Indus Valley Times

ଗଜପତି : ଜିଲ୍ଲା ଶିଶୁ କଲ୍ୟାଣ ସମିତିରେ ଅଧ୍ୟକ୍ଷା ଓ ସଭ୍ୟସଭ୍ୟା ପଦବୀ ଚୟନରେ ଜିଲ୍ଲାବାସୀଙ୍କୁ ଉପେକ୍ଷା କରା ଯାଇଥିବା ଅଭିଯୋଗ

 Breaking News

ଗଜପତି : ଜିଲ୍ଲା ଶିଶୁ କଲ୍ୟାଣ ସମିତିରେ ଅଧ୍ୟକ୍ଷା ଓ ସଭ୍ୟସଭ୍ୟା ପଦବୀ ଚୟନରେ ଜିଲ୍ଲାବାସୀଙ୍କୁ ଉପେକ୍ଷା କରା ଯାଇଥିବା ଅଭିଯୋଗ

ଗଜପତି : ଜିଲ୍ଲା ଶିଶୁ କଲ୍ୟାଣ ସମିତିରେ ଅଧ୍ୟକ୍ଷା ଓ ସଭ୍ୟସଭ୍ୟା ପଦବୀ ଚୟନରେ ଜିଲ୍ଲାବାସୀଙ୍କୁ ଉପେକ୍ଷା କରା ଯାଇଥିବା ଅଭିଯୋଗ
December 14
10:08 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୪/୧୨: ଗଜପତି ଜିଲ୍ଲା ଶିଶୁ କଲ୍ୟାଣ ସମିତିରେ ଅଧ୍ୟକ୍ଷ ଓ ସଭ୍ୟସଭ୍ୟା ପଦବୀ ଚୟନ ଓ ନିଯୁକ୍ତି ପ୍ରକ୍ରିୟାରେ ଚଞ୍ଚକତା କରାଯାଇ ଜିଲ୍ଲାବାସୀଙ୍କ ପ୍ରତି ଘୋର ଅନ୍ୟାୟ , ଉପେକ୍ଷା ଓ ଅବହେଳା କରା ଯାଇଛି ବୋଲି ଜିଲ୍ଲାର ଆଶାୟୀ ପ୍ରାର୍ଥୀ ଓ ପାରଳାଖେମୁଣ୍ଡି ସହରର ବୁଦ୍ଧିଜୀବୀ ମାନେ ଅଭିଯୋଗ କରିଛନ୍ତି ।
ଏମାନେ ଏଭଳି ଚଞ୍ଚକତା ହୋଇଥିବା ବିରୋଧରେ ଗଜପତି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଅଭିଯୋଗ ଦାବିପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ନାୟକଙ୍କୁ ପ୍ରଦାନ କରିଛନ୍ତି ।
ଅଭିଯୋଗ କାରୀ ମାନଙ୍କ ପକ୍ଷରୁ ଆଇନଜୀବୀ ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ ଅଭିଯୋଗ କରି କହିଛନ୍ତି ଯେ , ଗତ ୮/୧୨/୨୦୨୨ ତାରିଖ ଦିନ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ-କଲ୍ୟାଣ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଯେଉଁଥିରେ ଗଜପତି ଜିଲ୍ଲା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ସେହି ଜିଲ୍ଲାବାସୀଙ୍କୁ ହିଁ ସମ୍ପୃକ୍ତ ଜିଲ୍ଲାର ଶିଶୁ କଲ୍ୟାଣ ସମିତି\’ରେ କାର୍ଯ୍ୟ କରିବା ପାଇଁ ମନୋନିତ କରା ଯାଇଅଛି ।
ପ୍ରକାଶ ଥାଉ କି ଗତ ୨୫/୮/୨୦୨୨ ତାରିଖ ଦିନ ଗଜପତି ଜିଲ୍ଲାର ଆବେଦନ କାରୀଙ୍କ ସାର୍ଟିଫିକେଟ ଯାଞ୍ଚ କରାଗଲା ପୁଣି ଗତ ୧/୧୦/୨୦୨୨ ଦିନ ଭୁବନେଶ୍ବର ସ୍ଥିତ ମିଶନ ଶକ୍ତି ଭବନକୁ ଗଜପତି ଜିଲ୍ଲାର ଆବେଦନ କାରୀଙ୍କୁ ଡକା ଯାଇଥିଲା ।
ଉକ୍ତ ଦୁଇ ଦିନ ଯେଉଁମାନେ ସମ୍ପ୍ରତି ଗଜପତି ଜିଲ୍ଲାର ଶିଶୁ କଲ୍ୟାଣ ସମିତିରେ ନୂତନ ଭାବେ ମନୋନୀତ ହୋଇଛନ୍ତି , ସେମାନେ ଉପସ୍ଥିତ ନ ଥିଲେ ।
ତେଣୁ ପ୍ରଶ୍ନ ଉଠୁଛି ଯେ , ସାର୍ଟିଫିକେଟ ଯାଞ୍ଚ ହୋଇ , ପୁଣି ସାକ୍ଷାତକାରରେ ଯୋଗ ଦେଇଥିବା ଗଜପତି ଜିଲ୍ଲାର ପ୍ରାର୍ଥୀ ମାନଙ୍କୁ ନିଯୁକ୍ତି ନ ଦେବା ଏକ ଆଶ୍ଚର‌୍ୟ୍ୟର ବିଷୟ । ତେଣୁ କୌଣସି ନା କୌଣସି କ୍ଷେତ୍ରରେ ଗଜପତି ଜିଲ୍ଲା ଆବେଦନ କାରୀଙ୍କ ପାଇଁ ଷଡଯନ୍ତ୍ର କରା ଯାଇଥିବା ଆଜିର ଜିଲ୍ଲା ପ୍ରଶାସନଙ୍କ ଦ୍ବାରସ୍ଥ ହୋଇଥିବା ଆବେଦନ କାରୀ ଓ ବୁଦ୍ଧିଜୀବି ମାନେ ଦୁଖ ପ୍ରକାଶ କରିବା ସହିତ ତୀବ୍ର ନିନ୍ଦା କରି ଲିଖିତ ଭାବେ ଅଭିଯୋଗ କରି ଜଣାଇଛନ୍ତି ।
ଏମାନେ ହେଲେ ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ , ବିନୋଦ ଚନ୍ଦ୍ର ଜେନା , ନାଗେଶ୍ବର ଚୌଧୁରୀ , ଭାଗବତ ପାଢୀ , ଆଶାଲତା ପାଣିଗ୍ରାହୀ , ଗୌରୀ ଦେବୀ , ହରିଶ୍ଚନ୍ଦ୍ର ନାୟକ , ଲିଙ୍ଗରାଜ ପାଣିଗ୍ରାହୀ , ଜଗଦୀଶ ଚନ୍ଦ୍ର ମହାପାତ୍ର , ସୁରେଶ ଦାସ ପ୍ରମୁଖ ।
ଏହି ନୂତନ ନିଯୁକ୍ତିକୁ ସଂପୂର୍ଣ୍ଣ ରୂପେ ବାତିଲ କରାଇବା ପାଇଁ ଜିଲ୍ଲାପାଳ ମହୋଦୟଙ୍କୁ ନିବେଦନ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031