Indus Valley Times

ଗଜପତି : ଆଇପିଏଲ୍-ଅମୃତ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମ ଅଧୀନରେ ଗଜପତିରେ କିଷାନ ମେଳା ଅନୁଷ୍ଠିତ

 Breaking News

ଗଜପତି : ଆଇପିଏଲ୍-ଅମୃତ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମ ଅଧୀନରେ ଗଜପତିରେ କିଷାନ ମେଳା ଅନୁଷ୍ଠିତ

ଗଜପତି : ଆଇପିଏଲ୍-ଅମୃତ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମ ଅଧୀନରେ ଗଜପତିରେ କିଷାନ ମେଳା ଅନୁଷ୍ଠିତ
September 27
10:45 2026

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୭/୯ : ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ (ସି.ୟୁ.ଟି.ଏମ୍.), ପାରଳାଖେମୁଣ୍ଡି ଏବଂ ଆଇପିଏଲ୍ ଫାଉଣ୍ଡେସନ୍‌ର ମିଳିତ ସହଯୋଗରେ ଗୋଷାଣି ବ୍ଲକ୍ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମରେ ଏକ କିଷାନ ମେଳା ଅନୁଷ୍ଠିତ ହୋଇଯାଇଛି।
ଚାଲୁଥିବା ‘ଆଇପିଏଲ୍-ଅମୃତ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମ’ ଅଧୀନରେ ଆୟୋଜିତ ଏହି ମେଳାରେ ଗୁରାଣ୍ଡି, ଉପଲଡା, ମହାଦେବପୁର, ଲିଙ୍ଗିପୁର ଏବଂ ମାଛମରା ପ୍ରଭୃତି ଗ୍ରାମରୁ ୨୦୦ରୁ ଊର୍ଦ୍ଧ୍ୱ ଚାଷୀ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ (ସି.ଡି.ଏ.ଓ.) ଶ୍ରୀ ଏମ୍. ପ୍ରକାଶ ରାଓ ଯୋଗଦେଇ ଆଞ୍ଚଳିକ କୃଷି କାର୍ଯ୍ୟ ପଦ୍ଧତିର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିଥିଲେ।
ସମ୍ମାନିତ ଅତିଥି ଭାବେ ଗୋଷାଣି ବ୍ଲକ୍ କୃଷି ଅଧିକାରୀ ଶ୍ରୀମତୀ ଶ୍ରାବଣୀ ମହାରଣା ଉପସ୍ଥିତ ରହି ଉନ୍ନତ କୃଷି ପ୍ରଣାଳୀ ଏବଂ ଉଭୟ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ କଲ୍ୟାଣକାରୀ ଯୋଜନା ବିଷୟରେ ଚାଷୀମାନଙ୍କୁ ସଚେତନ କରାଇଥିଲେ।
ସେହିପରି ଗୁରାଣ୍ଡି ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଶିଳ୍ପା ପାତ୍ର ସି.ୟୁ.ଟି.ଏମ୍.ର ଏଭଳି ଚାଷୀ-ଅଭିମୁଖୀ ପଦକ୍ଷେପକୁ ପ୍ରଶଂସା କରିଥିଲେ। ସି.ୟୁ.ଟି.ଏମ୍. କୃଷି ଓ ଆନୁସଙ୍ଗିକ ବିଜ୍ଞାନ ବିଭାଗର ଡିନ୍ (ପ୍ରଶାସନ) ଡଃ ଏସ୍. ପି. ନନ୍ଦ ସମାଜର ବିକାଶ ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପ୍ରସାର କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ଏଥିସହ ନୋଡାଲ ଅଧିକାରୀ ଡଃ ଆଶୀର୍ବଚନ ମହାପାତ୍ର ଛାତ୍ରଛାତ୍ରୀ ଇଣ୍ଟର୍ଣ୍ଣ ମାନଙ୍କ ଦ୍ୱାରା କରାଯାଉଥିବା ତୃଣମୂଳ ସ୍ତରର ସଚେତନତା କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ।
ଏହି କାର‌୍ୟ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞ ପ୍ରଫେସର ଚିନ୍ତାମଣି ପଣ୍ଡା, ଡଃ ବିଷ୍ଣୁପ୍ରସାଦ ଦାଶ, ଡଃ ପ୍ରଭୁ ପ୍ରସନ୍ନ ପ୍ରଧାନ, ଡଃ ବିଶାଲ କୁମାର ଗୁପ୍ତା ଏବଂ ଶ୍ରୀ ଚିନ୍ମୟ ନନ୍ଦ ଉପସ୍ଥିତ ଥିଲେ। ଏହି ଅବସରରେ ଏକ କୃଷକ-ବୈଜ୍ଞାନିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବିଶେଷଜ୍ଞ ମାନେ ଚାଷୀ ମାନଙ୍କର ବିଭିନ୍ନ ବୈଷୟିକ ସମସ୍ୟାର ସମାଧାନ କରିଥିଲେ।
ଏହା ସହିତ ଉନ୍ନତ କୃଷି ପ୍ରଯୁକ୍ତିବିଦ୍ୟା ଏବଂ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କୃଷି ଉତ୍ପାଦର ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଥିଲା।
ଶେଷରେ ଶ୍ରୀ ବିଶ୍ୱଜିତ୍ ସାହୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଏହାପରେ ଫଟୋ ଅଧିବେଶନ ଏବଂ ପ୍ରୀତିଭୋଜନ ସହିତ କାର୍ଯ୍ୟକ୍ରମ ସାଙ୍ଗ ହୋଇଥିଲା।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930