Indus Valley Times

ଗଜପତି : ଡା. ନରସିଂହ ଚରତୀଙ୍କୁ “ନାରୀ ସମ୍ମାନ-୨୦୨୨” କାର୍ଯ୍ୟକ୍ରମ’ରେ “ୱାର୍ଲଡ ବୁକ ଅଫ ରେକର୍ଡ” ମାନପତ୍ର ଓ ମେଡାଲ ପ୍ରଦାନ

 Breaking News

ଗଜପତି : ଡା. ନରସିଂହ ଚରତୀଙ୍କୁ “ନାରୀ ସମ୍ମାନ-୨୦୨୨” କାର୍ଯ୍ୟକ୍ରମ’ରେ “ୱାର୍ଲଡ ବୁକ ଅଫ ରେକର୍ଡ” ମାନପତ୍ର ଓ ମେଡାଲ ପ୍ରଦାନ

ଗଜପତି : ଡା. ନରସିଂହ ଚରତୀଙ୍କୁ “ନାରୀ ସମ୍ମାନ-୨୦୨୨” କାର୍ଯ୍ୟକ୍ରମ’ରେ “ୱାର୍ଲଡ ବୁକ ଅଫ ରେକର୍ଡ” ମାନପତ୍ର ଓ ମେଡାଲ ପ୍ରଦାନ
March 22
19:08 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୨/୩:ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦ ସ୍ଥିତ ବିଦ୍ୟା-ଭବନ ଠାରେ ହୋଲିଷ୍ଟିକ ମେଡ଼ିସିନ ରିସର୍ଚ୍ଚ ଫାଉଣ୍ଡେସନ ଆନୁକୂଲ୍ୟରେ ଆୟୋଜିତ “ନାରୀ ସମ୍ମାନ-୨୦୨୨” ସମ୍ପର୍କିତ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ୱାର୍ଲଡ ବୁକ ଅଫ ରେକର୍ଡ , ଯୁନାଇଟେଡ଼ କିଙ୍ଗଡମ , ଲଣ୍ଡନ ଦ୍ୱାରା ଡା: ନରସିଂହ ପ୍ରସାଦ ଚରତିଙ୍କୁ ୱାର୍ଲଡ ବୁକ ଅଫ ରେକର୍ଡ ମାନପତ୍ର ସହ ମେଡାଲ ପ୍ରଦାନ କରାଯାଇଛି ।
ଡା: ଚରତୀ ଜଣେ ବିକଳ୍ପ ଔଷଧ ଅଭ୍ୟାସକାରୀ । ହାଇଦ୍ରାବାଦ ସ୍ଥିତ ଭାରତୀୟ ବିଦ୍ୟା ଭବନର ଅଡିଟୋରିୟମ ହଲ ଠାରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମ ରେ ଡା: ଚରତିଙ୍କୁ ଏହି ସର୍ବୋତ୍ତମ ମାନପତ୍ର ସହ ମେଡାଲ ପ୍ରଦାନ କର ଯାଇଥିଲା ।
ହୋଲିଷ୍ଟିକ ମେଡ଼ିସିନ ରିସର୍ଚ୍ଚ ଫାଉଣ୍ଡେସନର ସମସ୍ତ ସଦସ୍ୟ ୨୦୨୧ ବର୍ଷରେ ପ୍ରଫେସର ଡା: ଦୀପକ କୁମାର ରାଉତଙ୍କ ଅଧୀନରେ ସର୍ବାଧିକ ୨୭ ଟି ସ୍ବାସ୍ଥ୍ୟ ସମ୍ପର୍କିତ ଅନଲାଇନ ତଥା ଅଫଲାଇନ ସ୍ବାସ୍ଥ୍ୟ ଶିବିର ଗୁଡିକର ଆୟୋଜନ କରିଥିଲେ । ଏଥି ସହ ସେମାନେ ବିଶ୍ବବ୍ୟାପୀ ପାରମ୍ପରିକ ଔଷଧ ସବୁର ପ୍ରଚାର ପ୍ରସାର କରି ବିଶ୍ଵରେ ଏକ ଐତିହାସିକ ରେକର୍ଡ଼ ସୃଷ୍ଟି କରିବା କ୍ଷେତ୍ରରେ ବେଶ ସକ୍ଷମ ହୋଇ ପାରିଛନ୍ତି । ଏହି ନିମନ୍ତେ ଡା: ରାଉତ ଏବଂ ତାଙ୍କ ସହକର୍ମୀ ମାନଙ୍କ ଉତ୍କର୍ଷତା ପାଇଁ ମାର୍ଚ୍ଚ ୧୯ ତାରିଖ ଦିନ ଉକ୍ତ କାର୍ଯ୍ୟକ୍ରମରେ ୱାର୍ଲଡ ବୁକ ଅଫ ରେକର୍ଡ ଦ୍ଵାରା ସମ୍ମାନିତ କରାଯାଇଛି ।
ଏହି ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ନୋବେଲ ଶାନ୍ତି ପୁରସ୍କାର ପ୍ରାପ୍ତ ତଥା ଆନ୍ତର୍ଜାତୀୟ ଶାନ୍ତି ରାଷ୍ଟ୍ରଦୂତ ଡକ୍ଟର ମଧୁ କୃଷ୍ଣ ପଣ୍ଡିତ, ପ୍ରଶାନ୍ତ ଗାଇକ୍ୱାଡ (ବେଟି ବଚାଓ ବେଟି ପଢ଼ାଓ -ରାଷ୍ଟ୍ରଦୂତ , ଭାରତ ସରକାର , ବିଦୁଷୀ ତଥା କୃଷ୍ଣ ଭକ୍ତି ପ୍ରବଚିକା ଜୟକିଶୋରୀ ଦେବୀ , କୁଳଦୀପ ଦିଦି , ତେଲୁଗୁ ସିନେମା ଜଗତର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶଶୀ ପ୍ରୀତମ୍ , ସୁପ୍ରିମ କୋର୍ଟର ବିଶିଷ୍ଟ ଓକିଲ ବର ପ୍ରସାଦ ରାଓ ପ୍ରମୁଖ ଉପସ୍ଥିତ ଥିଲେ ।
ପରିଶେଷରେ , ସେଠାରେ ଅନୁଷ୍ଠିତ ସାଂସ୍କୃତିକ ସନ୍ଧ୍ୟାର ସଙ୍ଗୀତ କାର୍ଯ୍ୟକ୍ରମରେ ମଧ୍ୟ ଡା: ନରସିଂହ ପ୍ରସାଦ ଚରତି ଚିତ୍ତାକର୍ଷକ ଭାବେ ତବଲା ବାଦନ କରି ଉପସ୍ଥିତ ଥିବା ଦର୍ଶକ ମାନଙ୍କ ମନ ହରଣ କରି ନେଇଥିଲେ ।
ଏହି କାର୍ଯ୍ୟକ୍ରମରେ ମଧ୍ୟ ଡା: ଚରତିଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରା ଯାଇଥିଲା ।
ଏଭଳି ବିରଳ କୃତିତ୍ୱ ହାସଲ କରିଥିବା ଅବସରରେ ଡା: ଚରତୀ ପଲ୍ଲୀ ଗ୍ରାମରେ ଜନ ସାଧାରଣଙ୍କ ସ୍ବାସ୍ଥ୍ୟ ସାଧନ ନିମନ୍ତେ ଅହରହ ସେବା କରିବା ପାଇଁ ଶପଥ ଗ୍ରହଣ କରିଛନ୍ତି ଏବଂ ବିଶ୍ଵରେ ଶାନ୍ତି ଓ ପ୍ରେମର ବାର୍ତ୍ତା ପ୍ରେରଣ କରିବାରେ ମଧ୍ୟ ବ୍ରତୀ ରହିବେ ବୋଲି ଡା: ଚରତୀ କହିଛନ୍ତି ।
ଡା :ଚରତୀ ନିଜ ବାପାଙ୍କ ପ୍ରେରଣାରୁ ଏଇ କାର୍ଯ୍ୟ କରିଛନ୍ତି ଏବଂ ତାଙ୍କୁ ଅଶେଷ କୃତଞତା ମଧ୍ୟ ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031