Indus Valley Times

ଗଜପତି: ଗୁମ୍ମା ବ୍ଲକରେ ଜିଲ୍ଲାପାଳଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଓ ସ୍କୁଲ ପରିଦର୍ଶନ ।

 Breaking News

ଗଜପତି: ଗୁମ୍ମା ବ୍ଲକରେ ଜିଲ୍ଲାପାଳଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଓ ସ୍କୁଲ ପରିଦର୍ଶନ ।

January 31
23:09 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ

ଗଜପତି,୩୧/୧: ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଜିଲ୍ଲାର ଆଦିବାସୀ ବହୁଳ ଗୁମ୍ମା ବ୍ଲକ ଗ୍ରସ୍ତରେ ଯାଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସମେତ ବିଦ୍ୟାଳୟ ପରିଦର୍ଶନ କରିଥିଲେ ।

ଜିଲ୍ଲାପାଳ ଶ୍ରୀ ପଣ୍ଡା ଗୁମ୍ମା ବ୍ଲକ ଅନ୍ତର୍ଗତ ଜିବା ଓ ସେରଙ୍ଗ ଗ୍ରାମରେ ଥିବା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ ।

ସୂଚନା ଯୋଗ୍ୟ ଯେ ଏହି ଦୁଇଟି ବିଦ୍ୟାଳୟ ୫-ଟି ରୂପାନ୍ତିକରଣ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛି। ସେହି ଦୃଷ୍ଟିରୁ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ’ର ଅଗ୍ରଗତି ସମ୍ପର୍କରେ ତଦାରଖ କରିବା ସହ ତରଙ୍ଗଡ଼ା ପଞ୍ଚାୟତର ମିଶନ ଜୀବିକା ଅନ୍ତର୍ଭୁକ୍ତ କାର୍ଯ୍ୟର ସମୀକ୍ଷା ଓ ଉଦ୍ୟାନ ବିଭାଗର କେତେକ ପ୍ଲାଣ୍ଟ ଦେଖିବା ପାଇଁ ଜିଲ୍ଲାପାଳ  ଶ୍ରୀ ପଣ୍ଡା ପରିଦର୍ଶନ’ରେ ଯାଇଥିବା ଜଣାଯାଇଛି।

ସେହିପରି ମୁନିସିଂ ଗ୍ରାମର ମହିଳା ଗୋଷ୍ଟି’ଙ୍କ ଦ୍ଵାରା ଅଗରବତୀ ପ୍ରସ୍ତୁତି ପ୍ରଣାଳୀ ଓ ରବର ପ୍ଲାଣ୍ଟ ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସବୁର ଅନୁଧ୍ୟାନ କରିଥିଲେ।

ଅନ୍ୟପକ୍ଷରେ ଆସନ୍ତା ନିର୍ବାଚନ ନିମନ୍ତେ ନିର୍ବାଚନ ପ୍ରକ୍ରିୟା’ରେ ଯେପରି  କୋଣସି ପ୍ରକାର ତ୍ରୁଟି ଜେଭଳି ନହୁଏ , ସେଥିପାଇଁ ବୁଥ ଗଠନ ଓ ବୁଥ ବୁଲି ପରିଦର୍ଶନ କରିଥିଲେ ।

ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା’ଙ୍କ ଏହି ପରିଦର୍ଶନ ବେଳେ ଗୁମ୍ମାବ୍ଲକ ବିଡ଼ିଓ ଶ୍ରୀ ଅନୁପ ଅଭିଷେଖ ବେହେରା , ତହସିଲଦାର ଶ୍ରୀ ଭାସ୍କର ଚନ୍ଦ୍ର ସାହୁ , ସହକାରୀ ନିର୍ବାହୀ ଯନ୍ତ୍ରୀ ଭାରତୀ ସିଂ , ସହକାରୀ ଯନ୍ତ୍ରୀ ଶ୍ରୀ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ , କନିଷ୍ଠ ଯନ୍ତ୍ରୀ ଶ୍ରୀ ରମେଶ ସାହୁ ଓ ବିଦ୍ୟାଳୟ ପ୍ରଧାନଶିକ୍ଷକ’ଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031