Indus Valley Times

ଗଜପତି : ମେରୀ ମାଟି ମେରା ଦେଶ ଓ ଅମୃତ କଳସ ଯାତ୍ରା – ମାଟି ସଂଗ୍ରହ ସମେତ ବୃକ୍ଷ ରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି : ମେରୀ ମାଟି ମେରା ଦେଶ ଓ ଅମୃତ କଳସ ଯାତ୍ରା – ମାଟି ସଂଗ୍ରହ ସମେତ ବୃକ୍ଷ ରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

October 14
09:31 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୪/୧୦: ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅନ୍ତର୍ଗତ କୋଲକାତା ସ୍ଥିତ ପୂର୍ବାଞ୍ଚଳ ଜୋନ ସାଂସ୍କୃତିକ କେନ୍ଦ୍ର ସହାୟତାରେ କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ “ମେରୀ ମିଟି ମେରା ଦେଶଅଭିଯାନରେ ଦେଶର ବୀର – ଵୀରଙ୍ଗନା ମାନଙ୍କ ଉଦ୍ଦେଶ୍ୟରେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ପୁଡୁଣୀ ଗ୍ରାମ ଠାରେ ଜନକଲ୍ୟାଣ ପ୍ରତିଷ୍ଠାନ ଆନୁକୁଲ୍ୟରେ ଅମୃତ କଳସ ଯାତ୍ରା ,ବୃକ୍ଷ ରୋପଣ ଓ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଗ୍ରାମର ତ୍ରିନାଥ ମନ୍ଦିର ଠାରେ ପୂଜାର୍ଚ୍ଚନା ହୋଇ ଏକ ଅମୃତ କଳସ ଯାତ୍ରା ବାହାରି ଗ୍ରାମ ପରିକ୍ରମା କରାଯିବା ସହ ମାଟି ସଂଗ୍ରହ କରା ଯାଇଥିଲା ।
ଏଥିରେ ଗ୍ରାମର ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ମାନେ ଅମୃତ କଳସ କୁ ସ୍ଵାଗତ କରିବା ସହ ନିଜ ଘର ଅଞ୍ଚଳରୁ ମାଟି ଆଣି ଅମୃତ କଳସରେ ପକାଇ ଥିଲେ ।
ଏହି ଅମୃତ କଳସ ଯାତ୍ରା ଅଭିଯାନରେ ଗ୍ରାମର ଥିବା ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷୟତ୍ରୀ ମାନଙ୍କ ସମେତ ଗ୍ରାମବାସୀ ସାମିଲ ଥିଲେ। । ଏହାପରେ ସ୍ଥାନୀୟ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ଅବସରରେ ଗ୍ରାମର ତ୍ରିନାଥ ମନ୍ଦିର ମଣ୍ଡପ ଠାରେ ମେରୀ ମାଟି ମେରା ଦେଶ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଜନକଲ୍ୟାଣ ପ୍ରତିଷ୍ଠାନ ମୁଖ୍ୟ ଶ୍ରୀ ଦୁର୍ଗା ମାଧବ ପଣ୍ଡାଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ସେନା ଅଧିକାରୀ କ୍ୟାପଟେନ ମାଲିକାର‌୍ୟ୍ୟୁନ ପଟନାୟକ ଯୋଗଦେଇ ମେରୀ ମିଟି ମେରା ଦେଶ ଏବଂ ଅମୃତ କଳସ ଯାତ୍ରା ଓ ମାଟି ସଂଗ୍ରହ ଉପରେ ଉପସ୍ଥିତ ସମସ୍ତଙ୍କୁ ସମ୍ୟକ୍ ଧାରଣା ଦେଇ ବୀର ବିରଙ୍ଗନା ମାନଙ୍କ ଉଦ୍ଦେଶ୍ୟରେ ଯେଉଁମାନେ ଦେଶର ସେବା ଓ ସୁରକ୍ଷା ବେଳେ ବୀର ଗତି ପ୍ରାପ୍ତ ହୋଇ ଶହୀଦ ହୋଇଛନ୍ତି , ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଉଦ୍ଧିଷ୍ଟ ।
ଅମୃତ କଳସରେ ସମସ୍ତ ଅଞ୍ଚଳରୁ ମାଟି ସଂଗ୍ରହ କରାଯାଇ ଏହା ନୂଆଦିଲ୍ଲୀ ଠାରେ ହେବାକୁ ଥିବା ଅମୃତ ବାଟିକା କୁ ପଠାଯିବ ବୋଲି କହିଥିଲେ ।
ଏହି ଅବସରରେ ଅବସରପ୍ରାପ୍ତ ସେନା ଅଧିକାରୀ କ୍ୟାପଟେନ ମାଲିକାର‌୍ୟୁନ ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଉପଢୌକନ ଦେଇ ସମ୍ମାନିତ କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଏମ: ସ୍ବପ୍ନକ୍ଷ କୁମାରୀ ମଞ୍ଚାସିନ ଅତିଥି ଭାବେ ଥିବା ବେଳେ ଜନକଲ୍ୟାଣ ପ୍ରତିଷ୍ଠାନର ସଂଯୋଜକ ଶ୍ରୀ ଅକ୍ଷୟ କୁମାର ମହାନ୍ତି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ସଚେତନତା ସଭା କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ।
ଶେଷରେ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମରେ ଜନକଲ୍ୟାଣ ପ୍ରତିଷ୍ଠାନର ଶ୍ରୀ ମାନସ ରଞ୍ଜନ ବିଶ୍ୱାସରାୟ , ଶ୍ରୀ ରାଜେନ୍ଦ୍ର ଦଳବେହେରା ଏବଂ ଜନବାଣୀ-ରେଡ଼ିଓର ଶ୍ରୀ ସମ୍ବିତ ପଣ୍ଡାଙ୍କ ସମେତ ଅଙ୍ଗନବାଡ଼ି କର୍ମୀ ଶ୍ରୀମତୀ ଏନ: ଶ୍ରୀଦେବୀ ଓ ଆଶାକର୍ମୀ ଶ୍ରୀମତୀ ମିତାଞ୍ଜଳୀ ମହାନ୍ତି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031