Indus Valley Times

ଗଜପତି: ଓଡ଼ିଶା ବିକଳାଙ୍ଗ ମଞ୍ଚ ପକ୍ଷରୁ ୧୦ ଦଫା ଦାବି ପୂରଣ ଦିଗରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ପାଇଁ ନିବେଦନ

 Breaking News

ଗଜପତି: ଓଡ଼ିଶା ବିକଳାଙ୍ଗ ମଞ୍ଚ ପକ୍ଷରୁ ୧୦ ଦଫା ଦାବି ପୂରଣ ଦିଗରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ପାଇଁ ନିବେଦନ

ଗଜପତି: ଓଡ଼ିଶା ବିକଳାଙ୍ଗ ମଞ୍ଚ ପକ୍ଷରୁ ୧୦ ଦଫା ଦାବି ପୂରଣ ଦିଗରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ପାଇଁ ନିବେଦନ
April 24
21:10 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୪/୪: ରାଜ୍ୟରେ ଭିନ୍ନକ୍ଷମ ବ୍ୟକ୍ତି ମାନେ ସମ୍ମୁଖୀନ ହେଉଥିବା ସମସ୍ତ ପ୍ରତିବନ୍ଧ ସମସ୍ୟାକୁ ହଟାଇବା ସହ ସେମାନଙ୍କ ପ୍ରତି ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ , ସହଯୋଗ ଓ ସମ୍ମାନ ଦେଇ ସଶକ୍ତ କରାଇବା ଉଚିତ୍ ।
ଏହି କ୍ରମରେ କହିବାକୁ ଗଲେ ରାଜ୍ୟରେ ଲକ୍ଷାଧିକ ଭିନ୍ନକ୍ଷମ ବ୍ୟକ୍ତି ରହିଥିବା ବେଳେ ସେମାନେ ବିଭିନ୍ନ ସମସ୍ୟା ମଧ୍ୟ ଦେଇ ଗତି କରୁଛନ୍ତି ।
ସେମାନଙ୍କ ବିଭିନ୍ନ ସମସ୍ୟା ଓ ଦାବୀ ଗୁଡିକ ସମାଧାନ କରାଯିବା ଉଦ୍ଦେଶ୍ୟ ନେଇ ଏବଂ ଏ ଦିଗରେ ମହାମାନ୍ୟ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିବା ପାଇଁ ଓଡ଼ିଶା ବିକଳାଙ୍ଗ ମଞ୍ଚ ପକ୍ଷରୁ , ମଞ୍ଚର ରାଜ୍ୟ ସଭାପତି ଶ୍ରୀ ନିରଞ୍ଜନ ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭୁବନେଶ୍ୱର ସ୍ଥିତ ରାଜଭବନକୁ ଯାଇ ସେଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କରି ୧୦ ଦଫା ଦାବି ସମ୍ମିଳିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ଓଡ଼ିଶା ବିକଳାଙ୍ଗ ମଞ୍ଚ ପକ୍ଷରୁ ମହାମାନ୍ୟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ପ୍ରଦାନ କରା ଯାଇଥିବା ୧୦ ଦଫା ଦାବି ଗୁଡ଼ିକ ମଧ୍ୟରେ ମୁଖ୍ୟତଃ (୧) ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଗ୍ରାଧିକାର ପ୍ରଦାନ କରାଯିବା , (୨)- ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ନିମନ୍ତେ ରହିଥିବା ମାସିକ ଭତ୍ତା ୫୦୦ ଟଙ୍କାରୁ ୩ ହଜାର ଟଙ୍କାକୁ ବୃଦ୍ଧି କରିବା , (୩)- ସରକାରଙ୍କ ଅନ୍ତୋଦୟ ଯୋଜନାରେ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ ସାମିଲ କରାଯିବା , (୪)- ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ ସ୍ଵତନ୍ତ୍ର ଭାବେ ବିଏସକେୱାଇ: କାର୍ଡ ପ୍ରଦାନ କରାଯିବା ସହ ଏ ଦିଗରେ ୧୦ ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତର ଚିକିତ୍ସା ସୁବିଧା ପ୍ରଦାନ କରାଯିବା (୫)- ସରକାରୀ ଚାକିରୀ\’ରେ ଥିବା ଭିନ୍ନକ୍ଷମ ମାନଙ୍କୁ ପଦୋନ୍ନତିରେ ୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯିବା ପ୍ରଭୃତି ୧୦ ଦଫା ଦାବି ସମ୍ମିଳିତ ଏକ ଦାବିପତ୍ର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ପ୍ରଦାନ କରାଯାଇଛି ।
ମଞ୍ଚ ପକ୍ଷରୁ ଦବିପତ୍ର ପ୍ରଦାନ କରାଯିବା ପରେ ମଞ୍ଚର ରାଜ୍ୟ ସଭାପତି ଶ୍ରୀ ନିରଞ୍ଜନ ବେହେରା ଓ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ରାଜ୍ୟପାଳଙ୍କ ସହିତ ବିଭିନ୍ନ ଦାବି ଗୁଡିକ ଉପରେ ବିସ୍ତୃତ ଭାବେ ଆଲୋଚନା କରି ସେ ସବୁ ତୁରନ୍ତ ସମାଧାନ କରିବା ପାଇଁ ନିବେଦନ କରିଥିଲେ ।
ଅନ୍ୟ ପକ୍ଷରେ , ଦାବି ଗୁଡ଼ିକ ଉପରେ ଆଲୋଚନା ହେବା ପରେ ସେ ସବୁ ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ , ମଞ୍ଚର ସଭାପତି ଓ ଉପସ୍ଥିତ କର୍ମକର୍ତ୍ତାଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ବୋଲି ମଞ୍ଚର ରାଜ୍ୟ ସଭାପତି ଶ୍ରୀ ନିରଞ୍ଜନ ବେହେରା ଜଣାଇଛନ୍ତି ।
ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ ବେଳେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ବିକଳାଙ୍ଗ ମଞ୍ଚ ପକ୍ଷରୁ ଉପସଭାପତି ଶ୍ରୀ ହେମନ୍ତ କୁମାର ତାଣ୍ଡିଙ୍କ ସମେତ ପି: ଚିନ୍ନାରି , ଶ୍ରୀ ଚଣ୍ଡିଦାସ ସାହୁ ଓ ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031