Indus Valley Times

ଗଜପତି: ଜିଲ୍ଲାସ୍ତରୀୟ ୭୭ ତମ ସ୍ବାଧିନତା ଦିବସ ସମାରୋହ ଅନୁଷ୍ଠିତ

 Breaking News

ଗଜପତି: ଜିଲ୍ଲାସ୍ତରୀୟ ୭୭ ତମ ସ୍ବାଧିନତା ଦିବସ ସମାରୋହ ଅନୁଷ୍ଠିତ

ଗଜପତି: ଜିଲ୍ଲାସ୍ତରୀୟ ୭୭ ତମ ସ୍ବାଧିନତା ଦିବସ ସମାରୋହ ଅନୁଷ୍ଠିତ
August 16
12:38 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୬/୮: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଆଜି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ୭୭ତମ ସ୍ବାଧିନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି ।
ଏହି ସମାରୋହ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ ।
ଏହି ଅବସରରେ ଉପସ୍ଥିତ ଥିବା ସମବେତ ଜନସାଧାରଣଙ୍କୁ ଉଦବୋଧନରେ ପ୍ରଥମେ ପ୍ରାକୃତିକ ସୌନ୍ଦର‌୍ୟ୍ୟ ଭରା ଓ ଅନନ୍ୟ ସାଂସ୍କୃତିକ ବିଭବ ବିମଣ୍ଡିତ ଗଜପତି ଜିଲ୍ଲାର ପୁଣ୍ୟ ଭୂମୀକୁ ସାଦର୍ ପ୍ରଣାମ ଜଣାଇବା ସହ ୭୭ ତମ ସ୍ବାଧିନତା ଦିବସ ପାଳନ ଅବସରରେ ଜିଲ୍ଲାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ ।
ସେହିଭଳି ଏହି ମାଟିର ସୁଯୋଗ୍ୟ ସନ୍ତାନ ତଥା ନବ ଉତ୍କଳର ନିର୍ମାତା ତଥା ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି\’ଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
କଳା , ସାହିତ୍ୟ , ସଂସ୍କୃତି ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ଆଦିଭୂମି ତଥା ଉତ୍କଳର ଅନ୍ୟତମ ପୁଣ୍ୟପିଠ ହେଉଛି , ଏହି ଗଜପତି ।
ଏହି ଐତିହାସିକ ସମ୍ପନ୍ନ ଅଞ୍ଚଳକୁ ଏକ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ଦେବା ସହ ଏହାର ଉନ୍ନତି ପାଇଁ ଓଡ଼ିଶାର ବରପୁତ୍ର ତଥା ପ୍ରବାଦପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଅଶେଷ ଅବଦାନ ଥିଲା ।
ଦୀର୍ଘ ୨୦୦ ବର୍ଷ ଧରି ସଂଗ୍ରାମ କରିବା ପରେ ଆମେ ଏହି ପବିତ୍ର ଦିନ ଫେରି ପାଇଛୁ । ଗାନ୍ଧିଜୀଙ୍କ ସତ୍ୟାଗ୍ରହ ଏବଂ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ସ୍ଲୋଗାନ ଯୋଗୁଁ ଆମେ ସ୍ୱାଧୀନ ହୋଇଥିଲୁ । ଅନ୍ୟପକ୍ଷରେ ଏହା ସମ୍ଭବ ହୋଇଛି , ଭାରତମାତାର ଅନେକ ସୁଯୋଗ୍ୟ ସନ୍ତାନ ତଥା ସ୍ବାଧିନତା ସଂଗ୍ରାମୀ ମାନଙ୍କ ଆତ୍ମବଳୀ ଯୋଗୁଁ ।
ଆଦିବାସୀ ବହୁଳ ଗଜପତି ଜିଲ୍ଲାରେ ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି , ଏହି ପବିତ୍ର ଦିବସରେ ସମସ୍ତେ ଦେଶ ମାତୃକାର ସେବା ପାଇଁ ଶପଥ ନେବା ଏବଂ ସେବା , ତ୍ୟାଗ ଓ ବୀରତ୍ବର ମନ୍ତ୍ରରେ ଦୀକ୍ଷିତ ହୋଇ ଦେଶର ସ୍ବାଧିନତା ଓ ଅଖଣ୍ଡତା କୁ ବଜାୟ ରଖିବା ସହ ଜାତି , ଧର୍ମ , ବର୍ଣ୍ଣ ଏବଂ ସମ୍ପ୍ରଦାୟକୁ ସମ୍ମାନ ଦେବା ଏବଂ ଜିଲ୍ଲାକୁ ପ୍ରଗତି ପଥରେ ଆଗେଇ ନେବାପାଇଁ ସଂକଳ୍ପ ବଦ୍ଧ ହେବା ବୋଲି କହିଥିଲେ ।
ଏହି ଅବସରରେ ଏହି କାର୍ଯ୍ୟକ୍ରମରେ ମୋଟ ୨୫ ଟି ପ୍ୟାରେଡ ଦଳ ଅଂଶଗ୍ରହଣ କରିଥିଲେ । ଏହି ସମସ୍ତ ପ୍ୟାରେଡ କାର୍ଯ୍ୟକ୍ରମକୁ ଆରଆଇ: ଶ୍ରୀ ସତ୍ୟକାନ୍ତ ମନୋରଞ୍ଜନ ଜେନା ଏବଂ ସେକେଣ୍ଡ ଇନ କମାଣ୍ଡର ଶ୍ରୀ ଅଶୋକ କୁମାର ପରିଚାଳନା କରିଥିଲେ ।
ଏହି ଅବସରରେ ବିଭିନ୍ନ ସ୍କୁଲ , କଲେଜ ଏବଂ ସାଂସ୍କୃତିକ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା ଏବଂ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଏବଂ ବିଭିନ୍ନ କ୍ଷେତ୍ରରେ ଜିଲ୍ଲାରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ମୁଖ୍ୟଅତିଥି ପୁରସ୍କାର ଓ ମାନପତ୍ର ବଣ୍ଟନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଏସପି: ସ୍ଵାତୀ ଏସ: କୁମାର , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ , ଏଡିଏମ: ଶ୍ରୀ ବିରେନ୍ଦ୍ର କୁମାର ଦାସ , ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଗୁଣନିଧି ନାୟକ , ଆଇଟିଡିଏ: ପ୍ରକଳ୍ପ ପ୍ରଶାସକ ଶ୍ରୀ ଫାଲଗୁନି ମାଝୀ , ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନଙ୍କ ସମେତ ବହୁ ସଂଖ୍ୟାରେ ପୋଲିସ ଅଧିକାରୀ ଓ ପ୍ରଶାସନିକ ଅଧିକାରୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031