Indus Valley Times

ଗଜପତି: ଆସନ୍ତା କାଲି ପଞ୍ଚମ ତଥା ଶେଷ ପର୍ଯ୍ୟାୟ ମତଦାନ

 Breaking News

ଗଜପତି: ଆସନ୍ତା କାଲି ପଞ୍ଚମ ତଥା ଶେଷ ପର୍ଯ୍ୟାୟ ମତଦାନ

February 23
21:16 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୩/୨ : ଗୋସାଣି ବ୍ଲକର ୨ଟି ଜିଲ୍ଲା ପରିଷଦ ଜୋନର ମତଦାନ ପାଇଁ ପୋଲିଙ୍ଗ ପାର୍ଟି ମତଦାନ କେନ୍ଦ୍ରକୁ ଗଲେ ।
ଗଜପତି ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପଞ୍ଚମ ତଥା ଶେଷ ପର୍ଯ୍ୟାୟ ମତଦାନ କାର୍ଯ୍ୟକ୍ରମ ଆସନ୍ତା କାଲି ୨୪ ତାରିଖ ଦିନ ଜିଲ୍ଲାର ଜିଲ୍ଲାର ଗୋସାଣି ବ୍ଲକର ୨ଟି ଜିଲ୍ଲା ପରିଷଦ ଜୋନରେ ସକାଳ ୭ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।
ଏହି ଅବସରରେ ବ୍ଲକର ବିଭିନ୍ନ ସ୍ଥାନ ମାନଙ୍କରେ ବ୍ଲକ ପ୍ରଶାସନ ପକ୍ଷରୁ ହୋଇଥିବା ଅସ୍ଥାୟୀ ମତଦାନ କେନ୍ଦ୍ର ଗୁଡିକୁ ନିର୍ବାଚନ ପରିଚାଳନା ନିମନ୍ତେ ଯିବାକୁ ଥିବା ପୋଲିଙ୍ଗ ପାର୍ଟି ମାନଙ୍କ ରେଜିଷ୍ଟ୍ରେସନ , ବେଲଟ ପେପର , ବକ୍ସ ଓ ମେଟେରିଆଲ ଦେବା ଏବଂ ମତଦାନ କେନ୍ଦ୍ରକୁ ପୋଲିଙ୍ଗ ପାର୍ଟି ପଠାଇବା ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ବ୍ଲକର ୨ଟି ଜିଲ୍ଲା ପରିଷଦ ଜୋନରେ ଥିବା ୨୧ଟି ପଞ୍ଚାୟତ ପାଇଁ ୨୧ଟି କାଉଣ୍ଟର ଖୋଲାଯାଇ ପୋଲିଙ୍ଗ ପାର୍ଟି ମାନଙ୍କ ରେଜିଷ୍ଟ୍ରେସନ ହେବା ସହ ଆବଶ୍ୟକ ବେଲଟ ପେପର ଓ ବକ୍ସ ସହିତ ଅନ୍ୟାନ୍ୟ ସାମଗ୍ରୀ ପ୍ରଭୃତି ଦିଆଯିବା ବ୍ୟବସ୍ଥା ହୋଇଥିବା ସହ ବସ , ଟେକ୍ସି ଓ ମ୍ୟାକ୍ସ-ପିକପ ଯୋଗେ ସେମାନଙ୍କୁ ସେମାନଙ୍କ ମତଦାନ କେନ୍ଦ୍ରକୁ ପଠାଇ ଦିଆଯାଇଛି ।
ବ୍ଲକ ପ୍ରଶାସନ ପକ୍ଷରୁ , ଗତକାଲି ଅପରାହ୍ନ ୫ଟା ଠାରୁ ଏହି ପ୍ରସ୍ତୁତି କାର୍ଯ୍ୟକ୍ରମ ଆରମ୍ଭ ହୋଇ ରାତି ପ୍ରାୟ ୧୧ଟା ସମୟ ପର୍ଯ୍ୟନ୍ତ ଏବଂ ଆଜି ସକାଳ ପର୍ଯ୍ୟନ୍ତ ଚାଲିଥିଲା ।
ଏହି ଗୋସାଣି ବ୍ଲକରେ ଆସନ୍ତା କାଲି ୨ଟି ଜିଲ୍ଲା ପରିଷଦ ଜୋନ , ୨୧ଟିରୁ ୨୦ ଟିରେ ସରପଞ୍ଚ ଓ ୨୧ଟିରୁ ୨୦ଟିରେ ସମିତିସଭ୍ୟ ଓ ୨୬୬ଟି ୱାର୍ଡ ସଭ୍ୟ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ୨୬୬ଟି ମତଦାନ କେନ୍ଦ୍ରରେ ମୋଟ ୬୮ହଜାର ୭୫୩ ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ ।
ଏହି ବ୍ଲକରେ ୨ଟି ଜିଲ୍ଲା ପରିଷଦ ଜୋନ୍ ପଦବୀ ପାଇଁ ମୋଟ ୮ ଜଣ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ୨୧ ଟିରୁ ୨୦ଟି ସରପଞ୍ଚ ପଦବୀ ପାଇଁ ୭୨ ଜଣ ଏବଂ ୨୧ ଟିରୁ ୨୦ଟି ସମିତିସଭ୍ୟ ପଦବୀ ପାଇଁ ୪୨ ଜଣ ପ୍ରତିଦ୍ବନ୍ଦିତା କରୁଛନ୍ତି । ଗୋଟିଏ ଲେଖାଏଁ ସରପଞ୍ଚ ଓ ସମିତିସଭ୍ୟ ଆସନ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ।
ଏହି ବ୍ଲକରେ ମୋଟ ୨୬୬ଟି ମତଦାନ କେନ୍ଦ୍ର ରହିଥିବା ବେଳେ ସେଥମଧ୍ୟରୁ ୪୪ଟି ଉତ୍ତେଜନା ଓ ୩ଟି ଅତି ଉତ୍ତେଜନା ପ୍ରବଣ ମତଦାନ କେନ୍ଦ୍ର ଭାବେ ଚିହ୍ନଟ ରହିଛି। ।
ବିଭିନ୍ନ ମତଦାନ କେନ୍ଦ୍ର କୁ ପୋଲିଙ୍ଗ ପାର୍ଟି ଯିବାପାଇଁ ୭୦ ଟିରୁ ଅଧିକ ବସ , ଟାକ୍ସି ଓ ମ୍ୟାକ୍ସ-ପିକପ ବ୍ୟବସ୍ଥା କରା ଯାଇଥିବା ଜଣାଯାଇଛି। ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031