Legatus

ଗଜପତି: ଜାତୀୟ ଯୁବ ଦିବସ ପାଳନ ଅବସରରେ ବିନୋଦିନୀ କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଜାତୀୟ ଯୁବ ଦିବସ ପାଳନ ଅବସରରେ ବିନୋଦିନୀ କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

January 12
19:50 2024

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୨/୧: ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ ଅନ୍ତର୍ଗତ ପଦ୍ମପୁର ସ୍ଥିତ ବିନୋଦିନୀ କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟ ଓ ନେହେରୁ ଯୁବ କେନ୍ଦ୍ର ମିଳିତ ପକ୍ଷରୁ ଆଜି ଜାତୀୟ ଯୁବ ଦିବସ ପାଳନ ଅବସରରେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ପ୍ରଥମେ ସଡ଼କ ସୁରକ୍ଷା ଉପରେ ମହାବିଦ୍ୟାଳୟ ପରିସରରୁ ଏକ ସଚେତନତା ଶୋଭାଯାତ୍ରା ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ପରିକ୍ରମା କରିଥିଲା ।
ପରେ ରାଣୀପେଣ୍ଠ ଛକ ଠାରେ ଶତାଧିକ ଛାତ୍ରଛାତ୍ରୀ ଓ ଅଧ୍ୟାପକ କର୍ମଚାରୀ ଯିବା ଆସିବା କରୁଥିବା ଲୋକମାନଙ୍କୁ ଟ୍ରାଫିକ ନିୟମ ମାନିବାକୁ ଏବଂ ହେଲମେଟ ପିନ୍ଧିବା ଉପରେ ସଚେତନତା ପତ୍ର ଦେଇ ସଚେତନ କରାଇଥିଲେ ।
ପରେ ଛାତ୍ରଛାତ୍ରୀ ଓ ଅଧ୍ୟାପିକା ମାନେ ଯୁବ ରେଡକ୍ରସ ସଂଜୋଜିକା ଶ୍ରୀମତୀ କଳ୍ପନା ପଣ୍ଡାଙ୍କ ନେତୃତ୍ୱରେ ପଦ୍ମପୁର ଠାରେ ଥିବା ଅଙ୍ଗନବାଡି କେନ୍ଦ୍ରକୁ ଯାଇ ସେଠାରେ ଅଙ୍ଗନବାଡି କର୍ମୀ ମାନଙ୍କୁ ବିଶ୍ଵ ବିଜୟୀ ସ୍ଵାମୀ ବିବେକାନନ୍ଦଙ୍କ ବାଣୀ ଓ ଯୁବ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ କହି ସଚେତନ କରାଇଥିଲେ ।
ଏହି ଅବସରରେ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଜାତୀୟ ଯୁବ ଦିବସ କାର୍ଯ୍ୟକ୍ରମ , ଜିଲ୍ଲା ନେହେରୁ ଯୁବ କେନ୍ଦ୍ର\’ର ମିଳିତ ସହଯୋଗରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ।
ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡ଼ଃ ପ୍ରିୟବ୍ରତ ଶତପଥି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ଵାମୀ ବିବେକାନନ୍ଦଙ୍କ ଜୀବନୀ ଆଲୋଚନା କରି ସ୍ଵାମୀ ବିବେକା ନନ୍ଦ ଥିଲେ ଯୁବ ସମାଜ ପାଇଁ ଜଣେ ରୋଲ ମଡେଲ ଏବଂ ପ୍ରେରଣାର ଉତ୍ସ । ତାଙ୍କ ପ୍ରେରଣା , ଚେତନା ଓ ଆଦର୍ଶରେ ସମସ୍ତେ ଅନୁପ୍ରାଣିତ ହୋଇ ଆଗକୁ ବଢିବା ପାଇଁ ମାର୍ଗଦର୍ଶନ କରିବା ସହ ଜଣେ ଭଲ ମଣିଷ ହୋଇ ସମାଜରେ ନିଜର ପରିଚୟ ସୃଷ୍ଟି କରିବାରେ ବ୍ରତୀ ହେବାକୁ ଆହ୍ବାନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଗଜପତି ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ସାଗର ରାଜେନ୍ଦ୍ର ପାତ୍ର , ବିନୋଦିନୀ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ରବେନ୍ଦ୍ର ପାଣିଗ୍ରାହୀ , ଅଧ୍ୟାପକ ଶ୍ରୀ ବିନୋଦ ଚନ୍ଦ୍ର ରଥ , ଯୁବ ରେଡକ୍ରସ୍ ସଂଯୋଜୀକା ଶ୍ରୀମତୀ କଳ୍ପନା ପଣ୍ଡା ଏବଂ ଜିଲ୍ଲା ନେହେରୁ ଯୁବ କେନ୍ଦ୍ରର ଶ୍ରୀ ଏ: ମହେଶ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ଯୁବ ଦିବସ ପାଳନର ଆଭିମୁଖ୍ୟ ଏବଂ ଦେଶ ଗଠନରେ ଯୁବ ସମାଜର ଭୂମିକା ସମ୍ପର୍କରେ କହିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀ ମନୋଜ କୁମାର ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଏହାକୁ ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ବିନୋଦ ଚନ୍ଦ୍ର ରଥ , ଅଧ୍ୟାପକ ଶ୍ରୀ ସୀତାରାମ ପ୍ରଧାନ , ଯୁବ ରେଡକ୍ରସ୍ ସଞ୍ଜୋଜିକା କଳ୍ପନା ପଣ୍ଡା , କର୍ମଚାରୀ ପ୍ରଭାକର ପାତ୍ର ଏବଂ ନେହେରୁ ଯୁବ କେନ୍ଦ୍ରର ସ୍ୱେଚ୍ଛାସେବୀ ଗଣ ଯଥା:- ଏ: ମହେଶ , ଭି: ଭବାନୀ , ଏସ: ପ୍ରବୀଣ କୁମାର ଏବଂ ଏସ: ଜଗପତି ବାବୁ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31