Indus Valley Times

ଗଜପତି: ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଏକାଉଣ୍ଟ୍ ଅନ୍ତର୍ଗତରେ ଅଣ ସଂକ୍ରମକ ରୋଗ ଚିହ୍ନଟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଏକାଉଣ୍ଟ୍ ଅନ୍ତର୍ଗତରେ ଅଣ ସଂକ୍ରମକ ରୋଗ ଚିହ୍ନଟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

November 25
20:53 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୫/୧୧: ଭାରତ ସରକାରଙ୍କ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଏକାଉଣ୍ଟ୍(ଆଭା) କାର୍ଯ୍ୟକ୍ରମରେ ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନ ,ଓଡ଼ିଶା ଅନ୍ତର୍ଗତ ପାରଳାଖେମୁଣ୍ଡି ସ୍ଥିତ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନ ଆନୁକୁଲ୍ୟରେ ଅଣ-ସଂକ୍ରାମକ ରୋଗ ଚିହ୍ନଟ ଶିବିର କାର୍ଯ୍ୟକ୍ରମ ସ୍ଥାନୀୟ ଗାନ୍ଧୀ ସ୍ମୃତି ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି ।
ଏହି ଶିବିର କାର୍ଯ୍ୟକ୍ରମରେ ମୁଖ୍ୟତଃ ଶରୀରରେ ଥିବା ବିଭିନ୍ନ ପ୍ରକାରର ଅଣ ସଂକ୍ରାମକ ରୋଗ ଚିହ୍ନଟ କରିବା ସହ ସ୍ୱାସ୍ଥ୍ୟ ସମ୍ପର୍କିତ ଆଭା-ଆଇଡି ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।
ଏହି ଶିବିର କାର୍ଯ୍ୟକ୍ରମରେ ଆସୁଥିବା ଲୋକ ମାନଙ୍କ ଆଭା-ଆଇଡି ସୃଷ୍ଟି କରାଯାଉଛି ଏବଂ ସେହି ଆଭା-ଆଇଡି ରେ ସେମାନଙ୍କ ବିଭିନ୍ନ ପ୍ରକାରର ଅଣ ସଂକ୍ରାମକ ରୋଗ ଯଥା:- ମଧୁମେହ , ଉଚ୍ଚ ରକ୍ତଚାପ , ମୁଖ ଗହ୍ଵର , ଜରାୟୁ ଓ ସ୍ତନ କର୍କଟ ପ୍ରଭୃତି ରୋଗ ଉପରେ ସ୍କ୍ରିନିଂ କରାଯାଇ ଚିକିତ୍ସା କରାଯାଉଛି ।
ପୂର୍ବ କାଳରୁ ଯେଉଁସବୁ ସଂକ୍ରାମକ ରୋଗ ଥିଲା , ତାହା ବର୍ତ୍ତମାନ କମି ଯାଇଥିଲେ ହେଁ ବର୍ତ୍ତମାନ ଅଣ ସଂକ୍ରାମକ ରୋଗର ପରିମାଣ ବଢ଼ିବାରେ ଲାଗିଛି , ଯାହାକି ଅଧିକାଂଶ ଲୋକ ଏହି ଅଣ ସଂକ୍ରାମକ ରୋଗରେ ପ୍ରାଣ ହରାଉଛନ୍ତି ।
ତେଣୁ ସେହି ମାନଙ୍କ ଉଚିତ୍ ଚିକିତ୍ସା ପାଇଁ ଏହି ଅଣ ସଂକ୍ରାମକ ରୋଗ ଚିହ୍ନଟ କାର୍ଯ୍ୟକ୍ରମ ନିହାତି ଆବଶ୍ୟକ । ଏଥିପାଇଁ ଯେଉଁ ଆଭା-ଆଇଡି ସୃଷ୍ଟି କରାଯାଉଛି , ସେଥିରେ ରୋଗୀ ମାନଙ୍କୁ ଏକ ନମ୍ବର ଦିଆ ହେଉଛି ଏବଂ ସେହି ନମ୍ବର ସହିତ ସେଥିରେ ସେମାନଙ୍କ ବିଭିନ୍ନ ରୋଗ ସମ୍ପର୍କିତ ଇତିହାସ ସ୍ଥାନିତ କରା ଯାଇଥାଏ ।
ଆବଶ୍ୟକ ସ୍ଥଳେ ସେହି ନମ୍ବରକୁ ମାରିଲେ ରୋଗୀର ସମସ୍ତ ସୂଚନା ମିଳିଥାଏ ବୋଲି ମହାମାରୀ ରୋଗ ବିଶେଷଜ୍ଞ ଡ଼ାଃ ଶରତ ଚନ୍ଦ୍ର ମହାପାତ୍ର କହିଛନ୍ତି ।
ମହାମାରୀ ରୋଗ ବିଶେଷଜ୍ଞ ଡ଼ାଃ ଶରତ ଚନ୍ଦ୍ର ମହାପାତ୍ର ଏବଂ ସହରାଞ୍ଚଳ ଜାତୀୟ ସ୍ୱାସ୍ଥ୍ୟ ମିଶନ ଏପିଏମ: ଶୁଭଲକ୍ଷ୍ମି ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଡ଼ାଃ ସୁବ୍ରତ ଜମାଦାର ସମସ୍ତ ରୋଗୀଙ୍କ ଚିକିତ୍ସା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୫୦ ଜଣ ରୋଗୀ ଆସି ବିଭିନ୍ନ ପରୀକ୍ଷା କରାଇ ନେବା ସହ ଚିକିତ୍ସିତ ହୋଇ ମାଗଣା ଔଷଧ ନେଇଥିଲେ ।
କାର୍ଯ୍ୟକ୍ରମରେ ରୋଗୀ ମାନଙ୍କ ଉଚ୍ଚତା , ଓଜନ , ରକ୍ତଚାପ , ମଧୁମେହ ଓ ରକ୍ତ ପ୍ରଭୃତି ପରୀକ୍ଷା କରା ଯାଇଥିଲା । ଏଥିରେ ୩ ଜଣ ଏଏନଏମ: , ୪ ଜଣ ଆଶାକର୍ମୀ ଓ, ଫାର୍ମାସିଷ୍ଟ , ସ୍ବାସ୍ଥ୍ୟକର୍ମୀ ଏବଂ ବହୁ ଏଏନଏମ: ତାଲିମ ଛାତ୍ରୀ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031