Indus Valley Times

ନିର୍ମାଣ ଶ୍ରମିକମାନଙ୍କ ପାଇଁ ଖୁସି ଖବର ଦେଲେ ରାଜ୍ୟ ସରକାର: ବଢ଼ିଲା ପେନସନ୍, ଏଣିକି ଏତିକି ଟଙ୍କା ମିଳିବ

 Breaking News

ନିର୍ମାଣ ଶ୍ରମିକମାନଙ୍କ ପାଇଁ ଖୁସି ଖବର ଦେଲେ ରାଜ୍ୟ ସରକାର: ବଢ଼ିଲା ପେନସନ୍, ଏଣିକି ଏତିକି ଟଙ୍କା ମିଳିବ

ନିର୍ମାଣ ଶ୍ରମିକମାନଙ୍କ ପାଇଁ ଖୁସି ଖବର ଦେଲେ ରାଜ୍ୟ ସରକାର: ବଢ଼ିଲା ପେନସନ୍, ଏଣିକି ଏତିକି ଟଙ୍କା ମିଳିବ
March 03
19:29 2024

ଭୁବନେଶ୍ୱର,୩/୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ନିର୍ମାଣ ଶ୍ରମିକମାନଙ୍କ ପେନ୍ସନ୍ ବୃଦ୍ଧି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ‘ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ’ ଅଧୀନରେ ପଞ୍ଜୀକୃତ ହୋଇଥିବା ନିର୍ମାଣ ଶ୍ରମିକ ମାନଙ୍କ ପେନ୍ସନ୍ ରାଶିରେ ବୃଦ୍ଧି କରାଯାଇଛି।
ଏମାନେ ସମସ୍ତେ ନିର୍ମାଣ ଶ୍ରମିକ ପେନ୍ସନ୍ ଯୋଜନାରେ ଉପକୃତ ହେଉଛନ୍ତି।
ସୂଚନାଯୋଗ୍ୟ ଯେ, ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲା ଗସ୍ତ ସମୟରେ ବିଭିନ୍ନ ଅଞ୍ଚଳରେ ନିର୍ମାଣ ଶ୍ରମିକ ଓ ସେମାନଙ୍କ ପ୍ରତିନିଧିମାନେ ଏଥିପାଇଁ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏ ବିଷୟରେ ଅବଗତ ହେବା ପରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ।
ଏହି ନୂତନ ନିଷ୍ପତ୍ତି ଅନୁଯାୟୀ ୬୦ ବର୍ଷ ଅତିକ୍ରମ କରିଥିବା ନିର୍ମାଣ ଶ୍ରମିକମାନେ ଏଣିକି ୫୦୦ ଟଙ୍କା ପରିବର୍ତ୍ତେ ୧୦୦୦ ଟଙ୍କା ମାସିକ ପେନ୍ସନ୍ ପାଇବେ। ସେହିପରି ୮୦ ବର୍ଷ ବୟସରୁ ଉଦ୍ଧର୍ବ ନିର୍ମାଣ ଶ୍ରମିକ ମାନେ ୭୦୦ ଟଙ୍କା ପରିବର୍ତ୍ତେ ୧୨୦୦ ଟଙ୍କା ପାଇବେ ।
ଏହି ନୂତନ ପେନ୍ସନ୍ ୨୦୨୪ ଫେବୃଆରୀ ମାସରୁ ପିଛିଲା ଭାବେ ଲାଗୁ ହେବ। ଏ ବାବଦରେ ଆବଶ୍ୟକୀୟ ଖର୍ଚ୍ଚ ଓଡିଶା କୋଠାବଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ବହନ କରିବ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031