Indus Valley Times

ଖୋର୍ଦ୍ଧା ଜିଲ୍ଲାରେ ଆୟୁଷ୍ମନ ଭାରତର ଶୁଭାରମ୍ଭ କଲେ ମାନ୍ୟବର ମନ୍ତ୍ରୀ ପ୍ରଦୀପ ବଳ

 Breaking News

ଖୋର୍ଦ୍ଧା ଜିଲ୍ଲାରେ ଆୟୁଷ୍ମନ ଭାରତର ଶୁଭାରମ୍ଭ କଲେ ମାନ୍ୟବର ମନ୍ତ୍ରୀ ପ୍ରଦୀପ ବଳ

April 12
09:35 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୧୨/୪ : ଶୁକ୍ରବାର ଅପରାହ୍ନରେ ଓଡିଶାର ସମନ୍ୱୟ, ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ ବଳ ସାମନ୍ତ ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସନ୍ନିକଟ ମୁକୁନ୍ଦ ପ୍ରସାଦ ସହରାଂଚଳ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆୟୁଷ୍ମାନ ଭାରତ -ପ୍ରଧାନମନ୍ତ୍ରୀ ଆରୋଗ୍ୟ ଯୋଜନା -ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଵୟୋ ବନ୍ଦନା ଯୋଜନାକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଜିଲ୍ଲା ବାସୀଙ୍କ ଉଦେଶ୍ୟରେ ଶୁଭାରମ୍ଭ କରିଛନ୍ତି ।
ମୁଖ୍ୟ ଅତିଥି ନିଜ ଅଭିଭାଷଣରେ କହିଲେ ଯେ ୨୦୧୮ ମସିହାରୁ ଓଡିଶାରେ ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ଏହି ଯୁଗାନ୍ତକାରୀ ସ୍ୱାସ୍ଥ୍ୟ ଯୋଜନା ଲାଗୁ କରାଯିବା ପାଇଁ ଲଢେଇ ଜାରି ରହିଥିଲା। ଆଜି କେନ୍ଦ୍ର ଓ ରାଜ୍ୟରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ମୋଦି ଓ ଲୋକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଭାଜପା ଡବଲ ଇଞ୍ଜିନ ସରକାର ଆୟୁଷ୍ମାନ ସ୍ୱାସ୍ଥ୍ୟ ସେବା କାର୍ଡ ଓଡିଶାରେ ଲାଗୁ କରି ସ୍ୱାସ୍ଥ୍ୟ ସେବାରେ ଏକ ଯୁଗାନ୍ତକାରୀ ପଦକ୍ଷେପ ଆଣି ଗରିବ ମାନଙ୍କ ମୁହଁରେ ହସ ଫୁଟାଇ ପାରିଛନ୍ତି ବୋଲି ଅଭିଭାଷଣ ରଖିଥିଲେ ।
ସମ୍ମାନିତ ଅତିଥି ଭାବେ ମାନ୍ୟବର ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଉଦବୋଧନରେ ଆୟୁଷ୍ମାନ ଭାରତ ଗୋପବନ୍ଧୁ ଆରୋଗ୍ୟ ଯୋଜନା ସ୍ୱାସ୍ଥ୍ୟ ସେବା ଲାଗୁ ହେବାଦ୍ୱାରା ଖୋର୍ଦ୍ଧା ଜିଲ୍ଲାବାସୀ ନିଶ୍ଚିତ ଭାବେ ସୁସ୍ଥ ଆନନ୍ଦିତ ଓ ପ୍ରସନ୍ନ ରହିବାସହ ଓଡିଶାରେ ୩.୫୦ କୋଟି ଏବଂ ଖୋର୍ଦ୍ଧା ଜିଲ୍ଲାରେ ୨୪ ଲକ୍ଷ ଲୋକ ଏହି ଯୋଜନାରେ ଉପକୃତ ହୋଇପାରିବେ ବୋଲି ପ୍ରକାଶ କରିଥିଲେ ।
୭୦ ବର୍ଷରୁ ଉର୍ଦ୍ଧ୍ବ ଙ୍କୁ ଆୟୁଷ୍ମାନ ଵୟୋ ବନ୍ଦନା ଯୋଜନାରେ ୧୦ ଲକ୍ଷ ମାଗଣା ଚିକିତ୍ସା ସେବା ମିଳିବ ବୋଲି ଉତ୍ଥାପନ କରି ଏହି ଯୋଜନାର ସଫଳ ରୁପାୟନ ପାଇଁ ଡାକ୍ତର ଠାରୁ ଆରମ୍ଭ କରି ଆଶାକର୍ମୀ ପର‌୍ୟ୍ୟନ୍ତ ସମସ୍ତେ ନିଷ୍ଠାର ସହ ସୁନ୍ଦର ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ ।
ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ,ଖୋର୍ଦ୍ଧା,ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ଯୋଗଦେଇ ଖୋରଧାର ଦ୍ରୁତ ବିକାଶରେ ଆୟୁଷ୍ମାନ ଭାରତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଗ୍ରଣୀ ଭୂମିକା ନିର୍ବାହ କରି ଜନସାଧାରଣଙ୍କୁ ଖାଦ୍ୟ, ବସ୍ତ୍ର, ବାସଗୃହ ସହ ନିରୋଗୀ ଜୀବନଯାପନରେ ସହାୟକ ହେବ ବୋଲି ଉଦବୋଧନ ପ୍ରଦାନ କରି ଜିଲ୍ଲାପାଳଙ୍କ କାର‌୍ୟ୍ୟଧାରାକୁ ପ୍ରସଂଶା କରିଥିଲେ ।
ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଚଞ୍ଚଳ ରା଼ଣା ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଆୟୁଷ୍ମାନ ଭାରତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଵୟୋ ବନ୍ଦନା ଯୋଜନାରେ ହିତାଧିକାରୀ ମାନେ କିପରି ଇ -କେ ୱାଇ ସି, ରାଶନ କାର୍ଡ, ପୂର୍ବର କୌଣସି ସ୍ୱାସ୍ଥ୍ୟ କାର୍ଡ ଥିଲେ ଯୋଜନାରେ ପଞ୍ଜିକରଣ କରି ୫ ଲକ୍ଷ, ମହିଳା ମାନଙ୍କ କ୍ଷେତ୍ରରେ ୧୦ ଲକ୍ଷ, ୭୦ ବର୍ଷରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କ ପାଇଁ ୧୦ ଲକ୍ଷ ଓଡିଶା ସମେତ ସାରା ଭାରତ ବର୍ଷରେ ୨୯ ହଜାର ହସ୍ପିଟାଲରେ ମାଗଣା ଚିକିତ୍ସା ସେବା ପାଇ ପାରିବେ ଏବଂ କିପରି ସେମାନେ ନିଜର ନାମ ପଞ୍ଜିକରଣ କରିବେ ସୁ-ବିସ୍ତୃତ ପ୍ରଶାସନିକ ସେବା ତଥ୍ୟ ପ୍ରକାଶ କରିଥିଲେ ।
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ସଭାପତି ଶ୍ରୀମତୀ ରୂପଶ୍ରୀରାଣୀ ଗୁମାନସିଂହ, ଖୋର୍ଦ୍ଧା ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ କନକଲକ୍ଷ୍ମୀ ମହାନ୍ତି, ଉପାଧ୍ୟକ୍ଷ ଶ୍ରୀ ସୂର‌୍ୟ୍ୟ ରଞ୍ଜନ ମହାନ୍ତି ଏହି ଯୋଜନାରେ ସମସ୍ତେ ଫାଇଦା ନେବା ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ ।
ମୁଖ୍ୟ ଅତିଥି ମୁକୁନ୍ଦ ପ୍ରସାଦ ସହରାଂଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନ ଖୋର୍ଦ୍ଧା ପୋୖରପରିଷଦ ଅଧୀନ ବିଭିନ୍ନ ୱାର୍ଡର ହିତାଧିକାରୀ ଉତ୍ସବ ସାହୁ, ସନାତନ ବାରିକ, ଶତ୍ରୁଘ୍ନ ପ୍ରଧାନ, ସୌମ୍ୟା ସୁଲଗ୍ନା ଡୁଙ୍ଗଲ, ସୁମିତ୍ରା ବେହେରା, ସନ୍ତୋଷ କୁମାର ଡାକୁଆ, ସବିତା ଦାସ, ରାଜ କିଶୋର ନାୟକ, ଶଙ୍କର ପାତ୍ର ଓ ସୌବ ଅଲ୍ଲୀ ଖାନ ଙ୍କୁ ଆୟୁଷ୍ମାନ ଭାରତ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରି ମାନ୍ୟବର ମନ୍ତ୍ରୀ ଯୋଜନାର ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ୫ ଗୋଟି ଆୟୁଷ୍ମାନ ଭାରତ -ପ୍ରଧାନମନ୍ତ୍ରୀ ଆରୋଗ୍ୟ ଯୋଜନା -ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଵୟୋ ବନ୍ଦନା ଯୋଜନା ସଚେତନତା ରଥକୁ ମାନ୍ୟବର ମନ୍ତ୍ରୀ, ମାନ୍ୟବର ସାଂସଦ, ମାନ୍ୟବର ବିଧାୟକ ପତାକା ଦେଖାଇ ଉଦ୍ଘାଟନ କରିଥିଲେ ।
ସେହିପରି ସେଞ୍ଚୁରୀୟାନ ୟୁନିଭରସିଟି ତରଫରୁ ଗାଡିରେ ସମସ୍ତ ସ୍ୱାସ୍ଥ୍ୟ ସେବା ୨ ଗୋଟି ଭ୍ୟାନକୁ ମାନ୍ୟବର ମନ୍ତ୍ରୀ ଉଦ୍ଘାଟନ କରିଥିଲେ ।
ଶେଷରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରାଜଶ୍ରୀ ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ ।
ମୁଖ୍ୟ ଅତିଥି ଓ ସମସ୍ତ ସମ୍ମାନିତ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।
ଆଜିର କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତିଶଙ୍କର ସାହୁ, ବି ଡ଼ି ଓ, ଖୋର୍ଦ୍ଧା ଶ୍ରୀମତୀ କ୍ଷୀରାଦ୍ବି୍ ତନୟା ସାହୁ, ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ପ୍ରଶାସନ, ଅଧିକାରୀ, ପୌର ପରିଷଦ ଅଧିକାରୀଙ୍କ ସମେତ ଅଙ୍ଗନବାଡି କର୍ମୀ, ସ୍ୱାସ୍ଥ୍ୟ ସେବିକା, ଅଙ୍ଗନୱାଡି ସୁପର ଭାଇଜର, ଯୋଜନାରେ ନିଯୁକ୍ତ କର୍ମଚାରୀ, ସ୍ୱୟଂ ସହାୟିକା ଗୋଷ୍ଠୀ, ମିଶନ ଶକ୍ତି, ସ୍ବେଛାସେବୀ ସଂଗଠନ କର୍ମକର୍ତ୍ତା ଯୋଗଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031