Indus Valley Times

ଗଜପତି:- ଉକ୍ତର୍ଷ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

 Breaking News

ଗଜପତି:- ଉକ୍ତର୍ଷ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଗଜପତି:- ଉକ୍ତର୍ଷ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
August 06
18:18 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୬/୮: ଗଜପତି ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପ୍ରଦୋଷ କୁମାର ନାୟକଙ୍କ ତଭ୍ବବଧାନରେ ଏବଂ ଓଡ଼ିଶା ସରକାରଙ୍କ ଓସେପା: , ଭୁବନେଶ୍ୱରର ମିଳିତ ଆନୁକୁଲ୍ୟରେ ଚାରିଦିନ ଧରି ଏକ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର “ଉତ୍କର୍ଷ” କାର୍ଯ୍ୟକ୍ରମ ଗତକାଲି ଠାରୁ ଜିଲ୍ଲାର ଦୁଇଟି ସ୍ଥାନରେ ଉଦଘାଟିତ ହୋଇ ଯାଇଅଛି।
ନିର୍ଦ୍ଧାରିତ ସ୍ଥାନ ପ୍ରକାରେ ଜିଲ୍ଲାର ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ନାରାୟଣପୁର ସ୍ଥିତ ଏନଏମ: ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଅଥିତି ଭାବେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶ୍ରୀ ଆମ୍ପୋଲୁ ରବି କୁମାର ଏବଂ ରା: ଉଦୟଗିରି ବ୍ଲକ୍ ଅନ୍ତର୍ଗତ ଛେଲିଗଡ ସ୍ଥିତ ସରକାରୀ ଉଚ୍ଚବିଦ୍ୟାଳୟ ଠାରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ କେ: ଭେଙ୍କେଟ ରାମଣା ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।
ଚାରି ଦିନ ଧରି ଚାଲିଥିବା ଏହି ଶିବିରରେ ଜିଲ୍ଲାର ସମସ୍ତ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶିକ୍ଷାର ଗୁଣାତ୍ମକ ମାନର ବିକାଶ ପ୍ରତି ଦୃଷ୍ଟି ଦିଆ ଯାଇଥିଲା । ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମାତୃଭାଷା ଓଡିଆ , ଇଂରାଜୀ , ଗଣିତ ଏବଂ ବିଜ୍ଞାନ ବିଷୟରେ ତାଲିମ ପ୍ରଦାନ କରା ଯାଉଅଛି।
ଉକ୍ତ କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବେ ଶିକ୍ଷକ ଶ୍ରୀ ୱାଇ: ଧର୍ମାରାଓ , ଶ୍ରୀ ପ୍ରଫୁଲ୍ଲ କୁମାର ବରାଡ , ଶ୍ରୀ ଜ୍ୟୋତି ପ୍ରସାଦ ପାତ୍ର , ଶ୍ରୀ ବିଘ୍ନେଶ୍ୱର ସାହୁ , ଶ୍ରୀ ଶିବ କଲ୍ୟାଣୀ ଆଚାର୍ଯ୍ୟ , ଶ୍ରୀମତୀ ସବିତା କୁମାରୀ ଦାସ୍ , ଶ୍ରୀମତୀ ସୁଜ୍ଞାନି ପ୍ରଭା ପାଣଗ୍ରାହୀ ଓ ଶ୍ରୀମତୀ ରାଜଲକ୍ଷ୍ମୀ ରାଉତ ପ୍ରମୁଖ ନିୟୋଜିତ ହୋଇ ପ୍ରଶିକ୍ଷଣକୁ ଆଗେଇ ନେବା ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ନିମନି ଜଗଦୀଶ ପରିଚାଳନା କରିଥିଲେ । ପ୍ରତ୍ୟେକ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶିକ୍ଷାର ମାନ ବୃଦ୍ଧି\’କୁ ମୁଖ୍ୟ ଆଭିମୁଖ୍ୟ ଭାବେ ଗ୍ରହଣ କରା ଯାଇଥିଲା ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031