Indus Valley Times

ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କୁଜାସିଂ ଗ୍ରାମରେ ସ୍ୱଚ୍ଛ ଭାରତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କୁଜାସିଂ ଗ୍ରାମରେ ସ୍ୱଚ୍ଛ ଭାରତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

October 31
19:53 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୩୧/୧୦ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ କୁଜାସିଂ ଗ୍ରାମରେ ଗ୍ରାମବାସୀଙ୍କ ତରଫରୁ ଆୟୋଜିତ ହୋଇଯାଇଛି ସ୍ୱଚ୍ଛଭାରତ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ।
ଏହି କାର୍ଯ୍ୟକ୍ରମ ଟି ଯୁବ ନେତା ବଟ କୃଷ୍ଣ ଭୂୟାଁ ଙ୍କ ତତ୍ତ୍ଵାବଧାନରେ ଗ୍ରାମର ଯୁବକ ମାନଙ୍କ ଦ୍ଵାରା ଏହା ଆୟୋଜିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀ ଅମିତ୍ କୁମାର ପଟ୍ଟନାୟକ ଯୋଗଦେଇ ,ସ୍ବଛତା କଣ ଓ ଏହାର ଉପକାରୀତାର ବିଭିନ୍ନ ଦିଗ ସମ୍ପର୍କରେ କହି ସ୍ୱଚ୍ଛତା ଏବଂ ପ୍ଲାଷ୍ଟିକ ବର୍ଜ୍ୟ ବସ୍ତୁକୁ ନେଇ ହେଉଥିବା ବିଭିନ୍ନ ସମସ୍ୟା ଉପରେ ସ୍ଥାନୀୟ ଗ୍ରାମ ବାସୀଙ୍କୁ ସଚେତ କରାଇ ଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ଶ୍ରୀ ଯବାନ ଭୂୟାଁ , ଶିକ୍ଷକ ଜଗନ୍ନାଥ କୁମ୍ଭ , ନାଏବ ସରପଞ୍ଚ ଶ୍ରୀ ଅମ୍ବିକା କାର୍ଜି , ଯୁବକ ସଂଘ ସଭାପତି ଶ୍ରୀ ଗୋପାଳ ରାଗସ୍ ଏବଂ ମହିଳା ସ୍ବାସ୍ଥ୍ୟକର୍ମୀ ତଥା ଏଏନ୍ଏମ୍ ଶ୍ରୀମତୀ ଶାନ୍ତିଲତା ବିଶ୍ଵାଳ ପ୍ରମୁଖ ମଞ୍ଚଆସିନ ରହି ସ୍ୱଚ୍ଛତା ଏବଂ ଗ୍ରାମର ବିକାଶକୁ ଗୁରୁତ୍ଵ ଦେଇ ପରିବେଶ ସଫାସୁତୁରା ସହ ସୁସ୍ଥ ଜୀବନଯାପନ ସମ୍ପର୍କରେ ନିଜ ନିଜର ମତ ଉପସ୍ଥାପନା କରିଥିଲେ ।।
ସଚେତନତା ସଭା କାର୍ଯ୍ୟକ୍ରମ ପରେ ଗ୍ରାମବାସୀ ଗ୍ରାମର ଯୁବଗୋଷ୍ଟିଙ୍କ ସହଯୋଗରେ ସଫେଇ କାର୍ଯ୍ୟ ଆରମ୍ଭ କରିଥିଲେ । ଗ୍ରାମ ଓ ଗ୍ରାମ ରାସ୍ତାରେ ପଡ଼ି ରହିଥିବା ଅଳିଆ ଆବର୍ଜନା ଗୁଡ଼ିକୁ ସଫା କରିବା ସହ ବ୍ଲିଚିଂ ପକାଇ ଥିଲେ । ଏଥି ସହ ପ୍ରତ୍ୟେକ ସପ୍ତାହରେ ଏଭଳି ଗ୍ରାମ ସଫା କରିବା ପାଇଁ ସଂକଳ୍ପ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031