Indus Valley Times

ପୃଷ୍ଠପୋଷକତା ରାଶି ପାଉଥିବା ଶିଶୁଙ୍କ ଶିକ୍ଷା,ସ୍ବାସ୍ଥ୍ୟ, ଓ ପୃଷ୍ଟିକର ଖାଦ୍ୟ ପାଇଁ ଜିଲ୍ଲାସ୍ତରୀୟ ପରାମର୍ଶ ଅନୁଷ୍ଠିତ

 Breaking News

ପୃଷ୍ଠପୋଷକତା ରାଶି ପାଉଥିବା ଶିଶୁଙ୍କ ଶିକ୍ଷା,ସ୍ବାସ୍ଥ୍ୟ, ଓ ପୃଷ୍ଟିକର ଖାଦ୍ୟ ପାଇଁ ଜିଲ୍ଲାସ୍ତରୀୟ ପରାମର୍ଶ ଅନୁଷ୍ଠିତ

August 07
17:41 2024

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୭/୮ : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୁଲ୍ୟରେ ଜିଲ୍ଲା ବନଖଣ୍ଡ ଅଧିକାରୀ, ବଲାଙ୍ଗୀର ବନ ଖଣ୍ଡଙ୍କ ସଭା ଗୃହଠାରେ ଜିଲ୍ଲାସ୍ତରୀୟ ପୃଷ୍ଠପୋଷକତା ରାଶି ଗ୍ରହଣ କରୁଥିବା ଶିଶୁ ମାନଙ୍କର ଯତ୍ନ,ସୁରକ୍ଷା, ବ୍ୟବସ୍ଥା ପାଇଁ ,ଦିଗଦର୍ଶନ ଓ ପରାମର୍ଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ ଉପସ୍ଥିତ ରହି ଶିଶୁ ମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିବା ସହିତ ଶିଶୁ ମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ,ପୃଷ୍ଟିକର ଖାଦ୍ୟ ଉପରେ ଗୁରୁତ୍ଵ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷ ଲମ୍ବୋଦର ଦୀପ , ସଭ୍ୟା ଲିନା ବାବୁ,ଡକ୍ଟର ସନ୍ଧ୍ୟାରାଣି ପଣ୍ଡା,ଅରୁଣା ର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ବିଜୁ ଶିଶୁ ସୁରକ୍ଷା ଯୋଜନା ର ଲାଭ ନେବା ପାଇଁ ଆବଶ୍ୟକ ପ୍ରମାଣପତ୍ର ପ୍ରଦାନ କରି ଆବେଦନ କରିବାକୁ ସମସ୍ତ ହିତାଧିକାରୀଙ୍କୁ ଜଣାଇଥିଲେ,ଗ୍ରୀନ ପେସେଜ୍ ସାର୍ଟିଫିକେଟ ମଧ୍ୟ ଆବେଦନ କରିବାକୁ ଜଣାଇବା ସହ ଏହାର ଲାଭ ନେବାକୁ ଜଣାଇ ଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ଅରୁଣ ଖୁଆସ,ଅଣ ଆନୁଷ୍ଠାନିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର କୁମ୍ଭାର ଶିଶୁ ମାନଙ୍କ ପାଇଁ ସୁରକ୍ଷା,ଯତ୍ନ, ପାଠ ପଢିବା ପାଇଁ ଅଭିଭାବକ ମାନଙ୍କୁ ଜଣାଇଥିଲେ।କାର‌୍ୟ୍ୟକ୍ରମରେ ଦେବାଶିଷ ପଟେଲ,ବିକ୍ରମ ପଣ୍ଡା,ବସନ୍ତ ହରପାଲ୍,ପୁଷ୍ପାଞ୍ଜଳି ସୁନା ,ସୁଦାମ ସୁନା ପ୍ରମୁଖ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031