Indus Valley Times

ଗଜପତି: ନବଜୀବନ ସେବା ଟ୍ରଷ୍ଟ ପକ୍ଷରୁ ବୟସ୍କ ଗରିବ ଲୋକଙ୍କୁ ମାସିକିଆ ମାଗଣା ରେଶନ ସାମଗ୍ରୀ ବଣ୍ଟନ

 Breaking News

ଗଜପତି: ନବଜୀବନ ସେବା ଟ୍ରଷ୍ଟ ପକ୍ଷରୁ ବୟସ୍କ ଗରିବ ଲୋକଙ୍କୁ ମାସିକିଆ ମାଗଣା ରେଶନ ସାମଗ୍ରୀ ବଣ୍ଟନ

February 05
21:15 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୫/୨: ପଡୋଶୀ ଆନ୍ଧ୍ରର ତିରୁପତି ସ୍ଥିତ ନବଜୀବନ ସେବା ଟ୍ରଷ୍ଟ ଅନ୍ତର୍ଗତ ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଜିଲ୍ଲା ଶାଖା ନବଜୀବନ ଟ୍ରଷ୍ଟ ସହଯୋଗ କ୍ରମେ ସହରର ଶତାଧିକ ଗରିବ ବୃଦ୍ଧା-ବୃଦ୍ଧଙ୍କୁ ମାସିକିଆ ମାଗଣା ରେସନ୍ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ମାଗଣା ରେସନ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମରେ ନବଜୀବନ ଟ୍ରଷ୍ଟ ତିରୁପତିର ପ୍ରତିଷ୍ଠାତା ସଭାପତି ଡଃ କେ: ଶ୍ରୀଧର ଆଚାର୍ଯ୍ୟା ଯୋଗଦେଇ ଶତାଧିକ ଗରିବ ବୃଦ୍ଧ ବୃଦ୍ଧାଙ୍କୁ ମାସକ ଚଳନି ନିମନ୍ତେ ରେସନ ସାମଗ୍ରୀ ବଣ୍ଟନ କରିଥିଲେ ।
ଏହି ବଣ୍ଟନ ସମୟରେ ପାରଳାଖେମୁଣ୍ଡି ନବଜୀବନ ସେବା ଟ୍ରଷ୍ଟର ମୁଖ୍ୟ ପରିଚାଳକ ଶ୍ରୀ ଏସ:ଭି: ରାମଣା ଓ ହାଉସ ୱାଇଫ ପ୍ରଭାସିନୀ ଲିମାଙ୍କ ସମେତ ଟ୍ରଷ୍ଟର ଓଡ଼ିଶା ଓ ଆନ୍ଧ୍ରରେ ଥିବା ସମସ୍ତ ବ୍ରାଞ୍ଚର ମ୍ୟାନେଜର ମାନେ ଉପସ୍ଥିତ ଥିଲେ ।
ଏହି ରେସନ ସାମଗ୍ରୀରେ ୧୦ କେଜି: ଚାଉଳ ସହ ଡାଲି , ଚିନି , ସାବୁନ , ପେଷ୍ଟ ଓ ମସଲା ପ୍ରଭୃତି ରହିଛି ।
ଏହି ଅବସରରେ ଟ୍ରଷ୍ଟର ପ୍ରତିଷ୍ଠାତା ସଭାପତି ଡଃ କେ: ଶ୍ରୀଧର ଆଚାର୍ଯ୍ୟା ଟ୍ରଷ୍ଟ ର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସୂଚନା ଦେଇ କହିଛନ୍ତି ଯେ , ଦୀର୍ଘ ୪୨ ବର୍ଷଧରି ଏହି ଟ୍ରଷ୍ଟ ସମାଜରେ ଥିବା ଅବହେଳିତ ଓ ଗରିବ ଶ୍ରେଣୀର ବୃଦ୍ଧ ବୃଦ୍ଧକ୍ଷ ମାନଙ୍କ ପାଇଁ କାର୍ଯ୍ୟ କରି ଆସୁଥିବା ବେଳେ ପାରଳାଖେମୁଣ୍ଡି ସହରରେ ଗତ ୧୫ ବର୍ଷଧରି ଏହା ଚାଲୁ ରହିଛି । ଏହି ସେବା ଟ୍ରଷ୍ଟ ଓଡ଼ିଶା ଓ ଆନ୍ଧ୍ରର ୧୨ ଟି ସହରରେ ବିଭିନ୍ନ ପ୍ରକାରର ସେବା କାର୍ଯ୍ୟ କରି ଆସୁଛି ।
ସେବା କାର୍ଯ୍ୟ ମଧ୍ୟରେ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ହଷ୍ଟେଲ ବ୍ୟବସ୍ଥା ସହ ସେମାନଙ୍କ ପାଠପଢା , ବୃଦ୍ଧାଶ୍ରମ ବ୍ୟବସ୍ଥା ଏବଂ ବିଧବା ଓ ଗରିବ ତଥା ସମାଜରେ ଅବହେଳିତ ଥିବା ବୃଦ୍ଧବୃଦ୍ଧା ମାନଙ୍କୁ ପ୍ରତ୍ୟେକ ମାସରେ ମାସିକିଆ ମାଗଣା ରେସନ ସାମଗ୍ରୀ \”ଅନ୍ନଲକ୍ଷ୍ମୀ\” ନାମରେ ବଣ୍ଟନ କରାଯାଉଛି ବୋଲି କହିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031