Indus Valley Times

ଗଜପତି: ମୋହନା ଠାରେ ଆଞ୍ଚଳିକ ଶ୍ରମିକ ସଂଘ ପକ୍ଷରୁ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ମୋହନା ଠାରେ ଆଞ୍ଚଳିକ ଶ୍ରମିକ ସଂଘ ପକ୍ଷରୁ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

October 20
11:07 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୦/୧୦: ଗଜପତି ଜିଲ୍ଲା ମୋହନା ଠାରେ ଆଞ୍ଚଳିକ ନିର୍ମାଣାଧୀନ ଶ୍ରମିକ ସଂଘ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ପିସ”ର ମିଳିତ ସହଯୋଗରେ ଡେଙ୍ଗୁ ରୋଗର ନିରାକରଣ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଶ୍ରମିକ ସଂଘର ସଭାପତି ଶ୍ରୀ ଭଜହରି ସାହୁ ଏବଂ ପିସ୍ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଭିକାରୀ ଚରଣ ବେହେରାଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ଶ୍ରମିକଙ୍କ ସମେତ ଯୁବକ ସଂଘ ସଦସ୍ୟ ମାନେ ଯୋଗଦେଇ ସ୍ଥାନୀୟ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଠାରୁ ଏକ ସଚେତନତା ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଡେଙ୍ଗୁ ଉପରେ ଜନ ସଚେତନ କରାଇଥିଲେ । ଶୋଭାଯାତ୍ରା ପରିକ୍ରମା ବେଳେ ସମସ୍ତେ ରାସ୍ତାର ଉଭୟ ପାର୍ଶ୍ଵରେ ପଡ଼ି ରହିଥିବା ଅଳିଆ ଆବର୍ଜନା ଓ ଅପରିଷ୍କାର ସ୍ଥାନ ସବୁ ସଫେଇ କରିଥିଲେ। ।
ପରେ ସ୍ଥାନୀୟ ଶିବ ମନ୍ଦିର ପରିସରରେ ଆୟୋଜିତ ଏକ ଡେଙ୍ଗୁ ସଚେତନତା ସଭା କାର୍ଯ୍ୟକ୍ରମରେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ବେହେରା ଓ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼ାଃ ନମିତା ପଣ୍ଡା ପ୍ରମୁଖ ଯୋଗଦେଇ ଡେଙ୍ଗୁ ରୋଗ କଣ ଓ ଏହା କିପରି ହୋଇଥାଏ ଏବଂ ଏଥିପ୍ରତି କିଭଳି ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ହେବ ।
ସେ ସମ୍ପର୍କରେ ବୁଝାଇଥିଲେ । ଅନ୍ୟ ପକ୍ଷରେ ଶ୍ରମିକ ମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ସହ ସାଂପ୍ରତିକ ପରିସ୍ଥିତିରେ ଡେଙ୍ଗୁ ସଂକ୍ରମଣ ଠାରୁ ନିଜକୁ କିଭଳି ଦୂରେଇ ରଖିବେ ସେ ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ସଚେତନ କରାଇ ଥିଲେ ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମାନଙ୍କ ମଧ୍ୟରେ ଡାକ୍ତର କିଶୋର ଚନ୍ଦ୍ର ବେହେରା , ଶିକ୍ଷାବିତ୍ ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ମଧୁସୂଦନ ପାଢ଼ୀ , ମୋହନା ସମିତିସଭ୍ୟ ଶ୍ରୀ ବାଳକୃଷ୍ଣ ମଲ୍ଲିକ, ଯୁବକ ସଂଘ ଉପ ସଭାପତି ଶ୍ରୀ ଜିତେନ୍ଦ୍ର କୁମାର ବେହେରା ଏବଂ ଚିକିତ୍ସାଳୟର କର୍ମଚାରୀ ଶ୍ରୀ ଧନେଶ୍ଵର ରାଓ ଏବଂ ସାଇ କୁମାର ଲିମା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031