Indus Valley Times

ବାଲିଗୁଡା ମା’ ପାଟଖଣ୍ଡା ଠିକାଦାର ସଂଘର ବୈଠକ

 Breaking News

ବାଲିଗୁଡା ମା’ ପାଟଖଣ୍ଡା ଠିକାଦାର ସଂଘର ବୈଠକ

ବାଲିଗୁଡା ମା’ ପାଟଖଣ୍ଡା ଠିକାଦାର ସଂଘର ବୈଠକ
March 13
22:52 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୩/୩ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ମା ପାଟଖଣ୍ଡା ଠିକାଦାର ସଂଘ ର ଏକ ବୈଠକ ସଭାପତି ସ୍ଵପ୍ନେଶ୍ଵର ସାହୁ ଙ୍କ ଅଧ୍ୟକ୍ଷତା ରେ ସ୍ଥାନୀୟ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ଠିକାଦାର ମାନଙ୍କ ବିଭିନ୍ନ ଠିକା କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଛି । କନ୍ଧମାଳ ଜିଲ୍ଲା ବିଭିନ୍ନ ସରକାରୀ କାର୍ଯ୍ୟ ଗୁଡିକ ରେ ଠିକା କାର୍ଯ୍ୟ ସଂଘ ର ଅନୁମତି ବିନା ଅନ୍ୟ ଜିଲ୍ଲା ଠିକାଦାର ମାନଙ୍କୁ ବାରଣ କରାଯାଇଛି । ଏଥିରେ ନୂତନ ସଦସ୍ୟ ଗ୍ରହଣ କରାଯିବା ସହିତ ପ୍ରତି ବ୍ଲକ ରୁ ତିନି ଜଣ ସଦସ୍ୟ କାର୍ଯ୍ୟକାରିଣୀ ରେ ସାମିଲ ପାଇଁ ନିଷ୍ପତି ଗ୍ରହଣ କରାଯାଇଛି ।
ଏଥି ସହିତ ଠିକାଦାର ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କ ରେ ଆଲୋଚନା କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ଦାରିଙ୍ଗବାଡି, କୋଟଗଡ, ତୁମୁଡିବନ୍ଧ, କ.ନୂଆଗାଁ ଏବଂ ବାଲିଗୁଡା ଅଞ୍ଚଳ ର ପ୍ରାୟ ୫୦ ରୁ ଊର୍ଧ୍ଵ ଠିକାଦାର ଯୋଗ ଦେଇଥିଲେ ।
ଏଥିରେ ସଙ୍ଘ ଉପସଭାପତି ପ୍ରଦୀପ କୁମାର ନାୟକ, ପ୍ରକାଶ ନାୟକ, ସାଧାରଣ ସମ୍ପାଦକ ରଞ୍ଜିତ କୁମାର ସାହୁ, କୋଷାଧ୍ୟକ୍ଷ ଅଭୟ କୁମାର ପାତ୍ର ସମେତ ଦିବାକର ବେହେରା, ଜିତୁ ପାତ୍ର, ସୁଜିତ ପାଳ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସରକାରୀ କ୍ୱାଟର ଗୁଡିକ ଭୁତକୋଠି ପାଲଟିଗଲାଣି : ମରାମତି ପାଇଁ ଦାବୀ
ବାଲିଗୁଡା, ୧୩/୩: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା କର୍ମଚାରୀ ଆବାସ ଗୁଡ଼ିକ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ।
ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ ଦିନ ଧରି ଏହି କ୍ୱାଟର ଗୁଡ଼ିକ ରକ୍ଷଣବେକ୍ଷଣ ଅଭାବରୁ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଶତାଧିକ କର୍ମଚାରୀ ରହିବା ପାଇଁ ଘର ନପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି ।
ସୂଚନା ଅନୁଯାୟୀ, ଏହି ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବର୍ତ୍ତମାନ ଡାକ୍ତର, ନର୍ସ, ଏନ.ଆର.ଏଚ.ଏମ. କର୍ମଚାରୀ, ଆଉଟସୋର୍ସିଂ ଷ୍ଟାଫ୍ ଏବଂ ସୁରକ୍ଷା କର୍ମୀଙ୍କୁ ମିଶାଇ ପ୍ରାୟ ୮୦ ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି ।
