧିକାରୀ, ବୌଦ୍ଧ ଯୋଗଦେଇ ଲିଙ୍ଗଗତ ଅସମାନତା , ଲିଙ୍ଗା ନିରୂପଣ ରୋକିବା, କନ୍ୟା ସନ୍ତାନର ସ୍ଵାସ୍ଥ୍ୟ ଓ ଶିକ୍ଷା ଉପରେ ଗୁରୁତ୍ଵ ଦେବାକୁ ଆହ୍ବାନ ଦେଇଥିଲା ।
ପ୍ରଶିକ୍ଷକ ଭାବରେ ଜିଲ୍ଲା ଶିଶୁ ମଙ୍ଗଳ ସମିତି ର ସଦସ୍ୟ ଶ୍ରୀଯୁକ୍ତ ରାଜୀବ କୁମାର ନାୟକ ଯୋଗଦେଇ ପୋଷ୍ୟ ସନ୍ତାନ ଆଇନ ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ଏବଂ ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ଯୋଗ୍ୟତା , ଆବଶ୍ୟକ ପ୍ରମାଣ ପତ୍ର , ପୋଷ୍ୟ ସନ୍ତାନ ପାଇଁ ଯୋଗ୍ୟ ବିବେଚିତ ଶିଶୁ ଏବଂ ସମ୍ପୂର୍ଣ ପ୍ରଣାଳୀ ଉପରେ ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥାପନ କରିଥିବା ବେଳେ ଜାତୀୟ ସ୍ଵାସ୍ଥ୍ୟ ମିଶନ ର ଜିଲ୍ଲା ପ୍ରୋଗ୍ରାମ ମେନେଜର ଶ୍ରୀଯୁକ୍ତ ରୂପକ କୁମାର ମହାପାତ୍ର (ପ୍ରି-କନ୍ସେପ୍ଟ ଏବଂ ପ୍ରି-ନାଟାଲ୍ ଡାଇଗ୍ନୋଷ୍ଟିକ୍କୌଶଳ ଆଇନ (PC&PNDT Act.)) ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାହୁଲ ପ୍ରଧାନ ସ୍ଵାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ର ଉଦେଶ୍ୟ ଉପରେ ଆଲୋଚନା କରିଥିଲେ ।
PC&PNDT Act କାଉନସେଲର ଶ୍ରୀ ସୋମ୍ୟ ରଞ୍ଜନ ମଲ୍ଲିକ ଙ୍କ ସହ ଏହି କାର୍ଯ୍ୟକ୍ରମ ରେ ଅଙ୍ଗନବାଡି କର୍ମୀ, ଆଶା କର୍ମୀ , ଏ.ଏନ.ଏମ , ଶିକ୍ଷକ , ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଓ ମହିଳା ସୁପରଭାଇଜର ମାନେ ଉପସ୍ଥିତ ଥିଲେ ।
ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ର ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ସୁଶାନ୍ତ ଭୋଇ ଧନ୍ୟବାଦ ଅର୍ପଣ କରିଥିଲା ବେଳେ ସମରସେନ ସିଂ, ସହଦେବ ନାୟକ , ବସନ୍ତ କୁମାର ଦିଶିରୀ , ଚିତ୍ରସେନ ସାହୁ, ସତ୍ୟନାରାୟଣ ନାଏକ ଓ ରଞ୍ଜିତ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031