Indus Valley Times

ଗଜପତି: ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ହିନ୍ଦୀ ଦିବସ ପାଳିତ

 Breaking News

ଗଜପତି: ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ହିନ୍ଦୀ ଦିବସ ପାଳିତ

ଗଜପତି: ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ହିନ୍ଦୀ ଦିବସ ପାଳିତ
September 15
18:50 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ପାରଳାଖେମୁଣ୍ଡି ,୧୫/୯: ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅନ୍ତର୍ଗତ ଗଜପତି ଜିଲ୍ଲା ନେହେରୁ ଯୁବକେନ୍ଦ୍ର ସହାୟତାରେ ଗଜପତି ଜିଲ୍ଲା ରାୟଗଡ ବ୍ଲକର କଇଁପୁର ସ୍ଥିତ ପିୟୁପିଏସ: ସ୍କୁଲ ଠାରେ କେନ୍ଦ୍ରର ଦାରୁବ୍ରହ୍ମ ୟୁଥକ୍ଲବ ଓ ଶ୍ରୀ ଲୋକ ନାଥେଶ୍ୱର ଯୁବକ ସଙ୍ଘ ସହଯୋଗରେ ହିନ୍ଦୀ ଦିବସ ପାଳିତ ହୋଇଯାଇଛି ।
ଏହି ଦିବସ ପାଳନ କାର୍ଯ୍ୟକ୍ରମରେ ସିଆରସି ତଥା ଶିକ୍ଷକ ଶ୍ରୀ କୁଶ ଭୂୟାଁ ଯୋଗଦେଇ ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ କହି ଏହି ରାଷ୍ଟ୍ରୀୟ ଭାଷାକୁ ଆମେ କିଭଳି ଅଧିକରୁ ଅଧିକ ଲେଖିବା , ପଢିବା ଓ ବୁଝି ଜାଣିବା ସେ ସମ୍ପର୍କରେ ଉପସ୍ଥିତ ପିଲା ମାନଙ୍କୁ ବୁଝାଇଥିଲେ ।
ଏହି କାର୍ଯ୍ୟକ୍ରମଟି ନେହେରୁ ଜୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ବିଜୟ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ ବ୍ଲକ ନେହେରୁ ଯୁବକେନ୍ଦ୍ରର ଶ୍ରୀ ଅଜିତ କୁମାର ଦଳପତି ଏବଂ ଶ୍ରୀ ଦେବାଶିଷ ପାଇକ ପ୍ରମୁଖ ଆୟୋଜନ ଓ ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031