Indus Valley Times

ଗଜପତି: ଆକାଂକ୍ଷା ବ୍ଲକ ଗୁମ୍ମା ଅନ୍ତର୍ଗତ ଜୀବା ଠାରେ କିଶୋରୀ ବାଳିକା ମେଳା ଅବସରରେ ବିଭିନ୍ନ ସଚେତନତା ଓ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

 Breaking News

ଗଜପତି: ଆକାଂକ୍ଷା ବ୍ଲକ ଗୁମ୍ମା ଅନ୍ତର୍ଗତ ଜୀବା ଠାରେ କିଶୋରୀ ବାଳିକା ମେଳା ଅବସରରେ ବିଭିନ୍ନ ସଚେତନତା ଓ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

January 24
21:42 2024

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୪/୧: ଗଜପତି ଜିଲ୍ଲାର ଆଦିବାସୀ ବହୁଳ ତଥା ଆକାଂକ୍ଷା ବ୍ଲକ୍ ଭାବେ ପରିଚିତ ଗୁମ୍ମା ବ୍ଲକ ଅନ୍ତର୍ଗତ ଜୀବା ଗ୍ରାମ ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି କିଶୋରୀ ବାଳିକା ମେଳା କାର୍ଯ୍ୟକ୍ରମ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ କିଶୋରୀ ବାଳିକା ମାନଙ୍କୁ ନେଇ ବିଭିନ୍ନ ସଚେତନତା ଓ ପ୍ରତିଯୋଗିତା କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା ।
କିଶୋରୀ ମେଳା ଅବସରରେ ଜୀ ପଞ୍ଚାୟତ କାର୍ଯ୍ୟାଳୟ ସଭା ଗୃହ ଠାରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ।
ଆଇସିଡ଼ିଏସ: ସୁପରଭାଇଜର ଶ୍ରୀମତୀ ସବିତା ପଟନାୟକଙ୍କ ସଭାପତିତ୍ବରେ ସରପଞ୍ଚ ଶ୍ରୀ ଏଡେଙ୍ଗା ଶବର ମୁଖ୍ୟଅତିଥି ଭାବେ ଯୋଗ ଦେଇ କିଶୋରୀ ବାଳିକା ମାନେ ପଥଭ୍ରଷ୍ଟ ନ ହୋଇ ନିଜର ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବା ସହ ଶିକ୍ଷା ଓ ପୋଷଣ ଯୁକ୍ତ ଖାଦ୍ୟ ଉପରେ ଅଧିକ ଯତ୍ନବାନ ହୋଇ ଜଣେ ଉତ୍ତମ ମା ହେବା ସହ ସୁସ୍ଥ ସମାଜ ଗଠନ ଦିଗରେ ସହାୟକ ହେବା ପାଇଁ ପରାମର୍ଶ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଗୋଷ୍ଟି ସ୍ୱାସ୍ଥ୍ୟ ଅଧିକାରୀ ଭାରତୀ ପାସୁପୁ ରେଡ଼ି , ଏଏନଏମ: ପ୍ରୀତିଲତା ଗୁରୁ , ପ୍ରଧାନଶିକ୍ଷକ ଶ୍ରୀ ରମାକାନ୍ତ ପଟନାୟକ , ପ୍ରେମ\” ସଂସ୍ଥାର ମାଷ୍ଟର ଟ୍ରେନର ଶ୍ରୀ ଲାଜର ଲୀମା ଏବଂ ଶିକ୍ଷୟତ୍ରୀ ମଧୁସ୍ମିତା ପରିଛା ପ୍ରମୁଖ ମଞ୍ଚାସିନ ରହି କିଶୋରୀ ବାଳିକା ମାନେ ଆସନ୍ତା ଦିନ ମାନଙ୍କରେ ନିଜକୁ କିଭଳି ସୁସ୍ଥ ରଖିବେ ସେ ଦିଗରେ ଉପାଦେୟ ବିଷୟ ଉପରେ କହିଥିଲେ ।
