Indus Valley Times

ଗଜପତି: “ଆକାଂକ୍ଷା” ମହିଳା ସଂଗଠନ ଅନୁଷ୍ଠାନ ପକ୍ଷରୁ ରଜ ପର୍ବ ପାଳିତ

 Breaking News

ଗଜପତି: “ଆକାଂକ୍ଷା” ମହିଳା ସଂଗଠନ ଅନୁଷ୍ଠାନ ପକ୍ଷରୁ ରଜ ପର୍ବ ପାଳିତ

ଗଜପତି: “ଆକାଂକ୍ଷା” ମହିଳା ସଂଗଠନ ଅନୁଷ୍ଠାନ ପକ୍ଷରୁ ରଜ ପର୍ବ ପାଳିତ
June 16
11:06 2024

ଗଣେଶ କୁମାରେ ରାଜୁଙ୍କ ରିପୋର୍ଟ
ଗଜପତି, ୧୬/୬: ରଜ ପର୍ବ ପାଇଁ ସମଗ୍ର ପାରଳାଖେମୁଣ୍ଡି ସହର ଓ ଆଖପାଖ ଅଞ୍ଚଳ ଉତ୍ସବ ମୁଖର ଓ ଚଳଚଞ୍ଚଳ ହୋଇ ଉଠିଛି । ତିନିଦିନ ଧରି ଏହି ରଜ ପର୍ବ ଅତି ଧୁମ୍ ଧାମରେ ପାଳିତ ହୋଇ ଆସିଥିବା ବେଳେ ଏଥିରେ ଛୋଟ ଝିଅ ମାନଙ୍କ ଠାରୁ ଆରମ୍ଭ କରି ଯୁବତୀ , ବିବାହିତା ଯୁବତୀ ଓ ମହିଳା ମାନେ ଏଥିରେ ସାମିଲ ହୋଇ ମସଗୁଲ ହୋଇ ପଡିଛନ୍ତି ।
ଏହି ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ “ଆକାଂକ୍ଷା” ଅନୁଷ୍ଠାନ ପକ୍ଷରୁ ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ନୂଆ କେରାଣ୍ଡି ଗ୍ରାମ ସ୍ଥିତ ଉଡ ଗ୍ରୀନ ପାର୍କ ପରିସରରେ ରଜ ପର୍ବ ଅତି ଧୁମଧାମରେ ପାଳିତ ହୋଇଯାଇଛି ।
ଏହି ରଜପର୍ବ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ସମେତ ନୂଆ କେରଣ୍ଡି , ବି: ସିତାପୂର୍ , ଦେବିତି ଓ ଯାଜପୁର ଗ୍ରାମର ଯୁବତୀ , ବିବାହିତା ଯୁବତୀ ଓ ମହିଳା ମାନେ ବହୁ ସଂଖ୍ୟାରେ ସାମିଲ ହୋଇ ରଜପର୍ବ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସରେ ପାଳନ କରିଥିଲେ ।
ମହିଳା ଓ ଯୁବତୀ ମାନେ ନାଲି ଅଳତା ପରସ୍ପର ମଧ୍ୟରେ ଲଗାଇବା ହେବା ସହ ହାତରେ ମେହେନ୍ଦି ମଧ୍ୟ ଲଗା ହୋଇଥିଲା।
ପରେ ସାଜସଜ୍ଜା ହୋଇଥିବା ରଜ ଦୋଳିରେ ଜଣକ ପରେ ଜଣେ ବସି ରଜ ଗୀତ ଗାଇ ତାର ମଜା ନେଇଥିଲେ । ଆମ୍ବଗଛର ବନ୍ଧା ଓ ଲୁହା ଫ୍ରେମ ବନ୍ଧା ରଜ ଦୋଳିରେ ବସି ସମସ୍ତେ ମଜା ନେଇଥିଲେ ।
ଏହି ଅବସରରେ ଆକାଂକ୍ଷା ମହିଳା ସଂଗଠନ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଭିନ୍ନ ଭିନ୍ନ ପ୍ରକାରର ମିଠାପାନ , ସୁଜି କାକରା , ପୋଡ଼ ପିଠାପଣା ପ୍ରଭୃତିରେ ପରସ୍ପର ମଧ୍ୟରେ ଆପ୍ୟାୟିତ କରିଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ଆକାଂକ୍ଷା ମହିଳା ସଙ୍ଗଠନର ସଭାନେତ୍ରୀ ଶ୍ରୀମତୀ ଆଶାଲାଟା ପାଣିଗ୍ରାହୀ ଓ ସମ୍ପାଦିକା ଶ୍ରୀମତୀ ମୀନା କୁମାରୀ ଟହଲ ନେତୃତ୍ୱ ନେଇ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ଅନ୍ୟ ସଦସ୍ୟା ମାନେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930