Indus Valley Times

ଗଜପତି: ପ୍ଲାଷ୍ଟିକ ବର୍ଜ୍ୟରୁ ଇନ୍ଧନ ଓ ଶକ୍ତି ଉତ୍ପାଦନ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ପ୍ଲାଷ୍ଟିକ ବର୍ଜ୍ୟରୁ ଇନ୍ଧନ ଓ ଶକ୍ତି ଉତ୍ପାଦନ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି: ପ୍ଲାଷ୍ଟିକ ବର୍ଜ୍ୟରୁ ଇନ୍ଧନ ଓ ଶକ୍ତି ଉତ୍ପାଦନ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
September 19
20:18 2026

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୯/୯ : ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ସୁପରିଚାଳନା ଓ ଏଥିରୁ ଇନ୍ଧନ ତଥା ଶକ୍ତି ଉତ୍ପାଦନ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ଗଜପତି ଜିଲ୍ଲା କାଶୀନଗର ବ୍ଲକ୍ ଅନ୍ତର୍ଗତ ଚିତ୍ରକାର ଲକ୍ଷ୍ମୀପୁର ଗ୍ରାମରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ପାରଳାଖେମୁଣ୍ଡିର ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ‘ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ଇନ୍ଧନ ଓ ଶକ୍ତି ଉତ୍ପାଦନ’ ବିଷୟରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ପ୍ଲାଷ୍ଟିକ ଆବର୍ଜନାର ସଂଗ୍ରହ, ପୁନଃବ୍ୟବହାର, ପୁନଃଉପଯୋଗ ଓ ପୁନଃଚକ୍ରଣ ମାଧ୍ୟମରେ କିପରି ଏହାର ସୁପରିଚାଳନା କରା ଯାଇପାରିବ, ସେନେଇ ଛାତ୍ରଛାତ୍ରୀ ମାନେ ଗ୍ରାମବାସୀଙ୍କୁ ସଚେତନ କରିଥିଲେ।
ଏଥି ସହ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ଶକ୍ତି ଓ ଇନ୍ଧନ ଉତ୍ପାଦନର ସମ୍ଭାବନା, ଏହାର ଆର୍ଥିକ ଉପଯୋଗିତା ଓ ସାମାଜିକ ଲାଭ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।
ଏହି ପ୍ରକ୍ରିୟା ପ୍ଲାଷ୍ଟିକ ଆବର୍ଜନାର ସୁପରିଚାଳନା ସହ ପରିବେଶ ସୁରକ୍ଷାରେ ସହାୟକ ହୋଇପାରିବ ବୋଲି ଗ୍ରାମବାସୀ ମାନେ ମତ ପ୍ରକାଶ କରିଥିଲେ।
ଏହି କାର୍ଯ୍ୟକ୍ରମଟି ସ୍ଥାନୀୟ ଅଙ୍ଗନୱାଡ଼ି କର୍ମୀ ନାଗାମା କୋରାଇ ଓ ଆଶା କର୍ମୀ ସୁନିତା ଚିନ୍ତାଡ଼ା\’ଙ୍କ ସହଯୋଗରେ ସଫଳତାର ସହ ସମ୍ପାଦିତ ହୋଇଥିଲା।
ପ୍ରକାଶ ଥାଉକି, ଆଗାମୀ ଦିନରେ ଆୟୋଜିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ଜାତୀୟ ପିଲାଙ୍କ ବିଜ୍ଞାନ କଂଗ୍ରେସ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଛାତ୍ରଛାତ୍ରୀ ମାନେ ଏହି ପ୍ରକଳ୍ପ-ଭିତ୍ତିକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିବା ଜଣାପଡ଼ିଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031