Indus Valley Times

ଖୋର୍ଦ୍ଧା ସହରରେ ନିଶା କାରବାର ଉପର ମୁହାଁ ,ବ୍ରାଉନସୁଗର ଜବତ ୪ ଗିରଫ

 Breaking News

ଖୋର୍ଦ୍ଧା ସହରରେ ନିଶା କାରବାର ଉପର ମୁହାଁ ,ବ୍ରାଉନସୁଗର ଜବତ ୪ ଗିରଫ

ଖୋର୍ଦ୍ଧା ସହରରେ ନିଶା କାରବାର ଉପର ମୁହାଁ ,ବ୍ରାଉନସୁଗର ଜବତ ୪ ଗିରଫ
May 05
22:31 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା ,୫/୫: ନିଶା କାରବାର ପୁଣି ଜିଲ୍ଲାରେ ଉପର ମୁଁହା ହୋଇଛି । ଖୋର୍ଦ୍ଧା ସହର ଠାରୁ ଆରମ୍ଭ କରି ଜିଲ୍ଲାର ଗ୍ରାମାଞ୍ଚଳ ମାନଙ୍କରେ ଏବେ ବ୍ରାଉନସୁଗର ବ୍ୟବସାୟୀଙ୍କ ପାଦୁର୍ଭାବ ବଢ଼ିବାରେ ଲାଗିଛି ।
ଯାହାକୁ ନେଇ ଗତ ୪ ତାରିଖ ଦିନ ଖୋର୍ଦ୍ଧା ପୁଲିସ ଓ ବୋଲଗଡ଼ ପୁଲିସ ଦୁଇଟି ମାମଲା ରୁଜୁ କରି ୪ ଜଣ ବ୍ୟବସାୟୀଙ୍କୁ ଗିରଫ କରିଥିବା ବେଳେ ତାଙ୍କ ନିକଟରୁ ୩୦.୮୩୦ ଗ୍ରାମ ବ୍ରାଉନସୁଗର ଜବତ କରିଥିବା ଜିଲ୍ଲା ପୁଲିସ ସୂଚନାରୁ ପ୍ରକାଶ ପାଇଛି ।
ସୂଚନା ଅନୁଯାଇ ଖୋର୍ଦ୍ଧା ସହର ଓ ଏହାର ଆଖପାଖ ଅଂଚଳ ମାନଙ୍କରେ ନିଶା କାରବାର ବେଆଇନ ଭାବରେ ଚାଲିଥିବା କୁ ନେଇ ଅଂଚଳର କିଛି ଲୋକେ ଜିଲ୍ଲା ପୁଲିସ କୁ ସୂଚନା ପ୍ରଦାନ କରିଥିଲେ ।
ଲୋକଙ୍କ ସୂଚନାକୁ ଆଧାର କରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାଗରିକ ନାଥଙ୍କ ନିର୍ଦେଶ କ୍ରମେ ଖୋର୍ଦ୍ଧା ପୁଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରି ନିଶା ବ୍ୟବସାୟରେ ସମ୍ପୃକ୍ତ ରହିଥିବା ବ୍ୟବସାୟୀଙ୍କୁ ଧରିବା ପାଇଁ ଚଢ଼ାଉ କରାଯାଇଥିଲା ।
ଏହି ସମୟରେ ଖୋର୍ଦ୍ଧା ମଡେଲ ଥାନା ଟିମ ଖୋର୍ଦ୍ଧା ପୂଵୁ ସାହି ନିକଟରୁ ଚାରିଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ୨୦ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ବେଳେ ବୋଲଗଡ ପୁଲିସ ନୁଆଁ ପୋଖରୀ ରାଧାକୃଷ୍ଣ ମଠ ସମ୍ମୁଖ ହରିପୁର ଛକରୁ ଜଣେ ମହିଳାଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଚମ୍ପଟ ମାରିଥିବା ଜଣାପଡିଛି । ଏହି ମାମଲାରେ ମହିଳାଙ୍କ ନିକଟରୁ ୧୧.୩୦୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ପଲିଥିନକୁ ବାଦ ଦେବା ପରେ ଧଳା ଜହରର ପ୍ରକୃତ ଓଜନ ୧୦.୮୩୦ ଗ୍ରାମ ବୋଲି ଜିଲ୍ଲା ପୁଲିସ ପକ୍ଷରୁ ମିଳିଥିବା ସୂଚନାରୁ ପ୍ରକାଶ ପାଇଛି ।
ତେବେ ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଧା ଗୁରୁଜଙ୍ଗ ଅଂଚଳର କାହ୍ନ ନାୟକ ବୟଷ ୨୮ ପିତା ରମାକାନ୍ତ ନାୟକ ,ସାମନ୍ତରାପୁର ଅଂଚଳର ସଦାଶିବ ନାୟକ ଓରଫ ସିଲୁ ବୟଷ ୨୩ ପିତା ତ୍ରିଲୋଚନ ନାୟକ , ପୂଵୁସାହି ଅଞ୍ଚଳର ଲକ୍ଷ୍ମୀପ୍ରିୟା ସାହୁ ବୟଷ ୨୪ ପିତା ସୋମନାଥ ବରାଳ ଏବଂ ସୋମନାଥ ବରାଳ ବୟଷ ୨୫ ପିତା ରବୀନ୍ଦ୍ର ବରାଳଙ୍କୁ ଗିରଫ କରିଥିବା ବେଳେ ବୋଲଗଡ ଅଂଚଳରୁ ନୁଁନେଗାର ବେଗମ ବୟଷ ୪୫ ସ୍ୱାମୀ ଖାନ ଅବୁ ତହିର ନାସିମୁଦ୍ଧିନକୁ ଗିରଫ କରିଥିବା ବେଳେ ଚନ୍ଦ୍ର ଶେଖର ବିଶ୍ୱାଳ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ପୁଲିସ ସୂଚନାରୁ ପ୍ରକାଶ ପାଇଛି ।
ତେବେ ଏହି ବେଆଇନ ନିଶାକାରବାର କରୁଥିବା ବ୍ୟକ୍ତିଙ୍କ ନାମରେ ଜିଲ୍ଳାପୁଲିସ ପକ୍ଷରୁ ୧୭୭/୨୫ ଏବଂ ୧୦୩/୨୫ ରେ ଏନ୍ଡ଼ିପିଏସ କେଶ ୠଜୁକରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031