ସେହିପରି ଟିକାବାଲି ଅଧୀନରେ ଥିବା ଗାର୍ଡିଙ୍ଗିଆ, ପାବୁରିଆ ଓ ଗୁଟିଙ୍ଗିଆ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀଙ୍କୁ ମିଶାଇଲେ ଏହି ସଂଖ୍ୟା ୧୨୦ ରୁ ଉର୍ଦ୍ଧ୍ୱ ହେବ ।
ଏତେ ସଂଖ୍ୟକ କର୍ମଚାରୀଙ୍କ ପାଇଁ ସରକାରୀ ଆବାସର ଆବଶ୍ୟକତା ଥିବା ବେଳେ, ପରିସର ମଧ୍ୟରେ ଥିବା ପୁରୁଣା କ୍ୱାଟରଗୁଡ଼ିକ କାହିଁକି ମରାମତି କରାଯାଉ ନାହିଁ, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ରହିବା ପାଇଁ ଉପଯୁକ୍ତ ବ୍ୟବସ୍ଥା ନଥିବାରୁ ଅଧିକାଂଶ କର୍ମଚାରୀ ବାଧ୍ୟ ହୋଇ ବାହାରେ ମହଙ୍ଗା ଦରରେ ଭଡ଼ା ଘର ନେଇ ରହୁଛନ୍ତି ।
ଏହା ଦ୍ୱାରା ସେମାନେ ଆର୍ଥିକ ଶୋଷଣର ଶିକାର ହେବା ସହ ଜରୁରୀକାଳୀନ ସମୟରେ ତୁରନ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିବା କଷ୍ଟକର ହୋଇପଡୁଛି । ଫଳରେ ରୋଗୀ ସେବା ମଧ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ରହୁଛି । ଏହି ଅବ୍ୟବହୃତ କୋଠାଗୁଡ଼ିକର କାନ୍ଥ ଓ ଛାତର ପ୍ଲାଷ୍ଟର ଖସିଲାଣି, କବାଟ ଝରକା ଭାଙ୍ଗି ନଷ୍ଟ ହେବାକୁ ବସିଲାଣି ।
୧୦ରୁ ଉର୍ଦ୍ଧ ଦିନ ଧରି ବ୍ୟବହାର ନହେବା ଫଳରେ ଏହା ସାପ ଓ ଅନ୍ୟାନ୍ୟ ବିଷଧର ଜୀବଜନ୍ତୁଙ୍କ ବାସସ୍ଥଳୀ ପାଲଟିଗଲାଣି । ସ୍ୱାସ୍ଥ୍ୟ କେନ୍ଦ୍ର ପରି ପରିଷ୍କାର ପରିଚ୍ଛନ୍ନ ସ୍ଥାନରେ ଏହି ଜରାଜୀର୍ଣ୍ଣ କୋଠାଗୁଡ଼ିକ କେବଳ ପରିବେଶ ନଷ୍ଟ କରୁନାହିଁ, ବରଂ ଏହା ଯେକୌଣସି ମୁହୂର୍ତ୍ତରେ ଭୁଶୁଡ଼ି ପଡ଼ିବାର ବିପଦ ମଧ୍ୟ ସୃଷ୍ଟି କରୁଛି ।
ସରକାର ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକର ଭିତ୍ତିଭୂମି ବିକାଶ ଓ ରୂପାନ୍ତରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ଟିକାବାଲିର ଏହି ଗମ୍ଭୀର ସମସ୍ୟା କିଭଳି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆସୁନାହିଁ, ତାହା ଆଶ୍ଚର୍ଯ୍ୟଜନକ ।
୧୨୦ ରୁ ଅଧିକ କର୍ମଚାରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ପରିତ୍ୟକ୍ତ କ୍ୱାଟରଗୁଡ଼ିକୁ ତୁରନ୍ତ ନବୀକରଣ କରାଯିବା କିମ୍ବା ସେଠାରେ ନୂତନ କର୍ମଚାରୀ ଆବାସ ନିର୍ମାଣ କରିବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ଓ କର୍ମଚାରୀ ମହଲରେ ଦାବି ଜୋର ଧରିଛି ।
ଘରୋଇ ଗ୍ୟାସ ବୁକିଂ ହେଉନି : ଲୋକେ ଚିନ୍ତାରେ : କମର୍ସିଆଲ ଗ୍ୟାସ ସଙ୍କଟ ହୋଟେଲ ଉପରେ ପ୍ରଭାବ
