Indus Valley Times

ଗଜପତି: ପାରଳାର ଲଲାମ: ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ” ପୁସ୍ତକର ଲୋକାର୍ପଣ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ପାରଳାର ଲଲାମ: ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ” ପୁସ୍ତକର ଲୋକାର୍ପଣ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

May 02
20:28 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨/୫:ପାରଳାଖେମୁଣ୍ଡି ଅସ୍ମିତାର ସର୍ବୋତ୍ତମ ସନ୍ତକ “ପାରଳା’ର ଲଲାମ : ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ” ପୁସ୍ତକର ଶୁଭ ଉନ୍ମୋଚନ ଓ ଆଲୋଚନା ଉତ୍ସବ କାର୍ଯ୍ୟକ୍ରମ, ପାରାଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତେଇଷିଣୀ ସମାଜର ସଭାଗୃହ ଠାରେ ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ “ସିଦ୍ଧାନ୍ତ ସାହିତ୍ୟ” ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ।
“ସିଦ୍ଧାନ୍ତ ସାହିତ୍ୟ” ଅନୁଷ୍ଠାନର ସଭାପତି ଡ: ଅନ୍ନପୂର୍ଣ୍ଣା ଦେବୀଙ୍କ ସଭାପତିତ୍ୱରେ ମାନ୍ୟବର ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ, ।
ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ଗବେଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ରଚିତ “ପାରଳାର ଲଲାମ : ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ (୧୭୬୬-୧୮୩୪) ଓଡ଼ିଆ ଭାଷାରେ ରଚିତ ଛଅ ଅଧ୍ୟାୟ ବିଶିଷ୍ଠ ୧୧୬ ପୃଷ୍ଠାର ଗବେଷଣାଧର୍ମୀ ପୁସ୍ତକ । ଏଥିରେ ପ୍ରଦତ୍ତ ତଥ୍ୟ ଗୁଡିକ ବିଭିନ୍ନ ଇଂରେଜ ସରକାରୀ ଦଲିଲରୁ ସଂଗୃହିତ ହୋଇଥିବା ବେଳେ ଏହି ପୁସ୍ତକର ଯୁକ୍ତି ଓ ତଥ୍ୟଭିତ୍ତିକ ଉପସ୍ଥାପନା ଭାରତୀୟ ସ୍ବାଧୀନତା ସଂଗ୍ରାମର ଇତିହାସକୁ ପୁନର୍ବାର ଆଲୋଚନା କରିବା ଦିଗରେ ନିଶ୍ଚିତ ଭାବେ ଭାବେ ଏହା ଏକ ନୂତନ ଖୋରାକ ଯୋଗାଇବ ।
ଅନ୍ୟପକ୍ଷରେ , ଏହି ପୁସ୍ତକର ସନ୍ନିବେଶିତ ତଥ୍ୟ ଗୁଡିକ ଇଂରେଜ ଶାସନ ବିରୁଦ୍ଧରେ ପାରଳା ଅଞ୍ଚଳରେ ଚାଲିଥିବା ସଂଘର୍ଷର ନୂତନ ଘଟଣାବଳୀ ସବୁକୁ ଲୋକ ଲୋଚନକୁ ଆଣିବା ସହ ଓଡିଶା ଏବଂ ଭାରତ ଇତିହାସର ଏହି ଉପେକ୍ଷିତ ତଥା ଅବହେଳିତ ଭାରତ ଇତିହାସରେ ଉପଯୁକ୍ତ ଏବଂ ନ୍ୟାଯ୍ୟ ସ୍ଥାନ ପ୍ରଦାନ କରିବା ନିଶ୍ଚିତ ।
