Indus Valley Times

ଗଜପତି : ଜିଲ୍ଲାସ୍ତରୀୟ ଶ୍ରୀ ଜୟଦେବ ଜୟନ୍ତୀ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି : ଜିଲ୍ଲାସ୍ତରୀୟ ଶ୍ରୀ ଜୟଦେବ ଜୟନ୍ତୀ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି : ଜିଲ୍ଲାସ୍ତରୀୟ ଶ୍ରୀ ଜୟଦେବ ଜୟନ୍ତୀ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ
May 04
08:19 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୪/୫ : ଗୀତ ଗୋବିନ୍ଦ ମହାକାବ୍ୟର ସ୍ରଷ୍ଠା ତଥା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରତି ସମର୍ପିତ ପ୍ରାଣ କବି ଶ୍ରୀ ଜୟଦେବଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ଉତ୍ସବ , ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଗ୍ରାମିଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲା ପ୍ରଶାସନର ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଆୟୋଜିତ ଏକ ସାଧାରଣ ସଭା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡାଙ୍କ ସଭାପତିତ୍ୱରେ ଜିଲ୍ଲା ଆରାକ୍ଷୀ ଅଧିକ୍ଷକ ଶ୍ରୀ ଜୟରାମ ଶତପଥୀ ଏବଂ ଉତ୍କଳ ସମ୍ମିଳନୀର ରାଜ୍ୟ ଉପସଭାପତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ମହାକବି ଶ୍ରୀ ଜୟଦେବଙ୍କ ଜନ୍ମ ବୃତ୍ତାନ୍ତ ଓ ସେ କିଭଳି ଓଡ଼ିଆ ଜନଜୀବନକୁ ଭାବ , ଭକ୍ତି ଓ ଜ୍ଞାନ ମାର୍ଗରେ ପ୍ରଭାବିତ କରି ଯାଇଛନ୍ତି ସେ ସମ୍ପର୍କରେ ଆଲୋଚନା କରିଥିଲେ ।
ଶ୍ରୀ ଜୟଦେବଙ୍କ ଗୀତ ଗୋବିନ୍ଦ ଏକ କ୍ଷୁଦ୍ର କାବ୍ୟ ଯାହାକି , ମାତ୍ର ୭୨ ଟି ଶ୍ଳୋକକୁ ନେଇ ରଚିତ, ହେଲେ ମଧ୍ୟ ଏହି କ୍ଷୁଦ୍ର କାବ୍ୟଟି ମହାକାବ୍ୟର ମାନ୍ୟତା ପ୍ରାପ୍ତ କରିଛି ଏବଂ ଏହି କାଵ୍ୟତାକୁ ଅନୁଭବ କରି ବିଶ୍ବର ବିଭିନ୍ନ ଦେଶରେ ବିଭିନ୍ନ ଭାଷାରେ ଏହାର ଅନୁବାଦ କରାଯାଇଛି ।
ସାମ୍ପ୍ରତିକ ଯୁଗରେ ଆମେ ଯେଉଁ ଓଡ଼ିଆ ଜାତିର ପରିଚୟ ପାଇଛେ , ସେ ପୁରୁଣା ସ୍ମୃତି ସବୁ ଶ୍ରୀ ଜୟଦେବଙ୍କ ଜୀବନୀ ଓ ଲେଖନୀରୁ ଆଦୃତ ।
ମହାନ ପରମ୍ପରା ଓ ଜଗନ୍ନାଥ ସଂସ୍କୃତିର ଯିଏ ପରିଚାୟକ ଥିଲେ ସେ ହେଉଛନ୍ତି ମହାକବି ଶ୍ରୀ ଜୟଦେବ ।
ମହାକବି ଜୟଦେବଙ୍କ ରଚିତ ଗୀତଗୋବିନ୍ଦକୁ ଅନୁକରଣ କରି କୁଚିପୁଡ଼ି , ଭାରତନାଟ୍ୟମ ସମେତ ଦକ୍ଷୀନ ଓଡିଶାର ସମସ୍ତ ଲୋକକଳା ହୋଇଛି ।
ରାଜା ରାଜୁଡା ମାନେ ସମସ୍ତେ କଲା , ସାହିତ୍ୟ ଓ ସଂସ୍କୃତି ଇତ୍ୟାଦିକୁ ବଞ୍ଚାଇ ରଖିଥିଲେ ପୃଷ୍ଠପୋଷକ ହୋଇ ।
ବର୍ତ୍ତମାନ ପିଢ଼ି ଆମ ଓଡ଼ିଆ କଳା , ଭାଷା ଓ ସାହିତ୍ୟ ସମେତ ଜଗନ୍ନାଥ ସଂସ୍କୃତି ଏବଂ ଜୟଦେବଙ୍କ ରଚିତ ମହାକାବ୍ୟ ଗୀତଗୋବିନ୍ଦ ପ୍ରଭୃତି ର କିଭଳି ପ୍ରଚାର ପ୍ରସାର ହୋଇ ପାରାଳାଖେମୁଣ୍ଡି ତାର କଳା ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ପୂର୍ବ ଗୌରବ ଫେରି ପାଇବ , ସେ ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ପାରଳା ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଶିକ୍ଷାବିତ ଆଚାର‌୍ୟ୍ୟ ବିନୋଦ ଚନ୍ଦ୍ର ଜେନା ଏବଂ ଡିଆଇପିଆରଓ: ଶ୍ରୀ ସ୍ଵରାଜ୍ୟ ଶିସା ପ୍ରମୁଖ ମଞ୍ଚଆସୀନ ରହି ଶ୍ରୀ ଜୟଦେବ ଓ ତାଙ୍କ ଗୀତାଗୋବିନ୍ଦ ମହାକାବ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।
ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଦେଇ ପୁରସ୍କୃତ କରିଥିଲେ ।
କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ସଂଯୋଜନା କରିବା ସହ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସ୍ୱରାଜ୍ୟ କୁମାର ଶିସା ପରିଚାଳନା କରିଥିବା ବେଳେ ଉଭୟ ବିଭାଗୀୟ କର୍ମଚାରୀ ଦ୍ବୟ ଶ୍ରୀ ନରସିଂହ ବ୍ରଜବନ୍ଧୁ ଓ ଶ୍ରୀ ଦିଲୀପ କୁମାର ରଥ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031