ବାଲିଗୁଡା, ୧୩/୩ : ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଲାଗିବା କାରଣରୁ ବାଲିଗୁଡାରେ ୩ ଦିନ ହେଲା ଘରୋଇ ଓ କର୍ମସିଆଲ ଗ୍ୟାସ ସଙ୍କଟ ଘନେଇଛି। ହୋଟେଲ ଓ ବଡ଼ବଡ଼ ରେଷ୍ଟୁରାଣ୍ଟକୁ କର୍ମସିଆଲ ଗ୍ୟାସ ଦୁଇଦିନ ହେଲା ଯୋଗାଯାଉନାହିଁ। ଯାହାଫଳରେ ସେମାନଙ୍କ ନିକଟରେ ଗଚ୍ଛିତ ଥିବା ଗ୍ୟାସ ଯେକୌଣସି ମୁହୂର୍ତ୍ତରେ ସରିଗଲେ ହୋଟେଲ ବନ୍ଦ ହେବାର ଆଶଙ୍କା କରାଯାଉଛି। ସେହିପରି ଘରୋଇ ଗ୍ୟାସ ବୁକିଂ ମଧ୍ୟ ସହଜରେ ହେଉନାହିଁ । ଗ୍ୟାସ ନେବାର ୨୫ ଦିନ ପରେ ପରବର୍ତ୍ତୀ ଗ୍ୟାସ ପାଇବା ପାଇଁ ବୁକିଂ କରିବା ପାଇଁ ବର୍ତ୍ତମାନ ସରକାର ଏବେ ବ୍ୟବସ୍ଥା କରିଛନ୍ତି।
ହେଲେ ୩ଦିନ ହେଲା ଅଧିକାଂଶ ଗ୍ରାହକ ଗ୍ୟାସ ବୁକିଂ ପାଇଁ ପ୍ରୟାସ କରିବା ସତ୍ତ୍ବେ ଅନଲାଇନରେ ବୁକିଂ ହେଉନାହିଁ। ଯାହାକୁ ନେଇ ଘରୋଇ ଲୋକେ ବେଶ୍ ଚିନ୍ତାରେ ରହିଛନ୍ତି ।
ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ଆଳ କରି ଗ୍ୟାସ ଯୋଗାଉଥିବା କିଛି ବ୍ୟକ୍ତି ମଧ୍ୟ କଳାବଜାରୀ କରିବା ଆରମ୍ଭ କଲେଣି। ଗ୍ୟାସର ଚୋରି ଓ ମାତ୍ରାଧିକ ମୂଲ୍ୟରେ କଳାବଜାରି କରିବା ଅଭିଯୋଗ ଉଠୁଛି।
ସାଧାରଣ ଘରୋଇ ଲୋକଟିଏ ଗ୍ୟାସ ପାଇବା ନିମନ୍ତେ ବୁକିଂ ପରେ ବେଶ୍ ସପ୍ତାହେ ପର୍ଯ୍ୟନ୍ତ ଅପେକ୍ଷା କରୁଥିବା ବେଳେ ବର୍ତ୍ତମାନ ଗ୍ୟାସ ପ୍ରଦାନରେ ବ୍ୟାପକ ହେରାଫେରି ହେଉଛି ।
ଘରୋଇ ଗ୍ୟାସର ମୂଲ୍ୟ ୬୦ଟଙ୍କା ସିଲିଣ୍ଡର ପିଛା ବୃଦ୍ଧି ପାଇବା ପରଠାରୁ ସହରରେ ଗ୍ୟାସ ଯୋଗାଣରେ ବିଳମ୍ବ ହେଉଛି। ପୂର୍ବରୁ ବୁକିଂର ୪୮ ଘଣ୍ଟା ମଧ୍ୟରେ ଗ୍ୟାସ ଆସୁଥିଲା।
ହେଲେ ଏବେ ଘରୋଇ ହିତାଧିକାରୀ ସହଜରେ ଗ୍ୟାସଟି ପାଇପାରୁନାହିଁ । ଏ ସଂକ୍ରାନ୍ତରେ ଜିଲ୍ଲା ଯୋଗାଣ ଅଧିକାରୀ ସୁଗୁଡା ମୁର୍ମୁ ଙ୍କୁ ପଚାରିବାରେ ଜିଲ୍ଲାରେ ପର୍ଯ୍ୟାପ୍ତ ଘରୋଇ ଗ୍ୟାସ ରହିଛି।
ଗ୍ୟାସ ର ଅଭାବ ନାହିଁ, କିନ୍ତୁ ସମଗ୍ର ଜିଲ୍ଲାରେ ଯେତିକି ପରିମାଣରେ ଗ୍ୟାସ ମହଜୁଦ ରହିବା କଥା ସେହି ପରିମାଣରେ ଗ୍ୟାସ ମହଜୁଦ ନାହିଁ, ଏଣୁ ଖାଉଟି ଦେଖି ଚାହିଁ ଗ୍ୟାସ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ।
ସର୍ଭର ଡାଉନ ଯୋଗୁଁ ଅସୁବିଧା ହେଉଛି । ତେବେ ବିଭାଗ ପକ୍ଷରୁ ସେ ଏଥିପ୍ରତି ଦୃଷ୍ଟିଦେବେ ବୋଲି କହିଛନ୍ତି। ସେପଟେ ସ୍ଥାନୀୟ ଇଣ୍ଡେନ ଗ୍ୟାସ ର ବିତରକ ରାହାସ ପଣ୍ଡା କହିଛନ୍ତି ଯେ, ବର୍ତ୍ତମାନ ସର୍ଭର ଡାଉନ ରହୁଛି, ଏଣୁ ବୁକିଂ ହୋଇପାରୁନି, ଦିନେ ଦୁଇଦିନ ମଧ୍ୟରେ ସମାଧାନ ହୋଇଯିବ, ଆମ ପାଖରେ ଗ୍ୟାସ ମହଜୁଦ ଅଛି, ଖାଉଟି ବିଚଳିତ ନ ହେବା ପାଇଁ ଅନୁରୋଧ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031