Indus Valley Times

ଗଜପତି : ପ୍ରାୟୋଜନ , ପାଳିତ ଯତ୍ନ , ପରବର୍ତ୍ତୀ ଯତ୍ନ ଓ ଅଣଆନୁଷ୍ଠାନିକ ଯତ୍ନ ଉପରେ ଏକ ଦିନିକିଆ କର୍ମଶାଳା

 Breaking News

ଗଜପତି : ପ୍ରାୟୋଜନ , ପାଳିତ ଯତ୍ନ , ପରବର୍ତ୍ତୀ ଯତ୍ନ ଓ ଅଣଆନୁଷ୍ଠାନିକ ଯତ୍ନ ଉପରେ ଏକ ଦିନିକିଆ କର୍ମଶାଳା

ଗଜପତି : ପ୍ରାୟୋଜନ , ପାଳିତ ଯତ୍ନ , ପରବର୍ତ୍ତୀ ଯତ୍ନ ଓ ଅଣଆନୁଷ୍ଠାନିକ ଯତ୍ନ ଉପରେ ଏକ ଦିନିକିଆ କର୍ମଶାଳା
August 21
19:17 2025

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୧/୮ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟ ସମ୍ମେଳନ କକ୍ଷ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ , ଗଜପତି ତରଫରୁ “ପ୍ରାୟୋଜନ , ପାଳିତ ଯତ୍ନ , ପରବର୍ତ୍ତୀ ଯତ୍ନ ଓ ଅଣଆନୁଷ୍ଠାନିକ ଯତ୍ନ ଉପରେ ଏକ ଦିନିକିଆ କର୍ମଶାଳା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କର୍ମଶାଳା କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , କୋଡିନେଟର ଚାଇଲ୍ଡ ହେଳପ୍ଲାଇନ , କେନ୍ଦ୍ର ପରିଚାଳିକା ୱାନ ସ୍ଟପ ସେଣ୍ଟର , ଜିଲ୍ଲା ପ୍ରକଳ୍ପ ସହଯୋଗୀ ଆଭା , ପ୍ରକଳ୍ପ ସଂଯୋଜକ ଜାମ୍ସ , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଶିଶୁ ଯତ୍ନ ଅନୁଷ୍ଠାନ ଗୁଡ଼ିକର କର୍ମକର୍ତ୍ତା ତଥା ସରକାର\’ଙ୍କ ଠାରୁ ଆର୍ଥିକ ସହାୟତା ପାଉଥିବା ଶିଶୁମାନେ ଏବଂ ସେମାନଙ୍କର ଅଭିଭାବକ ମାନେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଶ୍ରୀ ତ୍ରିପାଠୀ – ସରକାରଙ୍କ ତରଫରୁ ଦିଆ ଯାଉଥିବା ମାସିକ ୪୦୦୦ ଟଙ୍କା ସହାୟତା ରାଶି ଶିଶୁମାନଙ୍କର ଆବଶ୍ୟକତା ଅନୁସାରେ ଖର୍ଚ୍ଚ ହେଉଛି ନା ନାହିଁ ତାହା ଅଭିଭାବକ ମାନଙ୍କୁ ପଚାରି ବୁଝିଥିଲେ।
ଯେଉଁ ଶିଶୁମାନେ ୧୦ମ ଶ୍ରେଣୀରୁ ଉତ୍ତିନ୍ନ ହୋଇ ଉପର ଶ୍ରେଣୀରେ ପଢୁଛନ୍ତି ସେମାନଙ୍କୁ ଯଶୋଦା ଯୋଜନା ମାଧ୍ୟମରେ ଆର୍ଥିକ ସହାୟତା ନିମନ୍ତେ ଆବେଦନ କରିବା ପାଇଁ ପରାମର୍ଶ ଦିଆ ଯାଇଥିଲା ।
ସୁରକ୍ଷା ଅଧିକାରୀ ଅଣଆନୁଷ୍ଠାନିକ \”ଯତ୍ନ\” ଶ୍ରୀମତୀ ଶ୍ରୀଦେବୀ ରଇତ ପ୍ରାୟୋଜନ ନିମନ୍ତେ ଶିଶୁଙ୍କର ଯୋଗ୍ୟତା , ଆବଶ୍ୟକତା ଦସ୍ତାବିଜ ଏବଂ ଆବେଦନର ପ୍ରକ୍ରିୟା ବିଷୟରେ ବୁଝାଇଥିଲେ ।
ପ୍ରକଳ୍ପ ସଂଯୋଜକ \”ଜାମ୍ସ\” ଶ୍ରୀ ପ୍ରତ୍ୟୁଷ ପଣ୍ଡା ଶିଶୁମାନଙ୍କର ମାନସିକ ସ୍ବାସ୍ଥ୍ୟର ବିକାଶ ଏବଂ ଏହି ଦିଗରେ ଅଭିଭାବକ ତଥା ହିତାଧିକାରୀ ମାନଙ୍କର ଭୂମିକା ବିଷୟରେ ଆଲୋଚନା କରିଥିଲେ।
ପରାମର୍ଶଦାତା ଶ୍ରୀ ଡୁଂଗେଇ ମଲିକ ଯେଉଁ ଶିଶୁମାନେ ସହାୟତା ଶିଶୁମାନେ ଉକ୍ତ ସହାୟତା ରାଶି ପାଉଛନ୍ତି ସେମାନେ ଯେପରି ନିୟମିତ ବିଦ୍ୟାଳୟ ଯିବା ସହିତ ପ୍ରତିଦିନର ଆବଶ୍ୟକତା ନିମନ୍ତେ ସେହି ରାଶି ବ୍ୟବହାର କରିବେ ସେଥି ଉପରେ ଆଲୋଚନା କରିଥିଲେ।
ଏହାପରେ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ନିଶାନ ଶାଲୋମ ପରିଚାଳକ ଶ୍ରୀ ପ୍ରତ୍ୟୁଷ କୁମାର ସୂର‌୍ୟ ଯୋଗ୍ୟ ଶିଶୁମାନଙ୍କୁ ସରକାରୀ ସହାୟତା ରାଶି ଯୋଗାଇ ଦେବାରେ ବିଭିନ୍ନ ହିତାଧିକାରୀଙ୍କ ଭୂମିକା ବିଷୟରେ ଆଲୋଚନା କରିଥିଲେ ।
ଶେଷରେ କେନ୍ଦ୍ର ସହକର୍ମୀ ୱାନ ସ୍ଟପ ସେଣ୍ଟର ଶ୍ରୀମତୀ ସୁନିତା ମହାରଣା ଉପସ୍ଥିତ ଅତିଥିବୃନ୍ଦ , ଶିଶୁ ଏବଂ ଅଭିଭାବକଙ୍କୁ ଧନ୍ୟବାଦ ଦେଇ କାର୍ମଶାଳା ସମାପ୍ତ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031