ସିପାହୀ ବିଦ୍ରୋହ ପ୍ରଥମ ବିଦ୍ରୋହ ନୁହେଁ , ପାରଳା ଅଞ୍ଚଳର ପାଇକ ବିଦ୍ରୋହ ହିଁ ପ୍ରଥମ ବିଦ୍ରୋହ ବୋଲି ଯେଉଁ ଗବେଷଣାତ୍ମକ ପୁସ୍ତକ ରଚିତ ହୋଇଛି , ଏହାର ପ୍ରଚାର ପ୍ରସାର କରି ଏହି ଗବେଷଣାତ୍ମକ ପୁସ୍ତକଟି ଭାରତ ବର୍ଷର ସମସ୍ତ ଲୋକ ଲୋଚନକୁ ଆଣିବା ପାଇଁ ଏହି ରଚିତ ପୁସ୍ତକର ହିନ୍ଦୀ ଓ ଇଂରାଜି ଅନୁବାଦର ପୁସ୍ତକ ନିହାତି ଜରୁରୀ ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟ କ୍ରମରେ ସହକାରୀ ପ୍ରଫେସର ଡ: ଅଜୟ କୁମାର ତ୍ରିପାଠୀ , ଅବସରପ୍ରାପ୍ତ ପ୍ରଫେସର ଡ: ବିପିନ ନାୟକ , ଗବେଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଇଂ ତୀର୍ଥବାସୀ ପଣ୍ଡା ଏବଂ ଭାରତ ଭୂଷଣ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ୧୮୦୪ ମସିହାରେ ହୋଇଥିବା ସିପାହୀ ବିଦ୍ରୋହକୁ ସମସ୍ତେ ଓଡିଶା ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି କହି ଆସୁଛନ୍ତି । ହେଲେ , ଐତିହାସିକ ତଥା ଗବେଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ତଥ୍ୟ ଭିତ୍ତିକ ଗବେଷଣାତ୍ମକ ଏକ ସନ୍ଦର୍ଭ ପ୍ରସ୍ତୁତ କରି ପ୍ରମାଣୀତ କରିଛନ୍ତି ଯେ , ପାରାଳାଖେମୁଣ୍ଡି ତତକାଳିନ ଗଜପତି ମହାରାଜା ଶ୍ରୀ ଜଗନ୍ନାଥ ନାରାୟଣ ଦେବଙ୍କ ନେତୃତ୍ୱରେ ୧୭୮୦ ମସିହା ଅକ୍ଟୋବର ୩ରେ ଏକ ସଂଗ୍ରାମ ଜାରୀ ରହିଥିଲା ଏବଂ ସେତେବେଳେ ବିଦେଶୀ ଇଂରେଜ ମାନଙ୍କ କବଳରୁ ଆମର ସାର୍ଵଭୌମ୍ୟ ପାରଳା ଜମିଦାରକୁ ସେମାନେ ମୁକ୍ତ କରିଥିଲେ ।
ବିବରଣୀରୁ ଜଣାଯାଏ ଯେ , ଇଂରେଜ ମାନଙ୍କ ଲିଖିତ ବିବରଣୀ ପ୍ରକାରେ ସେତେବେଳେ ସେହି ପାଇକ ବିଦ୍ରୋହ ସ୍ବାଧୀନତା ସଂଗ୍ରାମରେ ପ୍ରାୟ ୧୮ ଜଣ ପାଇକ ଯୋଦ୍ଧାଙ୍କୁ ଫାଶୀ ଦିଆ ଯାଇଥିଲା ବୋଲି ମତ ପ୍ରକାଶ କରିଥିଲେ ।
ଏହି ଅବସରରେ “ପାରଳାର ଲଲାମ: ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ (୧୭୬୬-୧୭୩୪) ସମ୍ପର୍କିତ ରଚିତ ପୁସ୍ତକ ଅତିଥି ମାନଙ୍କ ଦ୍ୱାରା ଶୁଭ ଉନ୍ମୋଚିତ ହୋଇଥିଲା ।
ସମ୍ପୃକ୍ତ ରଚିତ ପୁସ୍ତକଟି ସମଗ୍ର ଓଡିଶା ତଥା ଜାତୀୟ ସ୍ତରରେ ସ୍ତମ୍ଭକାର , ପତ୍ରକାର , ସମ୍ପାଦକ , ରାଜନୀତିକ, ବିଶିଷ୍ଠ ଲେଖକ ଓ ଅଧ୍ୟାପକଙ୍କ ସମେତ ଦୁଇ ହଜାରରୁ ଅଧିକ ଜଣଙ୍କୁ ମାଗଣାରେ ଯୋଗାଇ ଦେବାକୁ ଅନୁଷ୍ଠାନ ପକ୍ଷରୁ ସ୍ଥିର କରା ହୋଇଥିବା କୁହା ଯାଇଥିଲା ।
ଏହି ଅବସରରେ ଶ୍ରୀ ବିଷ୍ଣୁ ଚରଣ ପଣ୍ଡା , ଶ୍ରୀ ନିତ୍ୟାନନ୍ଦ ଚୌଧୁରୀ ଏବଂ ଶ୍ରୀ ଶରତ ସାହୁଙ୍କୁ ମାନପତ୍ର ଓ ଉପଢୌକନ ଦେଇ ଅନୁଷ୍ଠାନ ପକ୍ଷରୁ ସମ୍ଭର୍ଦ୍ଧିତ କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଅତିଥି ଆବାହନ ଶିକ୍ଷାବିତ ଶ୍ରୀ ବିଚିତ୍ରା ନନ୍ଦ ଵେବର୍ତ୍ତା କରିଥିବା ବେଳେ ସ୍ୱାଗତ ସମ୍ଭାଷଣ ଦେଇଥିଲେ ଅଧ୍ୟାପିକା ଡ:କଲ୍ୟାଣୀ ମିଶ୍ର , ଅତିଥି ପରିଚୟ ପ୍ରଦାନ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀ ଭାଗବତ ପାଢ଼ୀ ।
ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ଓଡିଶୀ କଳାକେନ୍ଦ୍ର ପକ୍ଷରୁ ଅଧ୍ୟାପିକା ଶୁଶ୍ରୀ ଡି: ପ୍ରିୟଙ୍କା ଓଡିଶୀ ନୃତ୍ୟ ଓ ଶୁଶ୍ରୀ ଖାନ୍ଶିକା ଭାରତ ନାଟ୍ୟମ ନୃତ୍ୟ ପରିବେଷଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031