Indus Valley Times

ଖୋର୍ଦ୍ଧା ଡ଼ିଷ୍ଟ୍ରିବ୍ୟୁଟର ଆସୋସିଏସନର ବୈଠକ ଅନୁଷ୍ଠିତ

 Breaking News

ଖୋର୍ଦ୍ଧା ଡ଼ିଷ୍ଟ୍ରିବ୍ୟୁଟର ଆସୋସିଏସନର ବୈଠକ ଅନୁଷ୍ଠିତ

ଖୋର୍ଦ୍ଧା ଡ଼ିଷ୍ଟ୍ରିବ୍ୟୁଟର ଆସୋସିଏସନର ବୈଠକ ଅନୁଷ୍ଠିତ
May 05
22:02 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା,୫/୫ : ଡିଷ୍ଟ୍ରିବ୍ୟୁଟର ଆସୋସିଏସନ ର ଏକ ଗୁରୁତ୍ୱପୂର୍ଣ ବୈଠକ ଶଶିକାନ୍ତ ମିଶ୍ରଙ୍କ ସଭାପତିତ୍ୱରେ ଗୀତା ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି।
ଡିଷ୍ଟ୍ରିବ୍ୟୁଟର ଆସୋସିଏସନର ସଭାପତି ପରମେଶ ସୁବୁଦ୍ଧିଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ଗୋପାଳ ଅଗ୍ରୱାଲ ଉପସ୍ଥିତ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।
ଏହି ବୈଠକରେ ଓଡିଶା ବ୍ୟବସାୟୀ ମହାସଂଘର ସମ୍ପାଦକ ସୁଧାକର ପଣ୍ଡା, ଆଇନ ଉପଦେଷ୍ଟା ଶକ୍ତି ଶଙ୍କର ମିଶ୍ର, ଖୋର୍ଦ୍ଧା ଆଦର୍ଶ ଥାନା ଅଧିକାରୀ ସଞ୍ଜୟ କୁମାର ନାୟକ ଯୋଗଦେଇ ବ୍ୟବସାୟୀ ମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ।
ସଭ୍ୟ ମାନଙ୍କ ଭିତରେ ଏକତା ଏବଂ ସଚୋଟତା ବିଷୟରେ ଆଲୋଚନା କରିବା ସହ ଆଗାମୀ ଦିନରେ ନୟାଗଡ, ଦଶପଲ୍ଲା, ବେଗୁନିଆ, ଜଟଣୀ, ଟାଙ୍ଗୀ, ବାଲୁଗାଁ ବ୍ୟବସାୟୀ ମାନଙ୍କୁ ନେଇ ଏକ ବୈଠକ ଆୟୋଜନ କରିବା ପାଇଁ ସ୍ଥିର କରାଯାଇଥିଲା । ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଓ ଖାଉଟି ସୁରକ୍ଷା ସମ୍ପର୍କରେ ଆଲୋଚନା କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031