Indus Valley Times

ଗଜପତି:ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ରଜ ଉତ୍ସବ-୨୦୨୪ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି:ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ରଜ ଉତ୍ସବ-୨୦୨୪ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି:ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ରଜ ଉତ୍ସବ-୨୦୨୪ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ
June 16
20:15 2024

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୬/୬: ପାରଳାଖେମୁଣ୍ଡି ସ୍ଥିତ ୟୁ-ଟେକ. କମ୍ପ୍ୟୁଟର ଏଜୁକେସନ ସେଣ୍ଟର ପ୍ରଶିକ୍ଷଣ ହଲ ଠାରେ ପାରଳାଖେମୁଣ୍ଡି ସହରର ଅଗ୍ରଣୀ “ପ୍ରଗତି ମହିଳା ସଂଗଠନ” ଅନୁଷ୍ଠାନ ପକ୍ଷରୁ ପବିତ୍ର ରଜ ପର୍ବ ପାଳନ ଅବସରରେ ସଭା , ସାଂସ୍କୃତିକ ଓ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି ।
ଏହି ଅବସରରେ ସଭା କାର୍ଯ୍ୟକ୍ରମ ପ୍ରାରମ୍ଭ ପୂର୍ବରୁ ମହିଳା ଓ ଝିଅ ଓ ଯୁବତୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଯଥା:- ରଜ କୁଇନ୍ , ତର୍କ , ଝୋଟି , ନୃତ୍ୟ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ଶିକ୍ଷାବିତ୍ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ସାମଗ୍ରୀକ ପରିଚାଳନା ଦ୍ଵାରା ଅନୁଷ୍ଠିତ ଉତ୍ସବ ପାଳନର ସଭା କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ ସଙ୍ଗଠନର ସଭାନେତ୍ରୀ ଶ୍ରୀମତୀ କଳ୍ପନା ପଟ୍ଟନାୟକ।
ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି- ଉପକାରାଗାର ଅଧିକ୍ଷକ ଶ୍ରୀ ହନୁ ସେଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ରଜ ପର୍ବର ବିଧିବିଧାନ ଉପରେ କହି ଏହି ପର୍ବ ପାଳନ ଦିଗରେ ମହିଳା ଓ ଯୁବତୀ ମାନଙ୍କ ମଧ୍ୟରେ ଯେଉଁ ଚିରାଚରିତ ପ୍ରଥା ରହିଛି ଏବଂ ତାକୁ ଏହି ଉପାନ୍ତ ଅଞ୍ଚଳରେ ପ୍ରଗତି ମହିଳା ସଂଗଠନ ବଞ୍ଚାଇ ରଖିବା ସହ ଉଜ୍ଜୀବିତ ରଖିବାରେ ଯେଉଁ ସହାୟକ ହେଉଛି ସେଥିପାଇଁ ପ୍ରଗତି ମହିଳା ସଂଗଠନକୁ ଭୂୟସୀ ପ୍ରଶଂସା କରିଥିଲେ ।
କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ପଦ୍ମପୁର ସ୍ଥିତ ବିନୋଦିନୀ ବିଜ୍ଞାନ କନିଷ୍ଠ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟ୍ଟନାୟକ ଯୋଗଦେଇ ଏହି ରଜପର୍ବ ବିଜ୍ଞାନ ଓ ସଂସ୍କୃତିର ଏକ ମହାନ୍ ମିଳନ ପର୍ବ । ଏଥିସହ ଏହା ଏକ କୃଷିଭିତ୍ତିକ ଗଣପର୍ବ ବୋଲି କହିଥିଲେ ।
ସ୍ଵତନ୍ତ୍ର ଅତିଥି ଭାବେ ଅବସରପ୍ରାପ୍ତ ବ୍ୟାଙ୍କ୍ ଅଧିକାରୀ ଶ୍ରୀ ହରି ମୋହନ ପଟ୍ଟନାୟକ ଯୋଗଦେଇ ପ୍ରତିବର୍ଷ ଏହି ପର୍ବ ପାଳନ କରାଯିବା ଉପରେ କହି ଆଗାମୀ ପିଢ଼ି ପାଇଁ ସଂସ୍କୃତି ଓ ପରମ୍ପରା ବଜାୟ ରଖିବା ଦିଗରେ ଏହା ଉତ୍ସାହିତ କରିବା ଦିଗରେ ସହାୟକ ହେବ ବୋଲି କହିଁଥିଲେ ।
ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀ ଏବଂ ସଂଯୋଜକ ଶ୍ରୀ ଲୋକନାଥ ମିଶ୍ର ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ଏହି ରଜପର୍ବ ସମ୍ପର୍କ , ମମତା ଓ ଭାଇଚାରାର ପର୍ବ ଅଟେ ।
ଏହି ପର୍ବ ପାଳନରେ ଛୋଟ ଝିଅ ଠାରୁ ଆରମ୍ଭ କରି ଯୁବତୀ , ବିବାହିତା ଯୁବତୀ ଓ ମହିଳା ମାନେ ବହୁ ସଂଖ୍ୟାରେ ସାମିଲ ହୋଇ ପରସ୍ପର ମଧ୍ୟରେ ପାଦରେ ଅଳତା , ହାତରେ ମେହେନ୍ଦି ଲଗା ହୋଇ ଦୋଳିରେ ଝୁଲିବା ସହ ରଜ ଗୀତ ଗାଇ ତାର ଢେର ମଜା ନେଇଥାନ୍ତି ବୋଲି କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଅତିଥି ଅଧ୍ୟାପକ ଶ୍ରୀ ସୌଦାଗର ସିଅ , ବରିଷ୍ଠ ସାମ୍ବାଦିକ ଶ୍ରୀ ଭଗବତ ପାଢ଼ୀ ଏବଂ ଅବସରପ୍ରାପ୍ତ ଶିକ୍ଷକ ପଣ୍ଡିତ ନରସିଂହ ଗୌଡ ପ୍ରମୁଖ ଯୋଗ ଦେଇ ଲୋପ ପାଇ ଯାଉଥିବା ସଂସ୍କୃତି ଓ ପରମ୍ପରା କୁ ସବୁ କ୍ଷେତ୍ରରେ ଉଜ୍ଜୀବିତ କରିବା ଦିଗରେ ଉଦ୍ୟମ କରାଯିବା ଆବଶ୍ୟକତା ରହିଛି ବୋଲି କହିଥିଲେ ।
କାର୍ଯ୍ୟକ୍ରମ ପ୍ରାରମ୍ଭ ପୂର୍ବରୁ ଅନୁଷ୍ଠିତ ହୋଇଥିବା ତର୍କ, ଝୋଟି , ନୃତ୍ୟ , ରଜ-କୁଇନ ପ୍ରଭୃତି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରା ଯାଇଥିଲା।
ଏହି ସମୟରେ ଉପସ୍ଥିତ ସମସ୍ତଙ୍କୁ ରଜ କାକରା ସହ ରଜ ପିଠା , ଲଡୁ ଓ ଛେନା ଗଜା ବଣ୍ଟନ କରା ଯାଇଥିଲା ।
ସଭା କାର୍ଯ୍ୟକ୍ରମରେ ସୁଶ୍ରୀ ସ୍ନେହା ବେହେରା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଶ୍ରୀମତୀ ସବିତା ପଣ୍ଡିତ ସ୍ଵାଗତ ଭାଷଣ ଦେବା ସହ କାର‌୍ୟ୍ୟକ୍ରମ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930