Indus Valley Times

ଗଜପତି: ମହିଳା ସ୍ନାତକ ମହାବିଦ୍ୟାଳୟ ପକ୍ଷରୁ ବିଶ୍ୱ ଏଡସ ଦିବସ

 Breaking News

ଗଜପତି: ମହିଳା ସ୍ନାତକ ମହାବିଦ୍ୟାଳୟ ପକ୍ଷରୁ ବିଶ୍ୱ ଏଡସ ଦିବସ

December 01
18:42 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧/୧୨ : ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତ୍ତକ ମହାବିଦ୍ୟାଳୟ ପକ୍ଷରୁ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି।
ବିଶ୍ୱ ଏଡ଼ସ ଦିବସ ପାଳନ ଅବସରରେ ମହିଳା ସ୍ନାତକ ମହାବିଦ୍ୟାଳୟର ଏନଏସଏସ: ପକ୍ଷରୁ ଅନୁଷ୍ଟିତ ଏଡ଼ସ ସଚେତନତା କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ରୀନା ସାହୁ ଅଧ୍ୟକ୍ଷତା କରି ଏଡ଼ସର ଭୟାବହତା ଓ ଏହାର ଲକ୍ଷଣ ଓ ନିରାକରଣ ସାବଧାନତା ଉପରେ କହି ଏହା ଏକ ସାମାଜିକ ବ୍ୟାଧି , ତେଣୁ ରୋଗୀକୁ ନୁହଁ , ରୋଗକୁ ଘୃଣା କର
ସଚେତନତା ହିଁ ଏହାର ଅମୋଘ ଅସ୍ତ୍ର ଏବଂ ଏହି ସଂକ୍ରମଣକୁ କିଭଳି ରୋକା ଯାଇପାରିବ ସେ ସମ୍ପର୍କରେ କହିଥିଲେ ।
ମହାବିଦ୍ୟାଳୟର ଏନଏସଏସ: ଅଧିକାରୀ ଅଧ୍ୟାପିକା ଡ଼ଃ ଭାରତୀ ପାଣିଗ୍ରାହୀ ଯୋଗଦେଇ ଏଡ଼ସ ରୋଗର ଲକ୍ଷଣ ଓ ଏହାର ଭୟାବହତା ଓ ସଚେତନତା ଦ୍ଵାରାହିଁ ଏହାକୁ ରୋକିହେବ ବୋଲି କହିଥିଲେ ।
ଶେଷରେ ଯୁବ ରେଡକ୍ରସ ଅଧିକାରୀ ଅଧ୍ୟାପିକା ମଧୁସ୍ମିତା ପ୍ରଧାନ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031