ଏହି ଅବସରରେ କିଶୋରୀ ବାଳିକା ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଯଥା:- ନୃତ୍ୟ , ସଙ୍ଗୀତ , ଚିତ୍ରାଙ୍କନ , ଦୌଡ଼ି ଡିଆଁ ଏବଂ ମ୍ୟୁଜିକ ଚେୟାର ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ କୃତୀ ପ୍ରତିଯୋଗୀ ମାନଙ୍କୁ ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ଓ ମାନପତ୍ର ବଣ୍ଟନ କରା ଯାଇଥିଲା ।
ଶେଷରେ କିଶୋରୀ ବାଳିକା ମାନଙ୍କ ଉଚ୍ଚତା ଓ ଓଜନ ସହ ରକ୍ତ ହୀନତା ଏବଂ ସିକିଲ ଟେଷ୍ଟ ପ୍ରଭୃତି ପରୀକ୍ଷା କରା ଯାଇଥିଲା ।
ଏହି କିଶୋରୀ ମେଳା କାର୍ଯ୍ୟକ୍ରମ ସମ୍ପର୍କରେ ଅଧିକ ସୂଚନା ଦେଇ ଅଙ୍ଗନବାଡି ସୁପରଭାଇଜର ଶ୍ରୀମତୀ ସବିତା ପଟନାୟକ କହିଛନ୍ତି ଯେ , କିଶୋରୀ ବାଳିକା ମାନେ ସେମାନଙ୍କ ଶିକ୍ଷା , ସ୍ୱାସ୍ଥ୍ୟ ଓ ପୋଷଣତା ଉପରେ ସେମାନଙ୍କୁ ସଚେତନ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।
ଅନ୍ୟପକ୍ଷରେ , ସମ୍ପୂର୍ଣ ପୁଷ୍ଟି ଯୋଜନା ଅନ୍ତର୍ଗତ ଏହି କାର୍ଯ୍ୟକ୍ରମରେ ୧୫ ରୁ ୧୯ ବର୍ଷ ବୟସର କିଶୋରୀ ବାଳିକା ମାନେ ବିଭିନ୍ନ ସ୍ୱାସ୍ଥ୍ୟ ଓ ପୋଷଣ ଯୁକ୍ତ ସେବା ଉଚ୍ଚ ମାତ୍ରାରେ କିଭଳି ଉପଲବଧି କରିପାରିବେ ଏବଂ ଏଥିସହ ଗୋଷ୍ଠୀ ସ୍ତରରେ ସେମାନଙ୍କୁ ଚମ୍ପିଆନ ସୃଷ୍ଟି କରାଯିବା ସହ ସମସ୍ତେ ପୋଷଣରେ କିଭଳି ଉନ୍ନତି କରିବେ , ଯାହାକି , କିଶୋରୀ ମାନେ ଉତ୍ସାହ , ଉଦ୍ଦୀପନା ଓ ପ୍ରେରଣା ପାଇ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ଆଗ୍ରହ ହେବେ ।
ଏହା ଏଭଳି ଏକ ପ୍ଲାଟଫର୍ମ ତଥା ସୁଯୋଗ ଯେଉଁଥିରେ କି କିଶୋରୀ ମାନେ ସେମାନଙ୍କ ଗୁଣାତ୍ମକ ମାନ ପ୍ରତିଭା ଓ ଅନ୍ୟ ଯାହା କୌଶଳ ଦକ୍ଷତା ରହିଛି , ସେ ସବୁ ପ୍ରଦର୍ଶନ କରିବାର ସୁଯୋଗ ପାଇ ପାରିବେ ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଗ୍ରାମର କିଶୋରୀ ବାଳିକା ଓ ଉଚ୍ଚ ବିଦ୍ୟାଳୟର ବାଳିକାଙ୍କ ସମେତ ଆଶା ଓ ଅଙ୍ଗନବାଡି କର୍ମୀ ମାନେ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031